ପଶ୍ଚିମବଙ୍ଗ : ନାରଦା ମାମଲା ଅନୁସନ୍ଧାନ କରୁଥିବା ସିବିଆଇ ଏବଂ ଇଡି ଅଧିକାରୀଙ୍କୁ ସମନ ଜାରି କଲେ ବାଚସ୍ପତି

ବିଧାନସଭା ସଦସ୍ୟଙ୍କ ବିରୋଧରେ ଚାର୍ଜସିଟ୍ ପୂର୍ବରୁ ବାଚସ୍ପତିଙ୍କ କାର୍ଯ୍ୟାଳୟରୁ ଅନୁମତି ନନେବାର କାରଣ ଜାଣିବା ପାଇଁ ବିମାନ୍ ବାନାର୍ଜୀ ସେପ୍ଟେମ୍ବର 22 ରେ ହାଜର ହେବାକୁ ଅଧିକାରୀମାନଙ୍କୁ କହିଛନ୍ତି ।

କୋଲକାତା : ପଶ୍ଚିମବଙ୍ଗ ରାଜନୀତିରେ ଉତ୍ତେଜନା ମଧ୍ୟରେ ବିଧାନସଭା ବାଚସ୍ପତି ବିମାନ ବାନାର୍ଜୀ ନାରଦା ମାମଲାର ଅନୁସନ୍ଧାନ କରୁଥିବା ସିବିଆଇ ଏବଂ ଇଡି ଅଧିକାରୀଙ୍କୁ ନୋଟିସ୍ ଜାରି କରିଛନ୍ତି । ବିଧାନସଭା ସଦସ୍ୟଙ୍କ ବିରୋଧରେ ଚାର୍ଜସିଟ୍ ପୂର୍ବରୁ ବାଚସ୍ପତିଙ୍କ କାର୍ଯ୍ୟାଳୟରୁ ଅନୁମତି ନନେବାର କାରଣ ଜାଣିବା ପାଇଁ ବିମାନ୍ ବାନାର୍ଜୀ ସେପ୍ଟେମ୍ବର 22 ରେ ହାଜର ହେବାକୁ ଅଧିକାରୀମାନଙ୍କୁ କହିଛନ୍ତି ।

west Bengal

ମିଳିଥିବା ସୂଚନା ଅନୁସାରେ ବିଧାନସଭା ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ବାଚସ୍ପତିଙ୍କୁ ଏ ବିଷୟରେ ଅବଗତ କରାଯାଇ ନଥିଲା । ବାଚସ୍ପତିଙ୍କ କାର୍ଯ୍ୟାଳୟରୁ ଅଧିକାରୀମାନଙ୍କୁ ଡକାଇ ଏକ ଚିଠି ମଧ୍ୟ ଦିଆଯାଇଛି ।

ଏହି ଘଟଣାର ଅନୁସନ୍ଧାନ କରୁଥିବା ଅଧିକାରୀଙ୍କୁ ଡକାଇ ବାଚସ୍ପତି ବିମାନ ବାନାର୍ଜୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଜନ ପ୍ରତିନିଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ବାଚସ୍ପତିଙ୍କୁ କୌଣସି ସୂଚନା ଦିଆଯାଇ ନାହିଁ । ବାଚସ୍ପତି ବିମାନ୍ ବାନାର୍ଜୀ କହିଛନ୍ତି ଯେ ବିଧାୟକଙ୍କ ବିରୋଧରେ ଚାର୍ଜସିଟ୍ ପ୍ରସ୍ତୁତି ଏବଂ ସେମାନଙ୍କୁ ଡକାଇବା ସମୟରେ ବାଚସ୍ପତିଙ୍କ କାର୍ଯ୍ୟାଳୟକୁ କାହିଁକି ସୂଚନା ଦିଆଯାଉ ନାହିଁ ତାହା ଜାଣିବା ପାଇଁ ସେ ସିବିଆଇ ଏବଂ ଇଡି ଡକାଇଛନ୍ତି । ବାଚସ୍ପତିଙ୍କ ପକ୍ଷରୁ ଉଭୟ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥାର କାର୍ଯ୍ୟାଳୟକୁ ଏକ ଚିଠି ପଠାଯାଇଛି । ଏଥି ସହ ସାଂସଦ ସୁଖେନ୍ଦୁ ଶେଖର ରାୟ କହିଛନ୍ତି ଯେ ଏଭଳି ପଦକ୍ଷେପ ନେବା ପୂର୍ବରୁ ଅନୁସନ୍ଧାନକାରୀ ସଂସ୍ଥା ଲୋକସଭା ବାଚସ୍ପତିଙ୍କୁ ଜଣାଇଥାନ୍ତି, କିନ୍ତୁ ରାଜ୍ୟରେ ବିଧାୟକଙ୍କ ପାଇଁ ଏଜେନ୍ସିଗୁଡ଼ିକ ତାହା କରନ୍ତି ନାହିଁ ।

ଅନ୍ୟପକ୍ଷରେ, ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପଶ୍ଚିମବଙ୍ଗର ଆଇନ ମନ୍ତ୍ରୀ ମଳୟ ଘଟକ ଦିଲ୍ଲୀର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟରେ ହାଜର ହେବେ ନାହିଁ । ଏହା ପଛର କାରଣ କୁହାଯାଉଛି ଯେ ଏତେ କମ ସମୟ ମଧ୍ୟରେ ଦିଲ୍ଲୀରେ ପହଞ୍ଚିବା ସେମାନଙ୍କ ପକ୍ଷେ ସମ୍ଭବ ନୁହେଁ । ତେବେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହେବାକୁ କିମ୍ବା କୋଲକାତାରେ ତଦନ୍ତ କରିବାକୁ ସେ ଅନୁରୋଧ କରିଛନ୍ତି । କୋଇଲା ଚୋରା ଚାଲାଣ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ସେପ୍ଟେମ୍ବର 14 ରେ ପଶ୍ଚିମବଙ୍ଗର ଆଇନ ମନ୍ତ୍ରୀ ମଳୟ ଘଟକଙ୍କୁ ଡକାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+