Get Updates
Get notified of breaking news, exclusive insights, and must-see stories!

ପୁଅ ଠାରୁ ବି କମ୍ ନୁହେ ବୋହୂ ; କାନ୍ଧରେ ବୋହି ଶ୍ୱଶୁରଙ୍କୁ ନେଲା ଡ଼ାକ୍ତରଖାନା

ଥୁଲେଶ୍ୱର କୋଭିଡ୍ ଆକ୍ରାନ୍ତ ହେବା ପରେ ଯିବାଆସିବା ପାଇଁ ତାଙ୍କ ନିକଟରେ କୌଣସି ସୁବିଧାସୁଯୋଗ ନଥିବାରୁ ଆଗପଛ ଚିନ୍ତା ନକରି ନିଜ କାନ୍ଧରେ ଡ଼ାକତରଖାନା ପର୍ଯ୍ୟନ୍ତ ବୋହି ନେଇଥିଲେ ।

ଗୌହାଟୀ : ପରିବାରର ସମସ୍ତଙ୍କୁ ସାଥୀରେ ନେଇ ଘର ସମ୍ଭାଳିବା ଦାୟିତ୍ୱ ବହନ କରିଥାଏ ବୋହୂ । ସେ ବି ଶାଶୁ-ଶ୍ୱଶୁରଙ୍କ ପାଇଁ ନିଜ ପୁଅ ଠାରୁ କମ୍ ନୁହେଁ । ଯାହାକି ପ୍ରମାଣ କରିଦେଇଛନ୍ତି ଆସାମ ଭାଟିଗାଓଁ ଗ୍ରାମର ନିହାରିକା ଦାସ ।

କରୋନା ମହାମାରୀ ସାରା ଦେଶକୁ କବଳିତ କରି ରଖିବା ସହ ଅନେକ ରୋଗୀ ଅମ୍ଳଜାନ ଅଭାବରୁ ହେଉ ଅବା ଚିକିତ୍ସା ନପାଇ ପ୍ରାଣ ହରାଉଛନ୍ତି । ଏପରିକି ଅନେକ ରୋଗୀ ଡ଼ାକ୍ତରଖାନାରେ ବି ପହଞ୍ଚିପାରୁନାହଁନ୍ତି । କରୋନା ନାଁ ଶୁଣିଲେ ବନ୍ଧୁ ପରିଜନ ତ ଦୂରର କଥା ନିଜ ଘର ଲୋକ ମଧ୍ୟ ପାଖ ମାଡ଼ିବାକୁ ଭୟ କରୁଛନ୍ତି । ଏଭଲି ସମୟରେ 75 ବର୍ଷୀୟ ଶ୍ୱଶୁରକୁ କାନ୍ଧରେ ବୋହି ବୋହି ଡାକତରଖାନାକୁ ନେଇଛି ବୋହୂ ।

woman-father-in-Law

ଘଟଣାଟି ଆସାମର ଭାଟିଗାଓଁ ଅଞ୍ଚଳର । କାମଧନ୍ଦା କରିବାକୁ ଘର ଠାରୁ ଦୂରରେ ରହନ୍ତି ସୁରଜ । ସ୍ୱାମୀଙ୍କ ଅନୁପସ୍ଥିତିରେ ବୃଦ୍ଧ ଥୁଲେଶ୍ୱର ଦାସଙ୍କ ଦାୟିତ୍ୱ ବୋହୂ ନିହାରିକା କାନ୍ଧରେ । ଥୁଲେଶ୍ୱର କୋଭିଡ୍ ଆକ୍ରାନ୍ତ ହେବା ପରେ ଯିବାଆସିବା ପାଇଁ ତାଙ୍କ ନିକଟରେ କୌଣସି ସୁବିଧାସୁଯୋଗ ନଥିବାରୁ ଆଗପଛ ଚିନ୍ତା ନକରି ନିଜ କାନ୍ଧରେ ଡ଼ାକତରଖାନା ପର୍ଯ୍ୟନ୍ତ ବୋହି ନେଇଥିଲେ ।

ଥୁଲେଶ୍ବରଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ଥିବାରୁ ଜିଲ୍ଲା କୋଭିଡ କେୟାର ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦେଇଥିଲେ ଡାକ୍ତର । କିନ୍ତୁ ନିହାରିକା ହସ୍ପିଟାଲ ନେବାକୁ ରାଜି ହୋଇନଥିଲେ । ଶ୍ବଶୁରଙ୍କ ଚିକିତ୍ସା ଘରେ ରହି କରିବାକୁ ଡାକ୍ତରଙ୍କୁ କହିଥିଲେ । ପରେ ଡାକ୍ତର ସେମାନଙ୍କୁ ଗାଁରେ ଥିବା କୋଭିଡ କେୟାରରେ ଆଡମିଟ କରିଥିଲେ । କିନ୍ତୁ ଦୁଃଖର କଥା ହେଉଛି ଶ୍ବଶୁରଙ୍କ ସେବା କରୁ କରୁ ବୋହୂ ନିହାରିକା ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ତେବେ ବର୍ତ୍ତମାନ ଉଭୟ ଶ୍ବଶୁର ଏବଂ ବେହୂଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+