ଟାଇମ ମାଗାଜିନର କଭରରେ ମହିଳା କୃଷକଙ୍କୁ ନେଇ ଟ୍ୟାଗ୍ ଲାଇନ୍, 'ମତେ ଭୟଭୀତ କରିପାରିବ ନାହିଁ କିମ୍ୱା କିଣିପାରିବ ନାହିଁ'
କୃଷକ ଆନ୍ଦୋଳକୁ କଭର ପେଜରେ ସ୍ଥାନ ଦେଲା ଆମେରିକାର ପ୍ରତିଷ୍ଠିତ ମ୍ୟାଗାଜିନ୍ 'ଟାଇମ୍ ' । ଏହାର କଭର ପେଜରେ କୃଷକ ଆନ୍ଦୋଳନରେ ସାମିଲ ଥିବା ମହିଳାଙ୍କ ଫଟୋ ଛପା ହୋଇଥିବା ଦେଖିବାକୁ ମିଳିଛି ।
ନୂଆଦିଲ୍ଲୀ : କୃଷକ ଆନ୍ଦୋଳକୁ କଭର ପେଜରେ ସ୍ଥାନ ଦେଲା ଆମେରିକାର ପ୍ରତିଷ୍ଠିତ ମ୍ୟାଗାଜିନ୍ 'ଟାଇମ୍ ' । ଏହାର କଭର ପେଜରେ କୃଷକ ଆନ୍ଦୋଳନରେ ସାମିଲ ଥିବା ମହିଳାଙ୍କ ଫଟୋ ଛପା ହୋଇଥିବା ଦେଖିବାକୁ ମିଳିଛି । ଟାଇମ୍ ମାଗାଜିନର ନୂତନ ଆନ୍ତର୍ଜାତୀୟ କଭରରେ ଥିବା ଟ୍ୟାଗଲାଇନରେ ଲେଖା ଅଛି, ମତେ ଭୟଭୀତ କରିପାରିବ ନାହିଁ କିମ୍ୱା କିଣିପାରିବ ନାହିଁ । ଭାରତର କୃଷକଙ୍କ ବିରୋଧର ନେତୃତ୍ୱ ନେଉଥିବା ମହିଳାମାନେ।'

ଟାଇମ୍ ମ୍ୟାଗାଜିନ୍ ଏହାର କଭର ପୃଷ୍ଠାରେ କୃଷକ ଆନ୍ଦୋଳନରେ ସାମିଲ ହୋଇଥିବା କିଛି ମହିଳା ଛୋଟ ପିଲାଙ୍କୁ କୋଳରେ ଧରି ନାରା ଲଗାଉଥିବାର ଫଟୋ ଛାପିଛି । ଏଥିସହିତ ମହିଳା କୃଷକମାନଙ୍କୁ କଭରରେ କୃଷକ ଆନ୍ଦୋଳନର ଆଗଧାଡ଼ିର ନେତା ବୋଲି ବର୍ଣ୍ଣନା କରାଯାଇଛି ।
ଟାଇମ୍ ମାଗାଜିନ୍ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛି, 'ଟାଇମ୍ ର ନୂତନ ଆନ୍ତର୍ଜାତୀୟ କଭର' । ଏଠାରେ ସ୍ଥାନ ପାଇଥିବା ମହିଳାମାନେ ହେଉଛନ୍ତି, 41 ବର୍ଷୀୟ ଅମନଦୀପ କୌର, ଗୁରମର କୌର, ସୁରଜିତ୍ କୌର, ଜସବନ୍ତ କୌର, ସରଜିତେ କୌର, ଦିଲବୀର କୌର, ବିନ୍ଦୁ ଅମ୍ମା, ଉର୍ମିଳା ଦେବୀ, ସାହୁମତି ପାଧା, ହିରାତ ଝାଡ଼େ, ସୁଦେଶ ଗୋୟତ । ଏହି ମହିଳାଙ୍କ ମଧ୍ୟରୁ ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶର ଅଧିକାଂଶ ମହିଳା ଅଛନ୍ତି ।
TIME's new international cover: "I cannot be intimidated. I cannot be bought." The women leading India's farmers' protests https://t.co/o0IWwWkXHR pic.twitter.com/3TbTvnwiOV
— TIME (@TIME) March 5, 2021
କିପରି ଭାରତର ମହିଳା କୃଷକମାନେ କୃଷି ବିଲ୍ ବିରୋଧରେ ଆନ୍ଦୋଳନ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି ସେ ନେଇ ଟାଇମ୍ ମାଗାଜିନ୍ ଏହାର ଆର୍ଟିକିଲରେ ଲେଖିଛି । ସରକାରଙ୍କ କହିବା ପରେ ମଧ୍ୟ କିପରି ମହିଳା ମାନେ କୃଷକ ଆନ୍ଦୋଳନର ମୋର୍ଚ୍ଚା ସମ୍ଭାଳିଛନ୍ତି ସେ ନେଇ ପ୍ରକାଶ କରାଯାଇଛି ।
ଗତ ମାସରେ କୃଷକ ଆନ୍ଦୋଳନକୁ ଆନ୍ତର୍ଜାତୀୟ ସ୍ତରରେ ବହୁ ସେଲିବ୍ରିଟିଙ୍କ ସମର୍ଥନ ରହିଥିଲା । ଆମେରିକୀୟ ପପ୍ ଗାୟିକା ରିହାନାଙ୍କ ପରେ ଅନେକ ସେଲିବ୍ରିଟି ଖୋଲାଖୋଲି ଭାବେ ଭାରତର କୃଷକ ଆନ୍ଦୋଳନକୁ ସମର୍ଥନ କରିଥିଲେ । ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କ କୃଷକ ଆନ୍ଦୋଳନ ସମର୍ଥିତ ଟ୍ୱିଟ୍ ମଧ୍ୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହା ପରେ କୃଷକ ଆନ୍ଦୋଳନ ପାଇଁ ଭାରତର କଳାକାରମାନେ ଦୁଇଟି ଦଳରେ ବିଭକ୍ତ ହୋଇଥିବା ନଜର ଆସିଥିଲା । ଅଧିକାଂଶ ଲୋକ କୃଷକ ଆନ୍ଦୋଳନ ଉପରେ ବିଦେଶୀ ସେଲିବ୍ରିଟିଙ୍କ ମନ୍ତବ୍ୟ ଦେବାକୁ ଠିକ୍ ନୁହଁ ବୋଲି କହିଥିଲେ ।












Click it and Unblock the Notifications