For Quick Alerts
Turn On Notification  
For Daily Alerts
Oneindia App Download

କଟକଣା କୋହଳ ସହ ଜୁଲାଇ ପହିଲା ଯାଏଁ ବଢିଲା ପ୍ରତିବନ୍ଧକ

ପଶ୍ଚିମବଙ୍ଗର ମମତା ସରକାର ରାଜ୍ୟରେ ପ୍ରତିବନ୍ଧକକୁ ଜୁଲାଇ ପହିଲା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଏବଂ ଏଥି ସହିତ ଅତ୍ୟାବଶ୍ୟକ ସେବା ଉପରେ କଟକଣା ଛାଡ଼ କରିଛନ୍ତି ।

|

କୋଲକାତା : ସାରା ଦେଶରେ କରୋନା ମହାମାରୀ ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ କେତେକ ରାଜ୍ୟ ଲଗାଇଥିବା ଲକଡାଇନ୍ କଟକଣା କୋହଳ କରି ଅନଲକ୍ ପ୍ରକ୍ରିୟା ଆରମ୍ଭ କରିଲେଣି । ଏହି ସମୟରେ ପଶ୍ଚିମବଙ୍ଗର ମମତା ସରକାର ରାଜ୍ୟରେ ପ୍ରତିବନ୍ଧକକୁ ଜୁଲାଇ ପହିଲା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଏବଂ ଏଥି ସହିତ ଅତ୍ୟାବଶ୍ୟକ ସେବା ଉପରେ କଟକଣା ଛାଡ଼ କରିଛନ୍ତି । ସୋମବାର ଏହି ନିର୍ଦ୍ଦେଶ ଜାରି କରିବାବେଳେ ବଙ୍ଗଳାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିମ୍ନଲିଖିତ ନିର୍ଦ୍ଦେଶ ଦେଇଛନ୍ତି ।

corona-virus

ବଙ୍ଗଳା ସରକାରଙ୍କ ନୂଆ ନିର୍ଦ୍ଦେଶ ଅନୁସାରେ ସମସ୍ତ ସରକାରୀ କାର୍ଯ୍ୟାଳୟ 25% କର୍ମଚାରୀଙ୍କ ସହିତ କାର୍ଯ୍ୟ କରିବ । ସେହିପରି 25% କର୍ମଚାରୀ ନେଇ ବେସରକାରୀ ଏବଂ କର୍ପୋରେଟ୍ ଅଫିସ୍ ସକାଳ 10 ଟାରୁ 4 ଟା ପର୍ଯ୍ୟନ୍ତ ଖୋଲା ରହିବ । ଏହା ବ୍ୟତୀତ ସପିଂ ମଲ୍ ଏବଂ କମ୍ପ୍ଲେକ୍ସ ଗୁଡ଼ିକୁ ସକାଳ 11 ଟାରୁ ରାତି 6 ଟା ପର୍ଯ୍ୟନ୍ତ 50 ପ୍ରତିଶତ କର୍ମଚାରୀଙ୍କ ସହ ଖୋଲିବାକୁ ଅନୁମତି ଦିଆଯାଇଛି । ଏହା ସହିତ ବିନା କୌଣସି ଦର୍ଶକରେ ଷ୍ଟାଡିୟମରେ ଖେଳ ଆୟୋଜନ ହୋଇପାରିବ ।

ଅପରପକ୍ଷରେ ସମସ୍ତ ଶିକ୍ଷାନୁଷ୍ଠାନକୁ ଖୋଲିବାକୁ ଅନୁମତି ମିଳିନାହିଁ । ଜରୁରୀକାଳୀନ ପରିସ୍ଥିତି ବ୍ୟତୀତ ଘରୋଇ ଯାନବାହାନ ଚଳାଚଳ ସ୍ଥଗିତ ରହିବ । ଏହା ସହିତ 'ଗୋଟିଏ ଦେଶ, ଗୋଟିଏ ରାସନ' ଯୋଜନା କାର୍ଯ୍ୟକାରୀ କରିବାରେ କୌଣସି ଅସୁବିଧା ନାହିଁ । ଏହା ପ୍ରକ୍ରିୟା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
West Bengal Government Extends Restriction Till 1st July With Exemptions
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X