For Quick Alerts
Turn On Notification  
For Daily Alerts
Oneindia App Download

ପେଗାସସ୍ ଗୁପ୍ତଚର ମାମଲାରେ ତଦନ୍ତ କମିଶନ ଗଠନ କରିଛନ୍ତି ମମତା ବାନାର୍ଜୀ, ଦୁଇଜଣ ପୂର୍ବତନ ବିଚାରପତି କରିବେ ତଦନ୍ତ

ଗୁପ୍ତଚର ଅଭିଯୋଗର ଯାଞ୍ଚ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଜଣିଆ ତଦନ୍ତ କମିଶନ ଗଠନ କରିଛନ୍ତି । ଏହି ଦୁଇ ସଦସ୍ୟ ବିଶିଷ୍ଟ କମିଶନର ନେତୃତ୍ୱ ନେବେ କଲିକତା ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜ୍ୟୋତିର୍ମୟ ଭଟ୍ଟାଚାର୍ଯ୍ୟ ।

|

କୋଲକାତା : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପେଗାସସ୍ ସ୍ପାଏୱେୟାର ବ୍ୟବହାର କରି ଗୁପ୍ତଚର ମାମଲାର ତଦନ୍ତ କମିଶନ ଗଠନ କରିଛନ୍ତି । ସୋମବାର ବାନାର୍ଜୀ ଏହି ସୂଚନା ଦେଇଛନ୍ତି । ଗୁପ୍ତଚର ଅଭିଯୋଗର ଯାଞ୍ଚ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଜଣିଆ ତଦନ୍ତ କମିଶନ ଗଠନ କରିଛନ୍ତି । ଏହି ଦୁଇ ସଦସ୍ୟ ବିଶିଷ୍ଟ କମିଶନର ନେତୃତ୍ୱ ନେବେ କଲିକତା ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜ୍ୟୋତିର୍ମୟ ଭଟ୍ଟାଚାର୍ଯ୍ୟ । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ମଦନ ଭୀମରାଓ ଲୋକୁର ଏହି କମିଶନର ଅନ୍ୟ ସଦସ୍ୟ ରହିଛନ୍ତି ।

Mamata Banerjee

ସୋମବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କ୍ୟାବିନେଟ ବୈଠକରେ ପେଗାସସ୍ ମାମଲାର ତଦନ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ମମତା କହିଛନ୍ତି ଯେ ନ୍ୟାୟପାଳିକା, ରାଜନେତା ଏବଂ ନାଗରିକ ସମାଜ ସମେତ ସମସ୍ତଙ୍କୁ ପେଗାସସ୍ ମାଧ୍ୟମରେ ନଜରରେ ରଖାଯାଇଛି । ସଂସଦ ଅଧିବେଶନ ସମୟରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଯାଞ୍ଚ କରିବା ନେଇ କେନ୍ଦ୍ର ନିର୍ଦ୍ଦେଶ ଦେବାକୁ ଆମେ ଆଶା କରିଥିଲୁ କିନ୍ତୁ ସେମାନେ ତାହା କରିନାହାଁନ୍ତି । ଏଭଳି ପରିସ୍ଥିତିରେ ଆମେ ଏହାର ଯାଞ୍ଚ କରାଇବା ନେଇ ନିଷ୍ପତ୍ତି ନେଇଛୁ, ପଶ୍ଚିମବଙ୍ଗ ହେଉଛି ପ୍ରଥମ ରାଜ୍ୟ ଯାହାକି ଏହି ପ୍ରସଙ୍ଗରେ ତଦନ୍ତ ଆୟୋଗ ଗଠନ କରିଛି ।

ମମତା ବାନାର୍ଜୀ କହିଛନ୍ତି, ଆମେ ଭାବୁଥିଲୁ ଏହି ଫୋନ୍ ହ୍ୟାକିଂ ଘଟଣାର ତଦନ୍ତ ପାଇଁ କେନ୍ଦ୍ର ଏକ ତଦନ୍ତ କମିଶନ ଗଠନ କରିବ କିମ୍ବା କୋର୍ଟ ଦ୍ୱାରା ତଦାରଖ କରିବାକୁ ନିର୍ଦ୍ଦେଶ ଦେବ । କେନ୍ଦ୍ରର ନିରବତାକୁ ଦେଖି ଆମେ ଦୁଇ ଜଣିଆ ଅନୁସନ୍ଧାନ ଆୟୋଗ ଗଠନ କରିଛୁ । ଏହାକୁ କଲିକତା ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜ୍ୟୋତିର୍ମୟ ଭଟ୍ଟାଚାର୍ଯ୍ୟ ପରିଚାଳନା କରିବେ । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ମଦନ ଭୀମରାଓ ଲୋକୁର ଏହାର ଅନ୍ୟ ସଦସ୍ୟ । ପଶ୍ଚିମବଙ୍ଗର ଲୋକଙ୍କ ନାମ ପେଗାସସ୍ ଟାର୍ଗେଟ୍ ତାଲିକାରେ ଅନ୍ତର୍ଭୁକ୍ତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କେନ୍ଦ୍ର ସମସ୍ତଙ୍କ ଉପରେ ଗୁଇନ୍ଦାଗିରି କରିବାକୁ ଚେଷ୍ଟା କରୁଛି । ଏହି କମିଶନ ଏହି ବେଆଇନ ହ୍ୟାକିଂ ବିଷୟରେ ଯାଞ୍ଚ କରିବ ବୋଲି କହିଛନ୍ତି ମମତା ବାନାର୍ଜୀ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
West Bengal Chief Minister Mamata Banerjee Sets Up Panel For Investigation of Pegasus Issue
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X