ଭାଇରସର ହେଲା ନାମକରଣ : ଭାରତରେ କରୋନା ଭାଇରସର ନୂଆ ନାଁ

ଦେଶରେ ଦେଖା ଦେଇଥିବା କୋଭିଡ୍ ର ମ୍ୟୁଟାଣ୍ଟ ବି.୧. ୬.୧୭.୨ ହୋଇଥିବାବେଳେ ଏହାକୁ ଭାରତ ଭାରିଆଣ୍ଟ ବୋଲି କୁହାଯିବାକୁ ନେଇ ଆପତ୍ତି କରିଥିଲା ନୂଆଦିଲ୍ଲୀ । ମାତ୍ର ଏବେ ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ 'ଡେଲଟା' ରଖିଛି ।

ନୂଆଦିଲ୍ଲୀ : ଭାରତରେ ମିଳିଥିବା କରୋନା ଭୁତାଣୁର ଭାରିଆଣ୍ଟର ନାମକରଣ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଦେଶରେ ଦେଖା ଦେଇଥିବା କୋଭିଡ୍ ର ମ୍ୟୁଟାଣ୍ଟ ବି.୧. ୬.୧୭.୨ ହୋଇଥିବାବେଳେ ଏହାକୁ ଭାରତ ଭାରିଆଣ୍ଟ ବୋଲି କୁହାଯିବାକୁ ନେଇ ଆପତ୍ତି କରିଥିଲା ନୂଆଦିଲ୍ଲୀ । ମାତ୍ର ଏବେ ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ 'ଡେଲଟା' ରଖିଛି । ସେହିପରି ଦକ୍ଷିଣ ଆଫ୍ରିକା ଷ୍ଟ୍ରେନର ନାଁ 'ବିଟା' ଓ ବ୍ରାଜିଲ ଷ୍ଟ୍ରେନର ନାଁ 'ଗାମା' ରଖାଯାଇଛି । ଏଥିସହ ବିଶ୍ୱର ଅନ୍ୟାନ୍ୟ ଭାଗରେ ଦେଖାଯାଇଥିବା କରୋନାର ଅନ୍ୟ ଭାରିଆଣ୍ଟର ମଧ୍ୟ ନାମକରଣ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

corona-virus

କରୋନା ଭାରିଆଣ୍ଟକୁ ସହଜରେ ମନେ ରଖିବା ପାଇଁ ଏପରି ନାମ କରାଯାଇଛି । ପ୍ରାୟ ୨୪ଟି ଅକ୍ଷରକୁ ନେଇ ଆଲ୍ଫାରୁ ଓ ମେଗା ଯାଏଁ ନାମକରଣ କରାଯାଇଛି । ଯେଉଁ ଦେଶରୁ କରୋନାର ନୂଆ ଷ୍ଟ୍ରେନ ସାମ୍ନାକୁ ଆସିଛି, ସେହି ଦେଶ ସହିତ ନାମକରଣ କରିବା ପରେ ଆପତ୍ତି ହୋଇଥିଲା । ତେଣୁ ସ୍ୱତନ୍ତ୍ର ନାମକରଣ କରି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହି ବିବାଦକୁ ଦୂର କରିପାରିଛି । ତେବେ ଏହାର ବୈଜ୍ଞାନିକ ନାମରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+