ଆହୁରି ବଢିବ ଶୀତ, ଦିଲ୍ଲୀ ସମେତ ଏହି ରାଜ୍ୟଗୁଡିକରେ ବର୍ଷା ହେବାର ସମ୍ଭାବନା

ଆଇଏମଡି ସିନିୟର ବୈଜ୍ଞାନିକ ଆର.କେ ଜେନାମଣି କହିଛନ୍ତି ଯେ ଦିଲ୍ଲୀରେ ଆଜି ଚଳିତ ଋତୁର ସବୁଠାରୁ ଖରାପ କୁହୁଡି ପରିସ୍ଥିତି ଦେଖିବାକୁ ମିଳିଛି । ଘନ କୁହୁଡି ଯୋଗୁଁ ଆଜି ଦିଲ୍ଲୀର ତାପମାତ୍ରା 14-16 ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ ।

ନୂଆଦିଲ୍ଲୀ: ସମଗ୍ର ଉତ୍ତର ଭାରତ କୁହୁଡ଼ି ଏବଂ ହାଡ଼ଭଙ୍ଗା ଶୀତର କହରର ଶିକାର ହୋଇଛି । ଦିଲ୍ଲୀ-ଏନସିଆରର ଲୋକଙ୍କୁ କୁହୁଡି ବହୁ ଅସୁବିଧାରେ ପକାଇଛି । ଏପରିକି ଦିନ 12 ଟା ପର୍ଯ୍ୟନ୍ତ କୁହୁଡ଼ି ରଥିହିଲା । ଫଳରେ 267 ଟ୍ରେନ୍ ବାତିଲ ହୋଇଥିବାବେଳେ ଅନେକ ବିମାନ ସେମାନଙ୍କର ନିର୍ଦ୍ଧାରିତ ସମୟ ଅପେକ୍ଷା ବହୁତ ବିଳମ୍ବରେ ପହଞ୍ଚିଛନ୍ତି । କୁହୁଡି ଏବଂ ଶୀତ ଜୀବନକୁ ବହୁତ ପ୍ରଭାବିତ କରିଥିବାବେଳେ ଭାରତୀୟ ପାଣିପାଗ ବିଭାଗର ଅପଡେଟ୍ ଆହୁରି ଭୟଭୀତ କରୁଛି ।

winter

ଆଇଏମଡି ସିନିୟର ବୈଜ୍ଞାନିକ ଆର.କେ ଜେନାମଣି କହିଛନ୍ତି ଯେ ଦିଲ୍ଲୀରେ ଆଜି ଚଳିତ ଋତୁର ସବୁଠାରୁ ଖରାପ କୁହୁଡି ପରିସ୍ଥିତି ଦେଖିବାକୁ ମିଳିଛି । ଘନ କୁହୁଡି ଯୋଗୁଁ ଆଜି ଦିଲ୍ଲୀର ତାପମାତ୍ରା 14-16 ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ । ଜାନୁଆରୀ 11 ଏବଂ 12 ରେ ଦିଲ୍ଲୀ, ପଞ୍ଜାବ, ହରିୟାଣା ଏବଂ ୟୁପିରେ ହାଲୁକା ବର୍ଷା ହେବାର ସମ୍ଭାବନା ଥିବାବେଳେ ଜାନୁଆରୀ 11 ଏବଂ 12 ରେ ଜାମ୍ମୁ କାଶ୍ମୀର ଏବଂ ହିମାଚଳ ପ୍ରଦେଶରେ ପ୍ରବଳ ତୁଷାରପାତ ହେବାର ସମ୍ଭାବନା ରହିଛି ।

ଯଦିଓ 12 ତାରିଖ ପରେ ଶୀତର କହର କମିବ, ଏହା ପରେ ତାପମାତ୍ରା ବୃଦ୍ଧି ପାଇବ । ଅନ୍ୟପକ୍ଷରେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ସର୍ବନିମ୍ନ ତାପମାତ୍ରା କ୍ରମାଗତ ଦ୍ୱିତୀୟ ଦିନ ଧରି 4.1 ଡିଗ୍ରୀ ସେଲସିୟସ ରହିଆସିଛି । ରବିବାର ଦିନ ଅଯୋଧ୍ୟାରେ ତିନି ଡିଗ୍ରୀ ହେବା ସହ ସବୁଠାରୁ ଶୀତଳ ଜିଲ୍ଲା ରହିଛି । ଅନ୍ୟପକ୍ଷରେ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ଉତ୍ତରପ୍ରଦେଶରେ ଜାନୁଆରୀ 12 ପର୍ଯ୍ୟନ୍ତ ପ୍ରବଳ ଥଣ୍ଡା ଜାରି ରହିବ ।

ରାଜସ୍ଥାନର ବିକାନେର ସର୍ବନିମ୍ନ ତାପମାତ୍ରା 0 ଡିଗ୍ରୀ ସେଲସିୟସ ରେକର୍ଡ କରିଛି । ସେହିପରି ଫତେହପୁର, ମାଉଣ୍ଟ ଆବୁ, ଚୁରୁର ତାପମାତ୍ରାରେ ସାମାନ୍ୟ ଉନ୍ନତି ଦେଖିବାକୁ ମିଳିଛି । ଯଦିଓ ଏଠାରେ ତାପମାତ୍ରା ମାଇନସ୍ ରୁ ପ୍ଲସ୍ କୁ ବୃଦ୍ଧି ପାଇଛି, କିନ୍ତୁ ଏବେବି ବହୁତ ଥଣ୍ଡା ଅନୁଭବ ହେଉଛି ।

କାଶ୍ମୀରରେ ତୁଷାରପାତ ଜାରି ରହିଛି । ଅନେକ ସ୍ଥାନରେ ବୁଧବାର ଦିନ ତାପମାତ୍ରା ମାଇନସ୍ ରେ ରହିଛି । ଗୁଲମର୍ଗ ତାପମାତ୍ରା -3.4 ଡିଗ୍ରୀ ଥିବାବେଳେ, ଶ୍ରୀନଗରରେ -0.1 ଡିଗ୍ରୀ, ପହଲଗାମରେ -1.4, କାଜିଗୁଣ୍ଡ -1.3, କୋକର୍ନାଗ -1.6, କୁପୱାରା - 0.4, ଅନନ୍ତନାଗ -1.4 ଡିଗ୍ରୀ ଏବଂ ଜାମ୍ମୁ ତାପମାତ୍ରା 5.0 ଡିଗ୍ରୀ ରହିଛି । ଜାନୁଆରୀ 31 ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+