କାହିଁକି ବ୍ୟାପୁଛି ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ? କାରଣ କହିଲେ ବିଶେଷଜ୍ଞ
ଗୋଟିଏ ମାସ୍କକୁ ଅନେକ ଦିନ ପର୍ଯ୍ୟନ୍ତ ନ ଧୋଇ ବାରମ୍ବାର ବ୍ୟବହାର କରିବା ଦ୍ୱାରା ସଂକ୍ରମଣ ବଢ଼ୁଛି ଓ ଏହା ଆଖି ଉପରେ ଖରାପ ପ୍ରଭାବ ପକାଉଛି । ମାସ୍କ ନଧୋଇବା ଦ୍ୱାରା କ୍ରମାଗତ ଭାବରେ ଅପରିଷ୍କାର କଣିକା ଜନ୍ମ ନେଉଛନ୍ତି ।
ନୂଆଦିଲ୍ଲୀ : ସାରା ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି । ଏହା ଦିନକୁ ଦିନ ମାରାତ୍ମକ ରୂପ ନେଉଛି । ଏଭଳି ସଙ୍କଟ ସମୟରେ ବ୍ଲାକ ଫଙ୍ଗସ୍ ଆଉ ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଛି । ମ୍ୟୁକୋରମାଇକୋସିସ୍ ବା ବ୍ଲାକ ଫଙ୍ଗସ୍ କାରଣରୁ ବହୁ ଲୋକ ଦୃଷ୍ଟି ଶକ୍ତି ହରାଉଛନ୍ତି ଏବଂ ଲୋକମାନଙ୍କ ଜୀବନ ଚାଲି ଯାଉଛି । ବ୍ଲାକ ଫଙ୍ଗସ୍ କରୋନା ଭଳି ମାରାତ୍ମକ ହେଉଥିବାରୁ ଏହାକୁ ମଧ୍ୟ ବିଭିନ୍ନ ରାଜ୍ୟରେ ମହାମାରୀ ବୋଲି ଘୋଷଣା କରାଯାଇଛି । ତେବେ ବ୍ଲାକ ଫଙ୍ଗସ୍ ମାମଲା ବୃଦ୍ଧିକୁ ନେଇ ବିଶେଷଜ୍ଞମାନେ ଏକ ବଡ କାରଣ ଉପରୁ ପରଦା ହଟାଇଛନ୍ତି । ବିଶେଷଜ୍ଞଙ୍କ କହିବା ମୁତାବକ ମାସ୍କ ଓଦା ରହିବା ବ ଆର୍ଦ୍ରତା କାରଣରୁ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ବଢ଼ୁଛି ।

ରିସର୍ଚ୍ଚ ଅନୁସାରେ, ଗୋଟିଏ ମାସ୍କକୁ ଅନେକ ଦିନ ପର୍ଯ୍ୟନ୍ତ ନ ଧୋଇ ବାରମ୍ବାର ବ୍ୟବହାର କରିବା ଦ୍ୱାରା ସଂକ୍ରମଣ ବଢ଼ୁଛି ଓ ଏହା ଆଖି ଉପରେ ଖରାପ ପ୍ରଭାବ ପକାଉଛି । ମାସ୍କ ନଧୋଇବା ଦ୍ୱାରା କ୍ରମାଗତ ଭାବରେ ଅପରିଷ୍କାର କଣିକା ଜନ୍ମ ନେଉଛନ୍ତି । ମାସ୍କରେ ଆର୍ଦ୍ରତା ଥିବା କାରଣରୁ ମଧ୍ୟ ବ୍ଲାକ ଫଙ୍ଗସ୍ ବ୍ୟାପି ଥାଏ । ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରେ ଏହା ପ୍ରକାଶିତ ହୋଇଛି।
ସେହିପରି ଏହି କାରଣ ବ୍ୟତୀତ ଆଉ ଏକ ମୁଖ୍ୟ କାରଣ ହେଲା ଅକ୍ସିଜେନ୍ । ଯେତେବେଳେ ଜଣେ କରୋନା ଆକ୍ରାନ୍ତକୁ ଚିକିତ୍ସା ସମୟରେ ଅଧିକ ଦିନ ପର୍ଯ୍ୟନ୍ତ ଅକ୍ସିଜେନ୍ ଦିଆଯାଏ । ସେତେବେଳେ କରୋନା ଆକ୍ରାନ୍ତକୁ ଷ୍ଟେରଏଡର ହାଇ ଡୋଜ୍ ଦିଆଯାଏ । ଯାହା ଦ୍ଵାରା ରୋଗୀର ସୁଗାର ବୃଦ୍ଧି ପାଇ ସଂକ୍ରମଣ ହେବାର ସମ୍ଭାବନା ଥାଏ । ଏହାପରେ ଆକ୍ରାନ୍ତ ଜଣକ ସୁସ୍ଥ ହେବାର ପରବର୍ତ୍ତୀ ମୁହୂର୍ତ୍ତରେ ପୁଣି ଥରେ ବ୍ଲାକ୍ ଫଙ୍ଗସର ଶିକାର ହୋଇଯାଏ ।
ବ୍ଲାକ୍ ଫଙ୍ଗସର ଲକ୍ଷଣ କଣ:
ବ୍ଲାକ୍ ଫଙ୍ଗସର ପ୍ରାରମ୍ଭିକ ଲକ୍ଷଣ ଗୁଡିକ ହେଉଛି ଆଖି ନାଲି ପଡିବା, ଆଖିରୁ ପାଣି ନିଗିଡିବା, ଏହାପରେ ଆଖିରେ ଧୀରେ ଧୀରେ କଷ୍ଟ ଅନୁଭବ ହେବା ଏବଂ ଦୃଷ୍ଟିଶକ୍ତି ଚାଲିଯିବା । ତେବେ ଏହି ଫଙ୍ଗସ୍ ସଂକ୍ରମଣର ଆରମ୍ଭ ନାକରୁ ହୋଇଥାଏ । ଏହାଦ୍ଵାରା ନାକରୁ ବ୍ରାଉନ କିମ୍ବା ନାଲି ରଙ୍ଗର ମ୍ୟୁକସ୍ ବାହାରିଥାଏ । ଏହାପରେ ଫଙ୍ଗସ୍ ଆଖି ଓ ପରେ ବ୍ରେନ୍ କୁ ସଂକ୍ରମିତ କରିଥାଏ । ଧୀରେ ଧୀରେ ଏହା ନର୍ଭସ୍ ସିଷ୍ଟମକୁ ସଂକ୍ରମିତ କରି ରୋଗୀର ଜୀବନ ନେଇଯାଏ । ଅନ୍ୟପକ୍ଷରେ ବର୍ଷା ଦିନେ ବ୍ଲାକ ଫଙ୍ଗସ୍ ସଂକ୍ରମଣ ଅଧିକ ବ୍ୟାପିବାର ସମ୍ଭାବନା ରହିଛି । ଏଥିପାଇଁ ପ୍ରତିଦିନ ମାସ୍କକୁ ଡେଟଲରେ ଧୋଇ ଖରାରେ ଶୁଖାଇ ବ୍ୟବହାର କରନ୍ତୁ ।
-
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ ! -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ












Click it and Unblock the Notifications