Get Updates
Get notified of breaking news, exclusive insights, and must-see stories!

ଓମିକ୍ରନ୍‌ର ବଢୁଥିବା ମାମଲାରେ WHO ର ମୁଖ୍ୟ ବୈଜ୍ଞାନିକଙ୍କ ଚେତାବନୀ, ଆସିପାରେ ମିନି ୱେଭ୍

ଡକ୍ଟର ସୌମ୍ୟା କହିଛନ୍ତି ଯେ ସବ୍ ଭାରିଆଣ୍ଟ ବୃଦ୍ଧି ପାଉଛି । ମୁଖ୍ୟ ଓମିକ୍ରନ୍ BA-1 ଅପେକ୍ଷା ଏହା ଅଧିକ ସଂକ୍ରାମକ । ଏହାର ସଂକ୍ରମଣ ଶୀଘ୍ର ବ୍ୟାପିଥାଏ । ପ୍ରତି ଚାରି-ଛଅ ମାସରେ ଛୋଟ ଛୋଟ ଲହର ଆସିବାର ଆଶଙ୍କା ରହିଛି ।

ନୂଆଦିଲ୍ଲୀ : ବର୍ତ୍ତମାନ କରୋନା ମାମଲା ପୁଣି ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ଏହା ସହିତ, ଓମିକ୍ରନ୍ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଓମିକ୍ରନ୍ ର ସବ୍ ଭାରିଆଣ୍ଟ BA-4 ଏବଂ BA-5 ର ସଂକ୍ରମଣ ବୃଦ୍ଧି ପାଇଛି । ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ମୁଖ୍ୟ ବୈଜ୍ଞାନିକ ଡ଼ ସୌମ୍ୟା ସ୍ୱାମୀନାଥନ୍ ଏକ ଖବରକାଜ ସହ ସାକ୍ଷାକାରରେ କହିଛନ୍ତି ଯେ ଏହା ଏକ ମିନି ୱେଭି ର ଆରମ୍ଭ ହୋଇପାରେ ।

soumya swaminathan

ଡକ୍ଟର ସୌମ୍ୟା କହିଛନ୍ତି ଯେ ସବ୍ ଭାରିଆଣ୍ଟ ବୃଦ୍ଧି ପାଉଛି । ମୁଖ୍ୟ ଓମିକ୍ରନ୍ BA-1 ଅପେକ୍ଷା ଏହା ଅଧିକ ସଂକ୍ରାମକ । ଏହାର ସଂକ୍ରମଣ ଶୀଘ୍ର ବ୍ୟାପିଥାଏ । ପ୍ରତି ଚାରି-ଛଅ ମାସରେ ଛୋଟ ଛୋଟ ଲହର ଆସିବାର ଆଶଙ୍କା ରହିଛି । ତେଣୁ କୋଭିଡ ସହିତ ଜଡିତ ସମସ୍ତ ସତର୍କତା ଅବଲମ୍ବନ କରନ୍ତୁ ।

ଓମିକ୍ରନ୍ BA-4 ଏବଂ BA-5 ହେତୁ ଦକ୍ଷିଣ ଆଫ୍ରିକାରେ ବର୍ତ୍ତମାନ ପଞ୍ଚମ ଲହର ବିଷୟରେ ଉଲ୍ଲେଖ କରି ଡକ୍ଟର ସ୍ୱାମୀନାଥନ୍ କହିଛନ୍ତି ଯେ ଏହା ଏକ ଛୋଟ ଲହର । WHO ରିପୋର୍ଟ ଅନୁଯାୟୀ, ସମଗ୍ର ଆଫ୍ରିକାରେ କ୍ରମାଗତ ଚାରି ସପ୍ତାହ ବୃଦ୍ଧି ପରେ ନୂତନ ମାମଲାରେ ହ୍ରାସ ଘଟିଛି । ଯାହାକି ଏକ ନୂତନ ସଂକେତ ଅଟେ ଯେ ନୂତନ ମାମଲାଗୁଡ଼ିକ ସେମାନଙ୍କର ଶିଖରରେ ପହଞ୍ଚିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+