Get Updates
Get notified of breaking news, exclusive insights, and must-see stories!

UPSC : 'ବୟସ ଏବଂ ପ୍ରୟାସ ସୀମା ଅତିକ୍ରମ କରିଥିବା ପ୍ରାର୍ଥୀ ପାଇବେ ନାହିଁ ଅତିରିକ୍ତ ସୁଯୋଗ'

କରୋନା ଭାଇରସ ମହାମାରୀ ହେତୁ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ଆଉ ଏକ ସୁଯୋଗ ଦେବା ନେଇ ବୟସରେ ରିହାତି ଦେବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ।

ନୂଆଦିଲ୍ଲୀ : କରୋନା ଭାଇରସ ମହାମାରୀ ହେତୁ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ଆଉ ଏକ ସୁଯୋଗ ଦେବା ନେଇ ବୟସରେ ରିହାତି ଦେବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଯେଉଁମାନେ ଅକ୍ଟୋବର 2020 ର ପ୍ରାଥମିକ ପରୀକ୍ଷାରେ ଶେଷ ପ୍ରୟାସ ଦେଇଛନ୍ତି, ସେମାନଙ୍କୁ ଆଉ ଅତିରିକ୍ତ ସୁଯୋଗ ଦିଆଯିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ତିନିଜଣିଆ ଖଣ୍ଡପୀଠ କେବଳ ଗୋଟିଏ ଶବ୍ଦ 'ଖାରଜ' ଘୋଷଣା କରିଛନ୍ତି । ଏହା ପରେ ଆଉ ଅଧିକ ନିଷ୍ପତ୍ତି ଶୁଣାଇନାହାନ୍ତି । ଯେତେ ଦୂର ସରକାରଙ୍କ କଥା ରହିଛି,, ଗତ ବର୍ଷ ଶେଷ ପ୍ରୟାସକାରୀଙ୍କୁ ଆଉ ଏକ ସୁଯୋଗ ଦେବାକୁ ପ୍ରସ୍ତୁତ ଥିଲା, କିନ୍ତୁ ବୟସରେ କୌଣସି ରିହାତି ଦେବାକୁ ସରକାର ରାଜି ନଥିଲେ ।

Supreme-Court-India

ବୟସ ଏବଂ ପ୍ରୟାସ ସୀମା ଅତିକ୍ରମ କରିଥିବା ପ୍ରାର୍ଥୀଙ୍କୁ ଝଟକା

ଆବେଦନକାରୀମାନେ ଯୁକ୍ତି କରିଥିଲେ ଯେ, 2020 ମସିହାରେ ମହାମାରୀ ହେତୁ ସେମାନେ ପରୀକ୍ଷା ପାଇଁ ସଠିକ୍ ଭାବରେ ପ୍ରସ୍ତୁତ କରିପାରିନାହାନ୍ତି । ତେଣୁ ସେମାନଙ୍କୁ ଏକ ଅତିରିକ୍ତ ସୁଯୋଗ ଏବଂ ବୟସରେ ଏକ ବର୍ଷର ରିହାତି ଦେବାକୁ ଦାବି କରିଥିଲେ । ଦେଶର ପ୍ରତିଷ୍ଠିତ ପ୍ରତିଯୋଗିତାମୂଳକ ପରୀକ୍ଷା ସଂପର୍କରେ ଦାଖଲ ହୋଇଥିବା ପିଟିସନ ଉପରେ ସୁପ୍ରିମକୋର୍ଟ ମଧ୍ୟ କେନ୍ଦ୍ର ସରକାରଙ୍କ ମତାମତ ଲୋଡ଼ିଥିଲେ । ପ୍ରଥମେ ସମସ୍ତ ଉଦ୍ୟମ ଶେଷ କରିଥିବା ପ୍ରାର୍ଥୀଙ୍କୁ ଶେଷ ସୁଯୋଗ ଦେବାକୁ ସରକାର ରାଜି ହୋଇଥିଲେ । କିନ୍ତୁ, ଚଳିତ ମାସ ଆରମ୍ଭରେ ସରକାର ସୁପ୍ରିମକୋର୍ଟରେ କହିଛନ୍ତି ଯେ ଏହି ପରୀକ୍ଷା ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ଶେଷ ଥର ପାଇଁ ସୁଯୋଗ ଦିଆଯାଇପାରିବ କି ନାହିଁ ତାହା ଚିନ୍ତା କରିବ । ଏହା ଉପରେ ସୁପ୍ରିମକୋର୍ଟ ଶେଷ ଥର ପାଇଁ ଏକ ବର୍ଷ ବୟସ ଛାଡ କରିବାକୁ ବିଚାର କରିବାକୁ କେନ୍ଦ୍ରକୁ କହିଛନ୍ତି । କୋର୍ଟ କହିଛନ୍ତି ଯେ ଯଦି ଏପରି କରାଯାଏ, ତେବେ କେବଳ 2,236 ଅତିରିକ୍ତ ପ୍ରାର୍ଥୀ ବୃଦ୍ଧି ହେବ । ଏହା କେବଳ ଗୋଟିଏ ଥର ହେବ ଏବଂ ଭବିଷ୍ୟତ ପାଇଁ ଏହି ମାନଦଣ୍ଡ ପାଳନ ହେବା ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

ଗତ ବର୍ଷ ଅକ୍ଟୋବର 4 ରେ ଅନୁଷ୍ଠିତ ହୋଇଥିଲା ପ୍ରାଥମିକ ପରୀକ୍ଷା

କେନ୍ଦ୍ର ସରକାର ବୟସରେ ରିହାତି ଦେବା ନେଇ ଆଦୌ ସହମତ ହୋଇନଥିଲେ ଏବଂ ଆଜି ସୁପ୍ରିମକୋର୍ଟ ଏହି ଆବେଦନକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି । ଏଥିରେ ଯେଉଁମାନଙ୍କ ଉଦ୍ୟମ ଶେଷ ହୋଇଛି, ସେମାନଙ୍କୁ ଶେଷ ସୁଯୋଗ ଦିଆଯିବା ଆବେଦନ ମଧ୍ୟ ସାମିଲ ଥିଲା ।

ସୂଚନାଯୋଗ୍ୟ, ଗତ ବର୍ଷର ସିଭିଲ ସର୍ଭିସେସ୍ (ପ୍ରାଥମିକ) ପରୀକ୍ଷା ତାରିଖ 31 ମେ ପାଇଁ ସ୍ଥିର କରାଯାଇଥିଲା । ତେବେ କରୋନା ଲକଡାଉନ୍ ହେତୁ ତାଙ୍କୁ 4 ଅକ୍ଟୋବରରେ କରାଯାଇଥିଲା । ଏହା ଠାରୁ ଆଗକୁ ପରୀକ୍ଷା ଘୁଞ୍ଚାଯାଇ ପାରିବ ନାହିୱବୋଲି କେନ୍ଦ୍ର ଲୋକସେବା ଆୟୋଗ ସୁପ୍ରିମକୋର୍ଟଙ୍କୁ କହିବା ପରେ ଏହି ତାରିଖ ସ୍ଥିର ହୋଇଥିଲା ।

upsc-exam

ଦୁଇ ହଜାରରୁ ଅଧିକ ପ୍ରାର୍ଥୀ ଚଳିତ ବର୍ଷ ଦେଇପାରିବେ ନାହିଁ ପରୀକ୍ଷା

ୟୁପିଏସସି ସିଭିଲ ସର୍ଭିସେସ୍ ପରୀକ୍ଷାରେ ସାଧାରଣ ବର୍ଗ ପାଇଁ 21 ରୁ 32 ବର୍ଷର ପ୍ରାର୍ଥୀଙ୍କ ଲାଗି ମୋଟ 6 ଟି ପ୍ରୟାସର ସୀମା ରହିଛି । ସେହିପରି ଓବିସି ବର୍ଗର ପ୍ରାର୍ଥୀମାନେ ଦେଶର ସମ୍ମାନଜନକ ସିଭିଲ ସର୍ଭିସ ପରୀକ୍ଷା ପାଇଁ 35 ବର୍ଷ ବୟସ ପର୍ଯ୍ୟନ୍ତ 9 ଟି ପ୍ରୟାସ ପାଇଁ ନିଜ ଭାଗ୍ୟ ପରୀକ୍ଷା କରିପାରିବେ । ଏଥି ସହିତ, ଅନୁସୂଚିତ ଜାତି ଏବଂ ଜନଜାତି (ଏସସି / ଏସଟି) ପ୍ରାର୍ଥୀଙ୍କ କ୍ଷେତ୍ରରେ ବୟସ ସୀମା 37 ବର୍ଷ ଏବଂ ସେମାନେ ଯେତେଥର ଚାହିଁବେ ପରୀକ୍ଷା ଦେଇପାରିବେ ।

ଗତ ବର୍ଷ 2,000 ରୁ ଅଧିକ ପ୍ରାର୍ଥୀ ଥିଲେ, ଯେଉଁମନଙ୍କର ଏହି ପରୀକ୍ଷା ଦେବାର ବୟସ ସୀମା ଚଶିତ ବର୍ଷ ଅତିକ୍ରମ କରିଛନ୍ତି । ଭାରତୀୟ ପ୍ରଶାସନିକ ସେବା କମିଶନ IFS (ଭାରତୀୟ ବୈଦେଶିକ ସେବା), IAS(ଭାରତୀୟ ପ୍ରଶାସନିକ ସେବା), IPS(ଭାରତୀୟ ପୋଲିସ୍ ସେବା) ଏବଂ କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ ପ୍ରଥମ ଶ୍ରେଣୀ ସେବା ପାଇଁ ଏହି ପରୀକ୍ଷା କରାଇଥାଏ । ପ୍ରାଥମିକ ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀମାନେ ମୁଖ୍ୟ ପରୀକ୍ଷା ଦେବା ପାଇଁ ଅନୁମତୁ ପାଇଥାନ୍ତି । ଏବଂ ସଫଳ ହେବା ପରେ ସାକ୍ଷାତକାରର ପର୍ଯ୍ଯାୟ ଦେଇଥାନ୍ତି । ଗତ ଦୁଇଟି ପରୀକ୍ଷା ଉପରେ ଆଧାର କରି ବିଭିନ୍ନ ସେବା ପାଇଁ ସଫଳ ପ୍ରାର୍ଥୀ ଚୟନ କରାଯାଇଥାଏ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+