'ଦ କେରଳ ଷ୍ଟୋରୀ' କୁ ପଶ୍ଚିମବଙ୍ଗରେ ବ୍ୟାନ କଲେ ମୁଖ୍ୟମନ୍ତ୍ରୀ ମମତା

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିକୁ ଭୋଟ୍ ନଦେବାକୁ ଜନସାଧାରଣଙ୍କୁ ନିବେଦନ କରିବା ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର "ଦ କେରଳ ଷ୍ଟୋରୀ" କୁ ପଶ୍ଚିମବଙ୍ଗରେ ପ୍ରଦର୍ଶିତ କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ମମତା ବାନାର୍ଜୀ ସୋମବାର ଏହି ଘୋଷଣା କରିଛନ୍ତି ।
ମମତା ବାନାର୍ଜୀ କହିଛନ୍ତି ଯେ ପଶ୍ଚିମବଙ୍ଗ ସରକାର ଫିଲ୍ମ 'ଦ କେରଳ ଷ୍ଟୋରା' ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଘୃଣା ଏବଂ ହିଂସା ପରି କୌଣସି ଅଘଟଣକୁ ଏଡ଼ାଇବା ଏବଂ ରାଜ୍ୟରେ ଶାନ୍ତି ବଜାୟ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।
ଏହା ସହି ମମତା କହିଛନ୍ତି ଯେ, ମିଥ୍ୟା ଏବଂ ଭୁଲ କାହାଣୀ ସହିତ ବଙ୍ଗାଲ୍ ଫାଇଲ୍ସ ଫିଲ୍ମ ନିର୍ମାଣ କରିବାକୁ ବିଜେପି ସରକାର ଚଳଚ୍ଚିତ୍ର ନିର୍ମାତାଙ୍କୁ ଟଙ୍କା ଦେଉଛନ୍ତି । ବିଜେପି 'ଦି କେରଳ ଷ୍ଟୋରୀ' ନାମକ ଏକ ଫିଲ୍ମ ଦେଖାଉଛି, ଯାହାର କାହାଣୀରେ କୌଣସି ସତ୍ୟତା ନାହିଁ । କିଛି ଦିନ ପୂର୍ବରୁ ବିଜେପି ଦ୍ୱାରା ପଠାଯାଇଥିବା କଳାକାରମାନେ ପଶ୍ଚିମବଙ୍ଗକୁ ଆସିଥିଲେ । ସେମାନେ ଏବେ ଏକ ମିଥ୍ୟା ଏବଂ ଭୁଲ କାହାଣୀକୁ ନେଇ ଫିଲ୍ମ ବଙ୍ଗାଲ୍ ଫାଇଲ୍ସ ନିର୍ମାଣ ପାଇଁ ପ୍ରସ୍ତୁତ ହେଉଥିବା ଆମେ ଜାଣିବାକୁ ପାଇଛୁ ।
ଏହା ପୂର୍ବରୁ ତାମିଲନାଡୁ ସରକାର ମଧ୍ୟ ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି କାଏମ ରଖିବାକୁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ତାମିଲନାଡୁ ସରକାର କହିଥିଲେ ।












Click it and Unblock the Notifications