Get Updates
Get notified of breaking news, exclusive insights, and must-see stories!

ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି କାହିଁକି କରନ୍ତି ପତାକା ଉତ୍ତୋଳନ ?

ଉପସ୍ଥାପକ-Tanmaya Guin(ତନ୍ମୟ ଗୁଇଁ)

Republic Day 2021 : ପ୍ରତ୍ୟେକ ବର୍ଷ 26 ଜାନୁଆରୀରେ ଦେଶ ଏହାର ମହାନ୍ ପର୍ବ 'ଗଣତନ୍ତ୍ର ଦିବସ' ପାଳନ କରିଥାଏ । ଜାତୀୟ ରାଜଧାନୀ ଦିଲ୍ଲୀର ରାଜପଥ ଠାରେ ଏହି ମହାନ ଉତ୍ସବକୁ ଅତି ଆଡ଼ମ୍ବର ସହକାରେ ପାଳନ କରାଯାଏ । 'ଗଣତନ୍ତ୍ର ଦିବସ' କେବଳ ଏକ ଜାତୀୟ ପର୍ବ ନୁହେଁ ବରଂ ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ଦିନ । ତେବେ ଏହି ଦିବସର ମହତ୍ତ୍ୱ ସମ୍ପର୍କରେ ସମସ୍ତ ଭାରତୀୟ ଜା୍ଣିବା ନିହାତି ଆବଶ୍ୟକ । ଆସନ୍ତୁ ଜାଣିବା ଏହି ଦିନ ବିଷୟରେ, ଯାହା ପ୍ରତ୍ୟେକ ଭାରତୀୟ ଜାଣିବା ଆବଶ୍ୟକ...

1950 ଜାନୁଆରୀ 26 ତାରିଖରେ ଭାରତର ଲିଖିତ ସମ୍ବିଧାନ ଲାଗୁ ହୋଇଥିଲା

  • ଭାରତ 15 ଅଗଷ୍ଟ 1947 ରେ ସ୍ୱାଧୀନ ହୋଇଯାଇଥିଲା, କିନ୍ତୁ ଆମର ଲିଖିତ ସମ୍ବିଧାନ 26 ଜାନୁୟାରୀ 1950 ରେ ଲାଗୁ ହେଲା । ତେଣୁ ଏହି ଦିନକୁ ସେବେଠାରୁ 'ଗଣତନ୍ତ୍ର ଦିବସ' ଭାବରେ ପାଳନ କରାଯାଏ ।
  • 395 ଟି ଆର୍ଟିକିଲ୍ ଏବଂ 8 ଟି ସିଡ୍ୟୁଲ୍ ସହିତ ଭାରତୀୟ ସମ୍ବିଧାନ ହେଉଛି ବିଶ୍ୱର ସର୍ବ ବୃହତ ଲିଖିତ ସମ୍ବିଧାନ ।
  • ଭାରତର ଏହି ମହାନ୍ ସମ୍ବିଧାନ ଗଠନ ପାଇଁ 2 ବର୍ଷ, 11 ମାସ 18 ଦିନ ସମୟ ଲାଗିଥିଲା ।
  • ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ଉତୋତଳନ କରନ୍ତି ଜାତୀୟ ପତାକା
  • ପ୍ରଧାନମନ୍ତ୍ରୀ ଦେଶର ରାଜନୈତିକ ମୁଖ୍ୟ ହୋଇଥିବାବେଳେ ରାଷ୍ଟ୍ରପତି ହେଉଛନ୍ତି ସାମ୍ବିଧାନିକ ମୁଖ୍ୟ। ଏହି ଦିବସରେ ସମ୍ବିଧାନ ପ୍ରଚଳନ ହୋଇଥିବାରୁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସରେ ସମ୍ବିଧାନକୁ ସମ୍ମାନ ଜଣାଇ ଦେଶର ମହାମହିମ ରାଷ୍ଟ୍ରପତି ପତାକା ଉତ୍ତୋଳନ କରିଥାନ୍ତି ।
president-flag-hoist

ରାଜପଥରେ ପାଳନ ହୁଏ ଗଣତନ୍ତ୍ର ଦିବସ

ଜାନୁଆରୀ 26, 1950 ରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ସରକାରୀ ଗୃହର ଦରବାର ହଲରେ ଭାରତର ପ୍ରଥମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। । 1955 ମସିହାରୁ ରାଜପଥରେ ଗଣତନ୍ତ୍ର ଦିବସ ପାଳନ ଆରମ୍ଭ ହୋଇଥିଲା ଏବଂ ସେନା ଏଠାରେ ପ୍ୟାରେଡ ଆରମ୍ଭ କରିଥିଲେ। । ଗଣତନ୍ତ୍ର ଦିବସ ଅବସରରେ ଯବାନମାନଙ୍କ ସାହସିକତା ପାଇଁ ପରମବୀର ଚକ୍ର, ଅଶୋକ ଚକ୍ର ଏବଂ କୀର୍ତ୍ତୀ ଚକ୍ର ଭଳି ଗୁରୁତ୍ୱପୂର୍ଣ୍ଣ ସମ୍ମାନ ଦିଆଯାଏ । ଏହା ପରେ ଆମର ସୈନ୍ୟବାହିନୀ ଏହାର ଶକ୍ତି ପ୍ରଦର୍ଶନ ଏବଂ ପ୍ୟାରେଡ୍ ମାର୍ଚ କରନ୍ତି । ପ୍ୟାରେଡରେ ଭାରତୀୟ ସେନା, ବାୟୁସେନା, ନୌସେନା ଇତ୍ୟାଦିର ବିଭିନ୍ନ ରେଜିମେଣ୍ଟ ଅଂଶଗ୍ରହଣ କରନ୍ତି । ପ୍ୟାରେଡରେ ବିଭିନ୍ନ ରାଜ୍ୟର ପ୍ରଦର୍ଶନୀ ମଧ୍ୟ ରହିଥାଏ । ପ୍ରତ୍ୟେକ ପ୍ରଦର୍ଶନୀ ଭାରତର ବିବିଧତା ଏବଂ ସାଂସ୍କୃତିକ ସମୃଦ୍ଧତା ପ୍ରଦର୍ଶିତ କରିଥାଏ ।

'ଜାତୀୟ ସାହସିକତା ପୁରସ୍କାର'

ଗଣତନ୍ତ୍ର ଦିବସରେ 16 ବର୍ଷରୁ କମ୍ ପିଲାଙ୍କୁ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ସାହସିକ କାର୍ଯ୍ୟ ପାଇଁ ରାଷ୍ଟ୍ରୀୟ ସାହାସିକତା ପୁରସ୍କାର ଦିଆଯାଇଥାଏ । ଏହି ପୁରସ୍କାର 1957 ମସିହାରେ ସରକାର 16 ବର୍ଷରୁ କମ୍ ପିଲାଙ୍କ ପାଇଁ ଆରମ୍ଭ କରିଥିଲେ ।

Flag Unfurling କଣ ?

ଅଗଷ୍ଟ 15 ଦିନ ଜାତୀୟ ପତାକାକୁ ଏକ ଦଉଡି ଦ୍ୱାରା ତଳୁ ଉପରକୁ ଉଠାଯାଇଥାଏ, ଏହାପରେ ପତାକା ଖୋଲି ତାକୁ ଉଡ଼ାଯାଇଥାଏ । ଏହାକୁ 'ଧ୍ୱଜାରୋହଣ' କୁହାଯାଏ । ଇଂରାଜୀରେ ଏହାକୁ ଫ୍ଲାଗ୍ ହୋଷ୍ଟିଙ୍ଗ୍ କୁହାଯାଏ । କିନ୍ତୁ 26 ଜାନୁଆରୀ ଅର୍ଥାତ୍ ଗଣତନ୍ତ୍ର ଦିବସରେ, ପତାକା ଖୁଣ୍ଚିର ଉପର ଭାଗରେ ପୂର୍ବରୁ ବନ୍ଧା ହୋଇ ରହିଥାଏ, ଯାହାକୁ ଖୋଲି ଉଡ଼ାଯାଇଥାଏ । ତେଣୁ ଏହାକୁ ଫ୍ଲାଗ୍ ଅନଫର୍ଲିଙ୍ଗ୍ କୁହାଯାଏ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+