WHO ର ଚେତାବନୀ - ଓମିକ୍ରନ୍ କୁ ହାଲୁକା ଭାବେ ଗ୍ରହଣ କରିବା ବିଶ୍ୱ ପାଇଁ ବିପଦଜନକ ହୋଇପାରେ
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଓମିକ୍ରନ୍ ବିଷୟରେ କହିଛି ଯେ ଯଦି ଆମେ ଓମିକ୍ରନ୍ କୁ ହାଲୁକା ଭାେ ଗ୍ରହଣ କରୁ, ତେବେ ଏହା ବିପଜ୍ଜନକ ହୋଇପାରେ ।
ନୂଆଦିଲ୍ଲୀ : ବର୍ତ୍ତମାନ ବିଶ୍ୱର ସମସ୍ତ ଦେଶର ଲୋକମାନେ କରୋନା ର ନୂତନ ଭାରିଆଣ୍ଟ ଓମିକ୍ରନ୍ ସହିତ ଲଢୁଛନ୍ତି । ଦେଶର କେତେକ ସ୍ଥାନରେ ହଜାର ହଜାର ଓନିକ୍ରନ୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି ଏବଂ ଅନେକ ଅଞ୍ଚଳରୁ ଶହ ଶହ ଲୋକ କରୋନା ଓମିକ୍ରନ୍ ରୋଗୀ ଚିହ୍ନଟ ହେଉଛନ୍ତି । ଏଭଳି ପରିସ୍ଥିତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଓମିକ୍ରନ୍ ବିଷୟରେ କହିଛି ଯେ ଯଦି ଆମେ ଓମିକ୍ରନ୍ କୁ ହାଲୁକା ଭାେ ଗ୍ରହଣ କରୁ, ତେବେ ଏହା ବିପଜ୍ଜନକ ହୋଇପାରେ ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କୋଭିଡ୍ - 19 ର ବୈଷୟିକ ମୁଖ୍ୟ ମାରିଆ ୱାନ କେରଖେବେ ଟ୍ୱିଟ୍ କରି କହିଛନ୍ତି ଯେ ଆମେ ସମସ୍ତେ ଦେଖୁଛୁ ଯେ ଡେଲଟା ଅପେକ୍ଷା ଓମିକ୍ରନ୍ ରୋଗୀଙ୍କ ଡାକ୍ତରଖାନାରେ ଭର୍ତ୍ତି ହେବା କମ୍ ରହିଛି, କିନ୍ତୁ ଓମିକ୍ରନ୍ ଏକ ହାଲୁକା ରୋଗ ବୋଲି ଭାବିବା ବିପଜ୍ଜନକ ହୋଇପାରେ । ଏଥି ସହିତ, ସେ ଆହୁରି ମଧ୍ୟ କହିଛନ୍ତି ଯେ କମ୍ ବିପଦରେ ଓମିକ୍ରନ୍ ମାମଲା ଦ୍ରୁତ ଗତିରେ ବଢୁଛି । ଦୟାକରି ସାବଧାନ ରୁହନ୍ତୁ ।
ଆପଣଙ୍କୁ କହି ରଖୁଛୁ WHO କ୍ରମାଗତ ଭାବରେ ଲୋକଙ୍କୁ ପରାମର୍ଶ ଦେଉଛି ଯେ କରୋନାର ନୂତନ ଭାରିଆଣ୍ଟ ଓମିକ୍ରନକୁ ହାଲୁକା ଭାବରେ ଗ୍ରହଣ କରାଯିବା ଉଚିତ୍ ନୁହେଁ । ଏହସି ସମୟରେ WHO ର ବରିଷ୍ଠ ଜରୁରୀକାଳୀନ ଅଧିକାରୀ କ୍ୟାଥରିନ୍ ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଯଦି ସତର୍କତା ଅବଲମ୍ବନ ନ କରାଯାଏ, ତେବେ ସଂକ୍ରମଣର ବୃଦ୍ଧି ହାର ବିଶ୍ୱରେ ପ୍ରତିକୂଳ ପ୍ରଭାବ ପକାଇପାରେ । ଏକ ସାକ୍ଷାତକାରରେ କ୍ୟାଥରିନ୍ କହିଛନ୍ତି ଯେ ଓମିକ୍ରନ୍ କୁ ହାଲୁକା ଭାବେ ଗ୍ରହଣ କରିବା ଭଳି ଭୁଲ୍ କରିବା ଉଚିତ୍ ନୁହେଁ ।
Concise and crystal clear message from @mvankerkhove about the current evolution of the pandemic.
In a nutshell: Oversimplified narratives might be dangerous.pic.twitter.com/3abiW3d76U
— Manlio De Domenico (@manlius84) January 5, 2022
ସେ କହିଛନ୍ତି, ଥଣ୍ଡା ଏବଂ କାଶକୁ ସାଧାରଣ ରୋଗ ଭାବି ହାଲୁକା ଭାବେ ଗ୍ରହଣ କରନ୍ତୁ ନାହିଁ । ଓମିକ୍ରନ୍ ମୃତ୍ୟୁର କାରଣ ହୋଇପାରେ । ଯଦିଓ ଏହା ଡେଲଟା ଅପେକ୍ଷା କମ୍ ସାଂଘାତିକ, ତଥାପି ଏଥିପ୍ରତି ସତର୍କ ରହିବା ଆବଶ୍ୟକ । ସେ କହିଥିଲେ ଯେ ଓମିକ୍ରନ୍ ଯେଉଁ ବେଗରେ ବଢୁଛି, ସେତେ ଅଧିକ ପ୍ରସାରିତ ହେଉଛି । ତେଣୁ, ସମ୍ଭାବନା ମଧ୍ୟ ବହୁତ ଅଧିକ ଯେ ଏହା କରୋନାର ଏକ ନୂତନ ଏବଂ ଅତ୍ୟନ୍ତ ବିପଜ୍ଜନକ ଭାରିଆଣ୍ଟ ସୃଷ୍ଟି କରିପାରେ ।












Click it and Unblock the Notifications