ହ୍ୱାଟସ୍ ଆପ୍ ମେସେଜ୍ କୋର୍ଟରେ ପ୍ରମାଣ ଭାବରେ ବ୍ୟବହାର କରାଯାଇପାରିବ ନାହିଁ : ସୁପ୍ରିମ କୋର୍ଟ
ସୁପ୍ରିମକୋର୍ଟ କହିଛନ୍ତି ଯେ ହ୍ୱାଟସ୍ ଆପରେ ଆଦାନ ପ୍ରଦାନ ହୋଇଥିବା ବାର୍ତ୍ତାଗୁଡ଼ିକ ଭରସାଯୋଗ୍ୟ ନୁହଁ । ତେଣୁ ଏଗୁଡ଼ିକୁ ପ୍ରମାଣ ଭାବେ ଗ୍ରହଣ କରାଯାଇପାରିବ ନାହିଁ ।
ନୂଆଦିଲ୍ଲୀ : ହ୍ୱାଟସ୍ ଆପ୍ ବାର୍ତ୍ତା କୋର୍ଟରେ ପ୍ରମାଣ ଭାବରେ ବ୍ୟବହାର କରାଯାଇପାରିବ କି ? ସୁପ୍ରିମକୋର୍ଟ କହିଛନ୍ତି ଯେ ହ୍ୱାଟସ୍ ଆପରେ ଆଦାନ ପ୍ରଦାନ ହୋଇଥିବା ବାର୍ତ୍ତାଗୁଡ଼ିକ ଭରସାଯୋଗ୍ୟ ନୁହଁ । ତେଣୁ ଏଗୁଡ଼ିକୁ ପ୍ରମାଣ ଭାବେ ଗ୍ରହଣ କରାଯାଇପାରିବ ନାହିଁ ।
"ଆଜିକାଲି ହ୍ୱାଟସ୍ ଆପ୍ ବାର୍ତ୍ତାର ସ୍ପଷ୍ଟ ମୂଲ୍ୟ କ'ଣ ? ଆଜିକାଲି ସୋସିଆଲ ମିଡିଆରେ କିଛି ବି ସୃଷ୍ଟି ଏବଂ ଡିଲିଟ ହୋଇପାରିବ । ଆମେ ହ୍ୱାଟସ୍ ଆପ୍ ମେସେଜ୍ କୁ ଭରସା କରି ପାରିବୁ ନାହିଁ ।" ବୋଲି ଭାରତର ପ୍ରଧାନ ବିଚାରପତି ଏନଭି ରମନା ଏବଂ ଜଷ୍ଟିସ୍ ଏସ୍ ବୋପାନା ଏବଂ ହୃଷିକେଶ ରୟ କହିଛନ୍ତି ।

2016 ଡିସେମ୍ବରରେ ହୋଇଥିବା ଦକ୍ଷିଣ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ଏବଂ A2Z ଇନଫ୍ରାସ୍ ସର୍ଭିସେସ୍ ଏବଂ ଅନ୍ୟ ଏକ ସଂସ୍ଥା ମଧ୍ୟରେ ୱେଷ୍ଟ ମ୍ୟାଟେରିଆଲ୍ସର ସଂଗ୍ରହ ଏବଂ ପରିବହନ ପାଇଁ, 2016 ଚୁକ୍ତିକୁ ନେଇ ସୁପ୍ରିମ କୋର୍ଟ ଏଭଳି ରାୟ ଦେଇଛନ୍ତି ।
2017 ରେ, A2Z ଚୁକ୍ତିଭିତ୍ତିକ କାର୍ଯ୍ୟର ଏକ ଅଂଶ କରିବା ପାଇଁ କ୍ୱିପୋ ଇନଫ୍ରାଷ୍ଟ୍ରକଚର ସହିତ ଅନ୍ୟ ଏକ ଚୁକ୍ତି କରିଥିଲା ଏବଂ ଏଥିରେ ସହମତ ହୋଇଥିଲା ଯେ A2Z ଦ୍ୱାରା ପ୍ରାପ୍ତ ରାଶି ଏକ ଏସ୍କ୍ରୋ ଆକାଉଣ୍ଟରେ ଜମା ହେବ ଯେଉଁଠାରୁ ପକ୍ଷମାନଙ୍କୁ ଦେୟ ପ୍ରଦାନ କରାଯିବ ।
2020 ରେ, A2Z ଚୁକ୍ତିନାମାକୁ ବନ୍ଦ କରିଦେଲା ଯାହା ପରେ କ୍ୱିପ୍ପୋ କଲିକତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । କ୍ୱିପ୍ପୋ କୋର୍ଟଙ୍କୁ ତାଙ୍କର ଚୁକ୍ତିନାମା ଓ 8.18 କୋଟି ଟଙ୍କା ଦେୟ ନେଇ ଏକ ହ୍ୱାଟସ୍ଆପ୍ ବାର୍ତ୍ତାକୁ ପ୍ରମାଣ ଆଧାରରେ ଦେଖାଇଥିଲା । ହେଲେ A2Z କିନ୍ତୁ ଏହାକୁ ଖଣ୍ଡନ କରିଥିଲା ଓ ଏହି ମେସେଜ୍ ଜାଲ୍ ବୋଲି କହିଥିଲା । ଅବ୍ସ୍ୟ କ୍ୱିପୋର ଓକିଲ ପେମେଣ୍ଟ ସହ ଜଡ଼ିତ ଇମେଲ ଓ ବ୍ୟଙ୍କ ଷ୍ଟେମେଣ୍ଟ ଦେଖାଇବାପରେ କୋର୍ଟ A2Z କମ୍ପାନୀକୁ ସେହି ଏସ୍କ୍ର ଆକାଉଣ୍ଟରେ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ହାଇକୋର୍ଟଙ୍କ ଏଭଳି ନିର୍ଦ୍ଦେଶରେ ସୁପ୍ରିମ କୋର୍ଟ ସନ୍ତୁଷ୍ଟ ନାହାଁନ୍ତି । କୋର୍ଟ କିଛନ୍ତି, 'ଏକ ଏସ୍କ୍ରୋ ଆକାଉଣ୍ଟରେ ଟଙ୍କା ଜମା କରିବା ପାଇଁ HCଙ୍କ ନିର୍ଦ୍ଦେଶରେ ଆମେ ସନ୍ତୁଷ୍ଟ ନୁହଁ । ଆମେ ହ୍ୱାଟ୍ସଆପ୍ ବାର୍ତ୍ତାକୁ ନେଇ ବିଚାର କରୁନାହୁଁ । ଯଦି ଏହା ବିଳମ୍ବ ନହୁଏ, ତା'ହେଲେ ମଧ୍ୟସ୍ଥି ପାଖକୁ ଯାଆନ୍ତୁ । ଏବଂ ତାଙ୍କ ନିଷ୍ପତ୍ତିକୁ ଦଳଗୁଡିକ ଗ୍ରହଣ କରିବାକୁ ବାଧ୍ୟ ।'












Click it and Unblock the Notifications