Get Updates
Get notified of breaking news, exclusive insights, and must-see stories!

ବିମାନରେ ମହିଳାଙ୍କୁ ଅସଦାଚରଣ, ତିନି ମାସରେ ପଞ୍ଚମ ଘଟଣା... ଅଭିଯୁକ୍ତ ଗିରଫ

ମୁମ୍ବାଇ: ଗତ କିଛି ଦିନ ହେବ ବିମାନରେ ମହିଳାଙ୍କୁ ଅସଦାଚରଣ ମାମଲା ସାମ୍ନାକୁ ଆସୁଛି । ବର୍ତ୍ତମାନ ପୁଣି ଘଟଣା ସାମ୍ନାକୁ ଆସିଛି । ମୁମ୍ବାଇରୁ ଗୌହାଟି ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନରେ ଜଣେ ପୁରୁଷ ଯାତ୍ରୀ ଜଣେ ମହିଳାଙ୍କୁ ଅସଦାଚରଣ କରିଥିଲେ । ମହିଳାଙ୍କ ଅଭିଯୋଗ ଅନୁଯାୟୀ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

indigo flight

ମିଡିଆ ରିପୋର୍ଟ ଅନୁଯାୟୀ, ଇଣ୍ଡିଗୋ ବିମାନ 6E-5319 ଶନିବାର ରାତି 9 ଟାରେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗୌହାଟି ଅଭିମୁଖେ ଯାତ୍ରା କରିଥିଲା । ସେହି ବିମାନରେ ଜଣେ ମହିଳା ତାଙ୍କ ପାଖରେ ବସିଥିବା ଯାତ୍ରୀଙ୍କ ବିରୋଧରେ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ 'ଯେତେବେଳେ ବିମାନରେ ଲାଇଟ୍ କମ୍ ଥିଲା, ତାଙ୍କ ପାଖରେ ବସିଥିବା ପୁରୁଷ ଯାତ୍ରୀ ତାଙ୍କୁ ଅନେକ ଥର ଅଶ୍ଳୀଳ ଭାବେ ଛୁଇଁବାକୁ ଚେଷ୍ଟା କରିଥିଲେ । ପ୍ରଥମେ ସେ ଏହାକୁ ଅଣଦେଖା କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସହ-ଯାତ୍ରୀଙ୍କ କାର୍ଯ୍ୟ ବନ୍ଦ ହୋଇନଥିଲା ।

ମହିଳା ଜଣକ କହିଛନ୍ତି, 'ଏସବୁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଏବଂ ଭୟାନକ ଥିଲା ।' ବର୍ତ୍ତମାନ ମହିଳାଙ୍କ ଅଭିଯୋଗ ଅନୁଯାୟୀ ଯାତ୍ରୀଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି ଏବଂ ପୋଲିସ ତାଙ୍କୁ ଗିରଫ କରିଛି ।

ଆପଣଙ୍କୁ କହିରଖୁଛୁ ଯେ ଗତ ତିନି ମାସ ମଧ୍ୟରେ ବିମାନ ଭିତରେ ମହିଳାଙ୍କ ପ୍ରତି ଯୌନ ଶୋଷଣର ଏହା ହେଉଛି ପଞ୍ଚମ ମାମଲା । ଏହାକୁ ନେଇ ବିମାନ ଭିତରେ ମହିଳାଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+