Get Updates
Get notified of breaking news, exclusive insights, and must-see stories!

କଟକଣା କୋହଳ ସହ ଜୁଲାଇ ପହିଲା ଯାଏଁ ବଢିଲା ପ୍ରତିବନ୍ଧକ

ପଶ୍ଚିମବଙ୍ଗର ମମତା ସରକାର ରାଜ୍ୟରେ ପ୍ରତିବନ୍ଧକକୁ ଜୁଲାଇ ପହିଲା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଏବଂ ଏଥି ସହିତ ଅତ୍ୟାବଶ୍ୟକ ସେବା ଉପରେ କଟକଣା ଛାଡ଼ କରିଛନ୍ତି ।

କୋଲକାତା : ସାରା ଦେଶରେ କରୋନା ମହାମାରୀ ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ କେତେକ ରାଜ୍ୟ ଲଗାଇଥିବା ଲକଡାଇନ୍ କଟକଣା କୋହଳ କରି ଅନଲକ୍ ପ୍ରକ୍ରିୟା ଆରମ୍ଭ କରିଲେଣି । ଏହି ସମୟରେ ପଶ୍ଚିମବଙ୍ଗର ମମତା ସରକାର ରାଜ୍ୟରେ ପ୍ରତିବନ୍ଧକକୁ ଜୁଲାଇ ପହିଲା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଏବଂ ଏଥି ସହିତ ଅତ୍ୟାବଶ୍ୟକ ସେବା ଉପରେ କଟକଣା ଛାଡ଼ କରିଛନ୍ତି । ସୋମବାର ଏହି ନିର୍ଦ୍ଦେଶ ଜାରି କରିବାବେଳେ ବଙ୍ଗଳାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିମ୍ନଲିଖିତ ନିର୍ଦ୍ଦେଶ ଦେଇଛନ୍ତି ।

corona-virus

ବଙ୍ଗଳା ସରକାରଙ୍କ ନୂଆ ନିର୍ଦ୍ଦେଶ ଅନୁସାରେ ସମସ୍ତ ସରକାରୀ କାର୍ଯ୍ୟାଳୟ 25% କର୍ମଚାରୀଙ୍କ ସହିତ କାର୍ଯ୍ୟ କରିବ । ସେହିପରି 25% କର୍ମଚାରୀ ନେଇ ବେସରକାରୀ ଏବଂ କର୍ପୋରେଟ୍ ଅଫିସ୍ ସକାଳ 10 ଟାରୁ 4 ଟା ପର୍ଯ୍ୟନ୍ତ ଖୋଲା ରହିବ । ଏହା ବ୍ୟତୀତ ସପିଂ ମଲ୍ ଏବଂ କମ୍ପ୍ଲେକ୍ସ ଗୁଡ଼ିକୁ ସକାଳ 11 ଟାରୁ ରାତି 6 ଟା ପର୍ଯ୍ୟନ୍ତ 50 ପ୍ରତିଶତ କର୍ମଚାରୀଙ୍କ ସହ ଖୋଲିବାକୁ ଅନୁମତି ଦିଆଯାଇଛି । ଏହା ସହିତ ବିନା କୌଣସି ଦର୍ଶକରେ ଷ୍ଟାଡିୟମରେ ଖେଳ ଆୟୋଜନ ହୋଇପାରିବ ।

ଅପରପକ୍ଷରେ ସମସ୍ତ ଶିକ୍ଷାନୁଷ୍ଠାନକୁ ଖୋଲିବାକୁ ଅନୁମତି ମିଳିନାହିଁ । ଜରୁରୀକାଳୀନ ପରିସ୍ଥିତି ବ୍ୟତୀତ ଘରୋଇ ଯାନବାହାନ ଚଳାଚଳ ସ୍ଥଗିତ ରହିବ । ଏହା ସହିତ 'ଗୋଟିଏ ଦେଶ, ଗୋଟିଏ ରାସନ' ଯୋଜନା କାର୍ଯ୍ୟକାରୀ କରିବାରେ କୌଣସି ଅସୁବିଧା ନାହିଁ । ଏହା ପ୍ରକ୍ରିୟା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+