ସାହସିକତା ପୁରସ୍କାର : କେବେ ଆରମ୍ଭ ହୋଇଥିଲା 'ସାହସିକତା ପୁରସ୍କାର' ? 'ପରମବୀର ଚକ୍ର' ଏବଂ 'ମହାବୀର ଚକ୍ର' ପୁରସ୍କାର କ'ଣ ?
ପ୍ରତିବର୍ଷ ଗଣତନ୍ତ୍ର ଦିବସରେ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥାଏ । ତେବେ କଣ ଏହି ସାହସିକତା ପୁରସ୍କାର । କେବେ ଆରମ୍ଭ ହୋଇଥିଲା ସାହସିକତା ପୁରସ୍କାର ।
ଉପସ୍ଥାପକ - Tanmaya Guin (ତନ୍ମୟ ଗୁଇଁ)
ପ୍ରତିବର୍ଷ ଗଣତନ୍ତ୍ର ଦିବସରେ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ଏ ନେଇ ଘୋଷଣା କରାଯାଇଛି । ପ୍ରଥମ ସାଧାରଣତନ୍ତ୍ର ଦିବସ ପାଳନ ଠାରୁ ପ୍ରତ୍ୟେକ ବର୍ ଭାରତ ସରକାରଙ୍କ ପକ୍ଷରୁ ଏହି ସାହସିକତା ପୁରସ୍କାର ଦେଇଥାନ୍ତି । 1950 ମସିହା ଜାନୁଆରୀ 26 ତାରିଖରେ ପ୍ରଥମ ଥର ପାଇଁ ତିନୋଟି ପୁରସ୍କାର ପରମବୀର ଚକ୍ର, ମହାବୀର ଚକ୍ର ଏବଂ ବୀର ଚକ୍ର ପୁରସ୍କାର ଦେବା ଆରମ୍ଭ ହୋଇଥିଲା । ଏହା ପରେ 1952 ଜାନୁଆରୀ 4ତାରିଖରୁ 'ଅଶୋକ ଚକ୍ର ପ୍ରଥମ, ଅଶୋକ ଚକ୍ର ଦ୍ୱିତୀୟ, ଅଶୋକା ଚକ୍ର ତୃତୀୟ ଦିଆଯିବା ଆରମ୍ଭ କରାଯାଇଥିଲା । ଏହି ସାହସିକତା ତଥା ବିରତ୍ୱ ପୁରସ୍କାର ପ୍ରତିବର୍ଷ ଦୁଇଥର ଘୋଷଣା କରାଯାଇଥାଏ । ପ୍ରଥମେ ସାଧାରଣତନ୍ତ୍ର ଦିବସ ଅର୍ଥାତ୍ ଜାନୁଆରୀ 26 ଏବଂ ଦ୍ୱିତୀୟରେ ସ୍ୱାଧୀନତା ଦିବସ ଅର୍ଥାତ୍ ଅଗଷ୍ଟ 15ତାରିଖରେ ।

ପରମବୀର ଚକ୍ର
'ପରମବୀର ଚକ୍ର' ହେଉଛି ଭାରତର ସର୍ବୋଚ୍ଚ ସାହସିକ ସାମରିକ ପୁରସ୍କାର । ଶତ୍ରୁମାନଙ୍କ ଉପସ୍ଥିତିରେ ଉଚ୍ଚମାନର ସାହସିକତା ଏବଂ ବଳିଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଏହି ସମ୍ମାନ ମରଣୋତ୍ତର ଭାବେ ମଧ୍ୟ ପ୍ରଦାନ କରାଯାଇପାରେ । ଭାରତୀୟ ସେନାର ଯେକୌଣସି ଅଂଶର ଅଧିକାରୀ କିମ୍ବା କର୍ମଚାରୀ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ଅଟନ୍ତି । ପରମବୀର ଚକ୍ର ପୁରସ୍କାର ପାଇଥିବା ବୀର ଯବାନଙ୍କ ମଧ୍ୟରେ ସୁବେଦାର ମେଜର ବୀର ବନ୍ନା ସିଂ ହିଁ ଏକମାତ୍ର ବ୍ୟକ୍ତି ଯିଏକି କାର୍ଗିଲ ଯୁଦ୍ଧରୁ ଫେରିବା ପରେ ଏହି ସମ୍ମାନରେ ସମ୍ମାନୀତ ହୋଇଥିଲେ ।
ମହାବୀର ଚକ୍ର
'ମହାବୀର ଚକ୍ର' ହେଉଛି ଯୁଦ୍ଧ ସମୟରେ ଭାରତର ବୀରତ୍ୱର ପଦକ । ଏହି ସମ୍ମାନ ସୈନିକ କିମ୍ବା ସାଧାରଣ ନାଗରିକଙ୍କୁ ଅସାଧାରଣ ସାହସିକତା କିମ୍ବା ବଳିଦାନ ପାଇଁ ଦିଆଯାଏ । ଏହା ମଧ୍ୟ ମରଣୋତ୍ତର ଭାବେ ଦିଆଯାଇପାରେ । ଗଲଓ୍ୱାନରେ ସହିଦ୍ ହୋଇଥିବା କମାଣ୍ଡିଂ ଅଫିସର କର୍ଣ୍ଣେଲ ସନ୍ତୋଷ ବାବୁଙ୍କୁ ଏହି ଥର 'ମହାବୀର ଚକ୍ର' ପୁରସ୍କାର ପ୍ରଦାନ କରାଯାଇଛି ।

କୀର୍ତ୍ତୀ ଚକ୍ର
କ୍ରମ ଅନୁସାରେ ଏହା 'ମହାବୀର ଚକ୍ର' ପରେ ଆସେ । କୀର୍ତ୍ତୀ ଚକ୍ର ସମ୍ମାନ 4 ଜାନୁଆରୀ 1952 ରେ ପ୍ରଥମ ଥର ପାଇଁ ଆରମ୍ଭ କରାଯାଇଥିଲା । ଏହି ପୁରସ୍କାର 198 ସାହସୀଙ୍କୁ ମରଣୋତ୍ତର ସମ୍ମାନ ଦିଆଯାଇଛି । ଏହି ପୁରସ୍କାର ସ୍ଥଳସେନା, ବାୟୁସେନା ଏବଂ ନୌସେନାର ଅଧିକାରୀ ତଥା ଯବାନଙ୍କ ବ୍ୟତୀତ ଟେରିଟୋରିଆଲ୍ ଆର୍ମି ଏବଂ ସାଧାରଣ ନାଗରିକଙ୍କୁ ମଧ୍ୟ ପ୍ରଦାନ କରାଯାଇଥାଏ ।
ବୀର ଚକ୍ର
ଅସାଧାରଣ ସାହସିକତା କିମ୍ବା ବଳିଦାନ ପାଇଁ ସୈନିକମାନଙ୍କୁ 'ବୀର ଚକ୍ର' ପ୍ରଦାନ କରାଯାଇଥାଏ । ଏହି ସମ୍ମାନକୁ ମରଣୋତ୍ତର ମଧ୍ୟ ଦିଆଯଆଇଥାଏ । 26 ଜାନୁଆରୀ 1950 ରେ ଏହି ପୁରସ୍କାର ଆରମ୍ଭ କରାଯାଇଥିଲା ।
ଅଶୋକ ଚକ୍ର
ଶାନ୍ତି ସମୟରେ ସର୍ବୋଚ୍ଚ ସାହସିକତା ସମ୍ମାନ ହେଉଛି 'ଅଶୋକ ଚକ୍ର' । ଏହି ସମ୍ମାନ ସୈନିକ ଏବଂ ସାଧାରଣ ନାଗରିକଙ୍କୁ ଅସାଧାରଣ ସାହସିକତା, କିମ୍ବା ବଳିଦାନ ପାଇଁ ଦିଆଯାଇଥାଏ । ଏହି ପୁରସ୍କାରକୁ ମରଣୋତ୍ତର ମଧ୍ୟ ଦିଆଯାଇପାରେ ।
ସୌର ଚକ୍ର
ଭାରତର ଶାନ୍ତି ସମୟରେ ବୀରତା ତଥା ସାହସିକତାର ସମ୍ମାନ ହେଉଛି 'ସୌର ଚକ୍ର' । ଅଗ୍ରାଧିକାର ଭିତ୍ତିରେ ଏହା 'କିର୍ତ୍ତୀ ଚକ୍ର' ପରେ ଆସିଥାଏ । ଶାନ୍ତି ସମୟରେ ଅସାଧାରଣ ସାହସିକତା କିମ୍ବା ବଳିଦାନ ପାଇଁ ସୈନିକ ଏବଂ ସାଧାରଣ ନାଗରିକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । ମରଣୋତ୍ତର ଭାବେ ମଧ୍ୟ ଏହି ପୁରସ୍କାର ଦିଆଯାଇଥାଏ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications