For Quick Alerts
Turn On Notification  
For Daily Alerts
Oneindia App Download

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଇର ପରଲୋକ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନଭାଇ ଅସୀମ ବାନାର୍ଜୀଙ୍କ ଶନିବାର ଦିନ କରୋନା କାରଣରୁ ଦେହାନ୍ତ ହୋଇଛି । କୁହାଯାଉଛି ଯେ ସେ ଗତ ଏକ ମାସ ଧରି କରୋନା ସଂକ୍ରମଣରେ ପୀଡିତ ଥିଲେ ।

|

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନଭାଇ ଅସୀମ ବାନାର୍ଜୀଙ୍କ ଶନିବାର ଦିନ କରୋନା କାରଣରୁ ଦେହାନ୍ତ ହୋଇଛି । କୁହାଯାଉଛି ଯେ ସେ ଗତ ଏକ ମାସ ଧରି କରୋନା ସଂକ୍ରମଣରେ ପୀଡିତ ଥିଲେ ।

Mamata-Banerjee

ମମତାଙ୍କ ସାନଭାଇ ଅସୀମଙ୍କୁ ଗତ କିଛି ଦିନ ହେବ କୋଲକାତାର ମେଡିକା ସୁପର ସ୍ପେସିଆଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ଶନିବାର ତାଙ୍କର ମୃତ୍ୟୁ ଘଟିଥିଲା । କରୋନା ମହାମାରୀ ହେତୁ ଆସୀମଙ୍କର ମୃତ୍ୟୁ ହୋଇଥିବାରୁ କରୋନା ପ୍ରୋଟୋକଲ ହିସାବରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

କୋଲକାତା ସୁପର ସ୍ପେସିଆଲିଟି ମେଡିକା ହସ୍ପିଟାଲର ଚେୟାରମ୍ୟାନ୍ ଡକ୍ଟର ଆଲୋକ ରୟ କହିଛନ୍ତି ଯେ ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନଭାଇ ଅସୀମ ବାନାର୍ଜୀଙ୍କ ମୃତ୍ୟୁ 15 ମଇ ଶନିବାର ଦିନ ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ଡାକ୍ତର ନିଶ୍ଚିତ କରିଛନ୍ତି ଯେ ଅସୀମ କରୋନା ସଂକ୍ରମିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
West Bengal Chief Minister Mamata Banerjee's Younger Brother Passes Away Due To corona virus.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X