POCSO ଆକ୍ଟ ପରେ ବି କାହିଁକି ହେଉନି ବ୍ରିଜ ଭୂଷଣଙ୍କ ଗିରଫଦାରୀ, କଣ କହୁଛି ସୁପ୍ରିମକୋର୍ଟଙ୍କ ରାୟ

ନୂଆଦିଲ୍ଲୀ : ଦିଲ୍ଲୀର ଜନ୍ତର ମନ୍ତରରେ ରେସଲିଂ ଫେଡେରେଶନର ସଭାପତି ବ୍ରିଜଭୂଷଣ ସିଂହଙ୍କ ବିରୋଧରେ ଦେଶର ବଡ଼ ବଡ଼ କୁସ୍ତିଯୋଦ୍ଧା ବିରୋଧ ପ୍ରଦର୍ଶନ କରୁଛନ୍ତି । ତାଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ବ୍ରିଜ ଭୂଷଣଙ୍କ ବିରୋଧରେ POCSO ଅଧିନିୟମ ଅନୁଯାୟୀ ଏକ ମାମଲା ମଧ୍ୟ ରୁଜୁ ହୋଇଛି । କିନ୍ତୁ ଏହା ପରେ ବି ଏପର୍ଯ୍ୟନ୍ତ ଗିରଫଦାରୀ ହୋଇନାହିଁ । ମାମଲା ରୁଜୁ ହେବାର ଅନେକ ଦିନ ବିତିଗଲାଣି, କିନ୍ତୁ ଦିଲ୍ଲୀ ପୋଲିସ ଏପର୍ଯ୍ୟନ୍ତ ବ୍ରିଜ ଭୂଷଣଙ୍କୁ ଗିରଫ କରିନାହିଁ ।
ତାଙ୍କ ସହିତ ଏପରି କାହିଁକି ହେଉଛି ? POCSO ଅଧିନିୟମ ଅନୁଯାୟୀ ତୁରନ୍ତ ଗିରଫ କରାଯାଏ । ପୋକ୍ସ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ ହେବା ମାତ୍ରେ ପୋଲିସ ପ୍ରଥମେ ଗିରଫ କରିଥାଏ । ତା'ପରେ ଘଟଣାର ତଦନ୍ତ କରିଥାଏ । ଏପରିକି ଏଥିରେ ଅଗ୍ରୀମ ଜାମିନ ମଧ୍ୟ ମିଳିନଥାଏ । ଏ ବାବଦରେ ସୁପ୍ରିମକୋର୍ଟ 2014 ରେ ଅର୍ନେଶ କୁମାର ଏବଂ ବିହାର ସରକାରଙ୍କ ମାମଲାରେ ଏକ ଗାଇଡଲାଇନ ପ୍ରସ୍ତୁତ କରିଥିଲେ । କିନ୍ତୁ ବ୍ରିଜ ଭୂଷଣ ସିଂହଙ୍କ କ୍ଷେତ୍ରରେ ମଧ୍ୟ ଏହି ଗାଇଡଲାଇନ ପାଳନ କରାଯାଇ ନାହିଁ ।
ତେବେ କେଉଁ ଆଇନ ଆନୁସାରେ ଏପର୍ଯ୍ୟନ୍ତ ବ୍ରିଜ ଭୂଷଣ ସିଂହଙ୍କୁ ସୁରକ୍ଷା ମିଳୁଛି ତଥା ଦିଲ୍ଲୀ ପୋଲିସ ଗିରଫ କରୁନାହିଁ । ଆଇନରେ କ'ଣ ବ୍ୟବସ୍ଥା ଅଛି ଯେ ପୋକ୍ସୋ ଆକ୍ଟ ପରେ ମଧ୍ୟ ତୁରନ୍ତ ଗିରଫ କରାଯାଉ ନାହିଁ । ପୋଲିସ ସାମ୍ନାରେ କଣ ରହିଛି ଚ୍ୟାଲେଞ୍ଜ ? ବ୍ରିଜ ଭୂଷଣ ସିଂହଙ୍କ ପ୍ରଭାବଶାଳୀ ଚେହେରା ଏହା ପଛର କାରଣ କି ? କାଣ ବ୍ରିଜ ଭୂଷଣ 6 ଥର ସାଂସଦ ରହିଛନ୍ତି । ସେ ରେସଲିଂ ଫେଡେରେଶନର ସଭାପତି ମଧ୍ୟ ଅଛନ୍ତି ।
ଏଥି ସହିତ, ପୂର୍ବରୁ ସୁପ୍ରିମକୋର୍ଟ କହିଥିଲେ ଯେ ଗୁରୁତର ଅପରାଧରେ ମଧ୍ୟ ଗିରଫ ବାଧ୍ୟତାମୂଳକ ନୁହେଁ । ଯେପର୍ଯ୍ୟନ୍ତ ଅନୁସନ୍ଧାନକାରୀ ଅଧିକାରୀଙ୍କୁ ଅନୁଭବ ନ ହୁଏ ଯେ, ଗିରଫଦାରୀ ଆବଶ୍ୟକ ନୁହେଁ । ସତେନ୍ଦ୍ର କୁମାର ଆଣ୍ଟିଲ ବନାମ ସିବିଆଇ ମାମଲାରେ ସୁପ୍ରିମକୋର୍ଟ ଏହା କହିଛନ୍ତି । ଏଥିରୁ କୁହାଯାଇପାରେ ଯେ ଦିଲ୍ଲୀ ପୋଲିସର ତଦନ୍ତକାରୀ ଅଧିକାରୀଙ୍କୁ ମଧ୍ୟ ବ୍ରିଜ ଭୂଷଣ ସିଂହଙ୍କୁ ଗିରଫ କରିବା ଜରୁରୀ ମନେ ହେଉ ନାହିଁ । ଯେଉଁଥିପାଇଁ ସେମାନେ ଗିରଫ କରୁନାହାଁନ୍ତି ।
ପିଲାମାନଙ୍କ ପ୍ରତି ଯୌନ ଶୋଷଣକୁ ରୋକିବା ପାଇଁ ପୋକ୍ସୋ ଆକ୍ଟ ପ୍ରଣୟନ କରାଯାଇଛି । ଯୌନ ଶୋଷଣ, ଯୌନ ଉତ୍ପୀଡ଼ନରୁ ପିଲାମାନଙ୍କର ସୁରକ୍ଷା ପାଇଁ ଏହି ନିୟମ ପ୍ରସ୍ତୁତ କରାଯାଇଛି । ପିଲାମାନଙ୍କ ସହିତ ଅଶ୍ଳୀଳ କାର୍ଯ୍ୟ କରିବା, ସେମାନଙ୍କର ବ୍ୟକ୍ତିଗତ ଅଂଶକୁ ଛୁଇଁବା କିମ୍ବା ପିଲାମାନଙ୍କୁ ସେମାନଙ୍କର ବ୍ୟକ୍ତିଗତ ଅଂଶକୁ ଛୁଆଇଁବା, ପିଲାମାନଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ର ଦେଖାଇବା POCSO ଅଧିନିୟମ ଅନୁଯାୟୀ ଆସିଥାଏ । POCSO ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ କରିବା ପରେ ପୋଲିସ ପ୍ରଥମେ ଗିରଫ କରିଥାଏ ।












Click it and Unblock the Notifications