ଗୋପନୀୟତା ନୀତି ଉପରେ ପ୍ରତିବନ୍ଧକ ଲଗାଇଲା ହ୍ୱାଟସ୍ ଆପ୍

ଯେପର୍ଯ୍ୟନ୍ତ ସଂସଦରେ ଡାଟା ସୁରକ୍ଷା ବିଲ୍ ଆଗତ ନ ହୋଇଛି ସେ ପର୍ଯ୍ୟନ୍ତ ହ୍ୱାଟସ୍ଆପ୍ ତାର ଗୋପନୀୟତା ନୀତି ଉପରେ ରୋକ ଲଗାଇବ । ଏହା ବ୍ୟତୀତ, ଯେଉଁମାନେ ନୂତନ ନୀତି ଅନୁସରଣ କରନ୍ତି ନାହିଁ, ସେମାନଙ୍କର ସେବା ବନ୍ଦ ହେବ ନାହିଁ ବୋଲି ମଧ୍ୟ କୁହାଯାଇଛି ।

ନୂଆଦିଲ୍ଲୀ : ଫେସବୁକ୍ ମାଲିକାନା ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହ୍ୱାଟସ୍ ଆପ୍ ଚଳିତ ବର୍ଷ ଏହାର ଗୋପନୀୟତା ନୀତି ବଦଳାଇ ଦେଇଛି । ଯାହା ଉପରେ ବିବାଦ ଜାରି ରହିଛି । ତେବେ ଶୁକ୍ରବାର ଦିନ ହ୍ୱାଟସ୍ ଆପ୍ ଦିଲ୍ଲୀ ହାଇକୋର୍ଟରେ ଏକ ବଡ ସୂଚନା ଦେଇଛି । ଯେଉଁଥିରେ ସେ କହିଛି ଯେପର୍ଯ୍ୟନ୍ତ ସଂସଦରେ ଡାଟା ସୁରକ୍ଷା ବିଲ୍ ଆଗତ ନ ହୋଇଛି ସେ ପର୍ଯ୍ୟନ୍ତ ହ୍ୱାଟସ୍ଆପ୍ ତାର ଗୋପନୀୟତା ନୀତି ଉପରେ ରୋକ ଲଗାଇବ । ଏହା ବ୍ୟତୀତ, ଯେଉଁମାନେ ନୂତନ ନୀତି ଅନୁସରଣ କରନ୍ତି ନାହିଁ, ସେମାନଙ୍କର ସେବା ବନ୍ଦ ହେବ ନାହିଁ ବୋଲି ମଧ୍ୟ କୁହାଯାଇଛି ।

Whatsapp

ବାସ୍ତବରେ ହ୍ୱାଟସ୍ ଆପର ନୂତନ ନୀତି ସମ୍ପର୍କରେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା । ଯାହାର ଶୁଣାଣି ପ୍ରଧାନ ବିଚାରପତି ଡିଏନ ପଟେଲ ଏବଂ ଜଷ୍ଟିସ ଜ୍ୟୋତି ସିଂଙ୍କ ବେଞ୍ଚରେ ହୋଇଥିଲା । ଏହି ସମୟରେ ହ୍ୱାଟସ୍ ଆପ୍ ପକ୍ଷରୁ ହାଜର ହୋଇଥିବା ଆଡଭୋକେଟ୍ ହରିଶ ସାଲଭେ କହିଛନ୍ତି ଯେ ଏହି ନୂତନ ନୀତି ବନ୍ଦ କରିବାକୁ କମ୍ପାନୀ ନିଜେ ରାଜି ହୋଇଛି । ଆହୁରି ମଧ୍ୟ, ଉପଭୋକ୍ତା ଏହାକୁ ଗ୍ରହଣ କରିବାକୁ ବାଧ୍ୟ ନୁହଁନ୍ତି । ତଥାପି, କମ୍ପାନୀ ଉପଭୋକ୍ତାଙ୍କୁ ନୂତନ ଗୋପନୀୟତା ନୀତି ଦେଖାଇବା ଜାରି ରଖିବ ।

ଏହା ପୂର୍ବ ଶୁଣାଣିରେ କେନ୍ଦ୍ର ହାଇକୋର୍ଟରେ ହ୍ୱାଟସ୍ ଆପ୍ ଉପରେ ଅଭିଯୋଗ କରିଥିଲା । କେନ୍ଦ୍ର କହିଛି ଯେ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍ ଏକ ଆଇନ ଭାବରେ କାର୍ଯ୍ୟକାରୀ ହେବା ପୂର୍ବରୁ ହ୍ୱାଟସ୍ ଆପ୍ ଏହାର ବ୍ୟବହାରକାରୀଙ୍କୁ ଏହି ନୀତି ଗ୍ରହଣ କରିବା ପାଇଁ ବାଧ୍ୟ କରୁଛି । ଏଥିପାଇଁ ସେମାନଙ୍କୁ ପ୍ରତିଦିନ ବିଜ୍ଞପ୍ତି ପଠାଯାଉଛି । ଏଭଳି ପରିସ୍ଥିତିରେ କୋର୍ଟ ଏହାକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ଉଚିତ୍ । ତେବେ କୋର୍ଟଙ୍କ ନିର୍ଦ୍ଦେଶ ପୂର୍ବରୁ ମଧ୍ୟ କମ୍ପାନୀ ନିଜେ ସେହି ନୀତି ଉପରେ ରୋକ ଲଗାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+