କେନ୍ଦ୍ରୀୟ ଏଜେନ୍ସି ଅପବ୍ୟବହାର ବିରୋଧରେ ପ୍ରସ୍ତାବ ପାରିତ କଲା ପଶ୍ଚିମବଙ୍ଗ ବିଧାନସଭା
ସୋମବାର ପଶ୍ଚିମବଙ୍ଗ ବିଧାନସଭାରେ ଏଜେନ୍ସିଗୁଡିକର ଅପବ୍ୟବହାର ବିରୁଦ୍ଧରେ ନିୟମ 185 ଅନୁଯାୟୀ ଏକ ପ୍ରସ୍ତାବ ପାରିତ ହୋଇଛି । ବିରୋଧୀଙ୍କ ଉପରେ ସିବିଆଇ ଏବଂ ଇଡି ଦ୍ୱାରା ଲଗାତାର କାର୍ଯ୍ୟାନୁଷ୍ଠାନ ନେଇ ଟିଏମସି ପୂର୍ବରୁ ଅନେକ ଥର ଅସନ୍ତୋଷ ବ୍ୟକ୍ତ କରିସାରିଛି ।

କୋଲକାତା : କେନ୍ଦ୍ରୀୟ ଏଜେନ୍ସିଗୁଡିକର ଅପବ୍ୟବହାର ବିରୋଧରେ ଟିଏମସି ବାରମ୍ବାର ଆକ୍ରମଣାତ୍ମକ ହୋଇଆସୁଛି । ଏଥି ମଧ୍ୟରେ ସୋମବାର ପଶ୍ଚିମବଙ୍ଗ ବିଧାନସଭାରେ ଏଜେନ୍ସିଗୁଡିକର ଅପବ୍ୟବହାର ବିରୁଦ୍ଧରେ ନିୟମ 185 ଅନୁଯାୟୀ ଏକ ପ୍ରସ୍ତାବ ପାରିତ ହୋଇଛି । ବିରୋଧୀଙ୍କ ଉପରେ ସିବିଆଇ ଏବଂ ଇଡି ଦ୍ୱାରା ଲଗାତାର କାର୍ଯ୍ୟାନୁଷ୍ଠାନ ନେଇ ଟିଏମସି ପୂର୍ବରୁ ଅନେକ ଥର ଅସନ୍ତୋଷ ବ୍ୟକ୍ତ କରିସାରିଛି ।
ନିକଟରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଶୁକ୍ରବାର ଦିନ ରାଜ୍ୟ ବିଦ୍ୟାଳୟ ଶିକ୍ଷା ବିଭାଗରେ ଚାକିରି ପାଇଁ ଲାଞ୍ଚ ନେଇଥିବା ଅଭିଯୋଗରେ ଫେଡେରାଲ ଏଜେନ୍ସିର କୋଲକାତା କାର୍ଯ୍ୟାଳୟରେ ଆଠ ଘଣ୍ଟା ପଚରାଉଚରା କରିବା ପରେ ଟିଏମସି ଯୁବ ୱିଙ୍ଗ ନେତା ଶାନ୍ତନୁ ବାନାର୍ଜୀଙ୍କୁ ଗିରଫ କରିଛି । ଏହାପୂର୍ବରୁ, ହୁଗଲି ଜିଲ୍ଲାର ବାଲାଗଡ ଅଞ୍ଚଳରେ ବାନାର୍ଜୀଙ୍କ ଘରେ ଜାନୁଆରୀରେ ଇଡି ଚଢାଉ କରିଥିଲା ।
23 ଜୁଲାଇ 2022 ରେ ଏଜେନ୍ସି ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରିବା ପରେ ଟିଏମସି ନେତାଙ୍କ ସମ୍ପୃକ୍ତି ସ୍ପଷ୍ଟ ହୋଇଛି ବୋଲି ଇଡି ଅଧିକାରୀ କହିଥିଲେ । ନଦିଆ ଜିଲ୍ଲାର ଟିଏମସି ବିଧାୟକ ତଥା ପ୍ରାଥମିକ ଶିକ୍ଷା ବୋର୍ଡର ପୂର୍ବତନ ଅଧ୍ୟକ୍ଷ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ଗତ ବର୍ଷ ଅକ୍ଟୋବର 11 ରେ ଇଡି ଗିରଫ କରିଥିଲା । ଏହି ସବୁ ଚଢାଉ ଓ ଗିରଫଦାରୀକୁ ଟିଏମସି ବିରୋଧ କରିଥିଲା । ଏପରିକି କେନ୍ଦ୍ରୀୟ ଏଜେନ୍ସିର ବ୍ୟବହାର କରି ନେତା ମାନଙ୍କୁ ଭୟଭୀତ କରାଯାଉଛି ବୋଲି ଦଳ ବାରମ୍ବାର ଅଭିଯୋଗ କରିଛି ।












Click it and Unblock the Notifications