ଅତିକ୍ - ଅସରଫ ହତ୍ୟା ପଛରେ କାହାର ହାତ ? ଯାଞ୍ଚ ଏଜେନ୍ସି ଆଗରେ 5 ବଡ ପ୍ରଶ୍ନ
ଲକ୍ଷ୍ନୌ : ମାଫିଆରୁ ରାଜନେତା ପାଲଟିଥିବା ଅତିକ୍ ଏବଂ ତା'ର ଭାଇ ଅସରଫକୁ ଗୁଳି କରି ହତ୍ୟା କରାଯାଇଛି । ଉତ୍ତରପ୍ରଦେଶର ପ୍ରୟାଗରାଜରେ ଶନିବାର ଦିନ ତିନି ଜଣ ଦୁବୃର୍ତ୍ତ ଅତି ନିକଟରୁ ଗୁଳି କରି ଦୁହିଁଙ୍କୁ ହତ୍ୟା କରିଛନ୍ତି । ପୋଲିସ୍ ସୁରକ୍ଷା ମଧ୍ୟରେ ତିନି ଯୁବକ ସାମ୍ବାଦିକ ପରିଚୟରେ ଆସି ସମସ୍ତଙ୍କ ଆଗରେ ହତ୍ୟା କରିଛନ୍ତି । ଏହା ପରେ ଏହି କାଣ୍ଡକୁ ନେଇ ସାରା ଦେଶରେ ରାଜନୈତିକ ବୟାନବାଜି ଜୋରଦାର ହେବାରେ ଲାଗିଛି । ଏପରିକି ଉତ୍ତର ପ୍ରଦେଶର ଯୋଗୀ ସରକାରକୁ ପ୍ରଶ୍ନବାଣ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ ।

ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡର ତଦନ୍ତ ଦାୟିତ୍ୱ ଉତ୍ତର ପ୍ରଦେଶ ପୋଲିସ୍ ଏବଂ ସ୍ପେଶାଲ ଟାସ୍କ ଫୋର୍ସକୁ ଦିଆଯାଇଛି । ଯାଞ୍ଚ ଏଜେନ୍ସି ଏହାର ବିଭିନ୍ନ ଦିଗରୁ ଯାଞ୍ଚ କରୁଛନ୍ତି । ଏହି ହତ୍ୟା ପଛରେ କାହାର ହାତ ଅଛି, ଦୁଇ ଦୁର୍ଦ୍ଦାନ୍ତ ଭାଇଙ୍କୁ କିଏ କାହିଁକି ହତ୍ୟା କରିପାରେ ଏପରି ଅନେକ ଦିଗ ଉପରେ ବର୍ତ୍ତମାନ ପ୍ରଶ୍ନ ଉଙ୍କି ମାରୁଛି । ଏ ଭଳି ପରିସ୍ଥିତିରେ ଯଦି ପୋଲିସ୍ ସୂତ୍ରକୁ ବିଶ୍ୱାସ କରାଯାଏ, ତେବେ ଅନୁସନ୍ଧାନକାରୀ ସଂସ୍ଥା ଏହି ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରୁଛନ୍ତି ଯେ ଏହା ସୁପାରୀ କିଲିଂ ନୁହଁ ତ ? ଯଦି ସେପରି ହୋଇଥାଏ ତେବେ ଏହା ପଛରେ ଲରେନ୍ସ ବିଷ୍ଣୋଇ, ଗୁଡ୍ଡୁ ମୁସଲିମ, ଆଇଏସଆଇ ଏବଂ ଲସ୍କର-ଏ-ତୋଏବା ର କିଛି ଲିଙ୍କ୍ ଅଛି କି ?
ଏହି ହତ୍ୟା ସୁପାରୀ କିଲିଂ ନୁହଁ ତ ?
ଅତିକ୍-ଅସରଫଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ନିଆଯାଉଥିବା ବେଳେ ଶନିବାର ଦିନ ପ୍ରୟାଗରାଜରେ ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡ ପରେ ଅନେକ ପ୍ରକାରର ପ୍ରଶ୍ନ ଉଠିଛି । ଅନୁସନ୍ଧାନକାରୀ ସଂସ୍ଥା ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜିବାରେ ଲାଗିଛି । ସବୁଠୁ ବଡ ପ୍ରଶ୍ନ ଉଠୁଛି ଯେ ଅତିକ୍-ଅସରଫ ହତ୍ୟାକାଣ୍ଡ ଏକ ସୁଚିନ୍ତିତ ସୁପାରୀ କିଲିଂ ନୁହଁ ତ ?
ଯଦି ଉତ୍ସଗୁଡିକ ବିଶ୍ୱାସ କରାଯାଏ, ତେବେ ଯାଞ୍ଚ ସହ ଜଡିତ ଲୋକମାନେ ଏହାର ଏକ ଦିଗ ପ୍ରତି ମଧ୍ୟ ଧ୍ୟାନ ଦେଉଛନ୍ତି । ତିନି ଜଣ ସୁଟରଙ୍କୁ 10-10 ଲକ୍ଷ ଟଙ୍କାରେ ହତ୍ୟା ପାଇଁ ସୁପାରୀ ଦିଆଯାଇଥିଲା ବୋଲି ମଧ୍ୟ ଖବର ମିଳୁଛି । ଅତିକ୍ ର କୌଣସି ଶତ୍ରୁ ସୁପାରୀ ଦେଇ ଏହି ହତ୍ୟା କରାଇଛନ୍ତି କି ନାହିଁ ସେ ନେଇ ପ୍ରଶ୍ନ ଉଠୁଛି ।
ହତ୍ୟା ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ !
ଅତିକ୍-ଅସରଫ ହତ୍ୟା ପର ଠାରୁ ସାରା ରାଜ୍ୟରେ ପ୍ରଶାସନର ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଛି । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ରାଜ୍ୟରେ 144 ଧାରା ଲାଗୁ ହୋଇଛି । ଏପରିକି ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ ରହିଛି । କିନ୍ତୁ ବଡ଼ କଥା ହେଉଛି ତିନି ହତ୍ୟାକାରୀ ଜିଗାନା ପିସ୍ତଲ ବ୍ୟବହାର କରିଥିଲେ, ଯାହାକି ଭାରତରେ ବ୍ୟାନ୍ ରହିଛି । ଏହି ପିସ୍ତଲ ପ୍ରଥମ ଥର ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନିକଟରେ ଥିଲା ।
କୁହାଯାଉଛି ଯେ ଗତ ବର୍ଷ ମେ ମାସରେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାରେ ତୁର୍କୀରେ ତିଆରି ଜିଗାନା ପିସ୍ତଲ ମଧ୍ୟ ବ୍ୟବହୃତ ହୋଇଥିଲା । କିନ୍ତୁ ଅତିକ୍-ଅସରଫଙ୍କୁ ଭାରତରେ ନିଷିଦ୍ଧ ଜିଗାନା ପିସ୍ତଲରୁ ଗୁଳି କରାଯାଇଛି । ଅନୁସନ୍ଧାନକାରୀ ସଂସ୍ଥା ମଧ୍ୟ ଏହି ଦିଗ ପ୍ରତି ମଧ୍ୟ ଧ୍ୟାନ ଦେଉଛନ୍ତି ଯେ ଏହି ହତ୍ୟାରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ଅଛି କି ?
ହତ୍ୟା ପଛରେ ନାହିଁ ତ ଗୁଡ୍ଡୁ ମୁସଲିମ !
ଅତିକ୍-ଅସରଫ ହତ୍ୟା ପରେ ଅନୁସନ୍ଧାନକାରୀଙ୍କ ନିଦ ହଜିଯାଇଛି । ଉମେଶ ପାଲ ହତ୍ୟା ମାମଲାରେ ସମ୍ପୃକ୍ତ ଚାରି ଅଭିଯୁକ୍ତଙ୍କ ଏନକାଉଣ୍ଟର ହୋଇଛି । କିନ୍ତୁ ଜଣେ ଅଭିଯୁକ୍ତ ଏବେବି ଫେରାର୍ ଅଛି । ସେ ହେଉଛି ଗୁଡ୍ଡୁ ମୁସଲିମ । ତାକୁ ଅତିକ୍ ର ଅତି ଖାସ୍ ଲୋକ ବୋଲି କୁହାଯାଏ । ଯାଞ୍ଚ ଏଜେନ୍ସି ମଧ୍ୟ ଏହି ଦିଗରୁ ଅନୁସନ୍ଧାନ କରୁଛନ୍ତି ଯେ ଗୁଡ୍ଡୁ ମୁସଲିମ ଏହି ଦୁଇ ଭାଇଙ୍କ କଳା ସାମ୍ରାଜ୍ୟକୁ ଅକ୍ତିଆର କରିବାକୁ ହତ୍ୟା କରିନାହିଁ ତ ? ଏପରିକି ହତ୍ୟା ଠିକ୍ ପୂର୍ବରୁ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଅତିକ୍, ଗୁଡ୍ଡୁ ମୁସଲିମର ନାଁ ନେଇଥିଲା ।
ISI ଲିଙ୍କ ହୋଇପାରେ କି ଅତିକ୍ ର ହତ୍ୟାର କାରଣ !
ଫେବୃଆରୀ 24 ରେ ପ୍ରୟାଗରାଜରେ ଉମେଶ ପାଲଙ୍କ ହତ୍ୟା ପରଠାରୁ ପୋଲିସ ଅତିକ୍-ଅସରଫ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ଜେଲରେ ବସି ଉମେଶଙ୍କୁ ହତ୍ୟା କରିବା ପାଇଁ ଅତିକ୍ ଏବଂ ଅସରଫ ଷଡଯନ୍ତ୍ର କରିଥିବା ପୋଲିସ ସନ୍ଦେହ କରୁଛି । ଏହି ପ୍ରସଙ୍ଗରେ ପଚରାଉଚରା ପାଇଁ ଅତିକ୍ ଏବଂ ଅସରଫ କୁ ରିମାଣ୍ଡରେ ନିଆଯାଇଥିଲା । ଏହି ସମୟରେ ପଚରାଉଚୁରା ବେଳେ ଏକ ବଡ଼ ଖୁଲାସା କରିଥିଲା ଅତିକ୍ । ତାର ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଙ୍ଗଠନ ISI ସହ ଲିଙ୍କ୍ ଥିବା କହିଥିଲା ଅତିକ୍ । ଯଦି ସବୁ ସତ ବାହାରକୁ ଆସିଥାନ୍ତା ତେବେ ଏଥିରେ ଅନ୍ୟ କିଏ ସାମିଲ ଅଛନ୍ତି ତାହାର ଖୁଲାସା ହୋଇପାରିଥାନ୍ତା । ତେଣୁ ଅତିକ୍ ର ମୁଙଁ ବନ୍ଦ କରିବାକୁ ତାକୁ ISI ହତ୍ୟା କରାଇଥାଇ ପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି ।
LeT ବି ହୋଇପାରେ ହତ୍ୟାର କାରଣ !
ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇର ସମ୍ପୃକ୍ତି ନେଇ ସନ୍ଦେହ ମଧ୍ୟରେ ଲସ୍କର-ଏ-ତୋଏବା କୁ ନେଇ ମଧ୍ୟ ଯାଞ୍ଚ କରାଯାଉଛି । ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ପଚରାଉଚରା ବେଳେ ମାଫିଆ ଡନ୍ ଅତିକ୍ ପାକିସ୍ତାନ ସମର୍ଥିତ ନିଷିଦ୍ଧ ଆତଙ୍କବାଦୀ ଗୋଷ୍ଠୀ ଲସ୍କର-ଏ-ତୋଏବା ସହିତ ଯୋଗାଯୋଗରେ ଥିବା ମଧ୍ୟ ସ୍ୱୀକାର କରିଥିଲା । ଅତିକ୍ କହିଥିଲା ଯେ ସେ ଲସ୍କର ଠାରୁ ସେ ଅସ୍ତ୍ରଶସ୍ତ୍ର ପାଉଥିଲା । ଏଜେନ୍ସିମାନେ ସନ୍ଦେହ କରୁଛନ୍ତି ଯେ ଲସ୍କର ସହ ସମ୍ପୃକ୍ତିକୁ ନେଇ ଅନ୍ୟ କାହାର ନାଁ ବାହାରକୁ ନ ଆସିବାକୁ ନେଇ ସୁପାରୀ ଦେଇ ହତ୍ୟା କରାଯାଇଥାଇପାରେ । ଏହି ହତ୍ୟାରେ ଆଇଏସଆଇ କିମ୍ବା ଲସ୍କରଙ୍କ ସମ୍ପୃକ୍ତି ହେବାର ସମ୍ଭାବନା ମଧ୍ୟ ଅନୁସନ୍ଧାନ କରାଯାଉଛି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications