Assembly Election 2021 : ପଶ୍ଚିମବଙ୍ଗରେ ଆଠଟି ପର୍ଯ୍ୟାୟରେ ହେବ ନିର୍ବାଚନ, ମେ 2ରେ ଫଳାଫଳ
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ନେଇ ଭାରତର ମୁଖ୍ୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ରାଜ୍ୟରେ ଆସନ୍ତା ବିଧାନସଭା ନିର୍ବାଚନ ମୋଟ ଆଠଟି ପର୍ଯ୍ୟାୟରେ ହେବ । ମେ 2 ତାରିଖରେ ଭୋଟ ଗଣତି ପ୍ରକ୍ରିୟା ହେବ ।
ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ନେଇ ଭାରତର ମୁଖ୍ୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ରାଜ୍ୟରେ ଆସନ୍ତା ବିଧାନସଭା ନିର୍ବାଚନ ମୋଟ ଆଠଟି ପର୍ଯ୍ୟାୟରେ ହେବ । ପଶ୍ଚିମବଙ୍ଗରେ 27 ମାର୍ଚ୍ଚରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହେବା ସହ 29 ଅପ୍ରେଲରେ ଅଷ୍ଟମ ପର୍ଯ୍ୟାୟ ମତଦାନ ଶେଷ ହେବ । ମେ 2 ତାରିଖରେ ଭୋଟ ଗଣତି ପ୍ରକ୍ରିୟା ହେବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁନିଲ ଆରୋରା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

294 ଆସନ ବିଶିଷ୍ଟ ବିଧାନସଭାରେ 68 ଟି ଆସନ ଏସସି ଏବଂ 16ଟି ଆସନ ଏସଟି ପାଇଁ ସଂରକ୍ଷିତ ରହିଛି । ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ଯେ ପଶ୍ଚିମବଙ୍ଗରେ 2016 ନିର୍ବାଚନରେ 77413 ମତଦାନ ବୁଥ ପ୍ରତିଷ୍ଠା କରାଯାଇଥିଲା । ଏଥର 1 ଲକ୍ଷ 1 ହଜାର 916ଟି ବୁଥ୍ ରେ ମତଦାନ ହେବ। ମତଦାନ ବୁଥ ସଂଖ୍ୟା 39.6 ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏଥି ସହିତ କରୋନାକୁ ଧ୍ୟାନରେ ରଖି ମତଦାନ ସମୟ ମଧ୍ୟ ଏକ ଘଣ୍ଟା ବୃଦ୍ଧି କରାଯାଇଛି । ସମସ୍ତ ରାଜ୍ୟର ଅନେକ ସ୍ଥାନରେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଫୋର୍ସ ମୁତୟନ ହେବେ । ପଶ୍ଚିମବଙ୍ଗରେ ଦୁଇଜଣ ପୁଲିସ ପର୍ଯ୍ୟବେକ୍ଷକ ରହିବେ ବୋଲି ସେ କହିଛନ୍ତି ।
ପଶ୍ଚିମବଙ୍ଗର 30ଟି ଆସନରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ମାର୍ଚ୍ଚ 2 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ମାର୍ଚ୍ଚ 9 ତାରିଖ ରହିଛି । ନାମାଙ୍କନ ପତ୍ର ଯାଞ୍ଚ 10 ମାର୍ଚ୍ଚରେ ଶେଷ ହେବ ଏବଂ 12 ମାର୍ଚ୍ଚରେ ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ । ଏହା ପରେ 27 ମାର୍ଚ୍ଚରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ ।
ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ 30 ଟି ଆସନ ପାଇଁ ମତଦାନ ଗ୍ରହଣ କରାଯିବ । ଏହି ପର୍ଯ୍ୟାୟରେ ମତଦାନ ପାଇଁ ମାର୍ଚ୍ଚ 5 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ମାର୍ଚ୍ଚ 12 ରହିଥିବା ବେଳେ 17 ମାର୍ଚ୍ଚରେ ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ । ଅପ୍ରେଲ ପହିଲାରେ 30 ଟି ଆସନ ପାଇଁ ହେବ ମତଦାନ ।
ସେହିପରି ତୃତୀୟ ପର୍ଯ୍ୟାୟ ନିର୍ବାଚନରେ 31ଟି ଆସନ ପାଇଁ ମତଦାନ କରିବେ ଭୋଟର । ଏ ନେଇ ମାର୍ଚ୍ଚ 3 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ପ୍ରାର୍ଥୀମାନେ 19 ମାର୍ଚ୍ଚ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ କରିବେ । 20 ମାର୍ଚ୍ଚରେ ଏହା ଯାଞ୍ଚ ହେବା ସହ 22 ମାର୍ଚ୍ଚରେ ନାମାଙ୍କନ ପତ୍ର ପ୍ରତ୍ୟାହାର ନେଇ ତାରିଖ ଘୋଷଣା କରିଛି ନିର୍ବାଚନ କମିଶନ । ଏହାପରେ ଅପ୍ରେଲ 6 ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଭୋଟ ଗ୍ରହଣ ହେବ ।
ଚତୁର୍ଥ ପର୍ଯ୍ୟାୟ ମତଦାନରେ 44ଟି ଆସନ ପାଇଁ ଭୋଟ ଗ୍ରହଣ ହେବ । ଏନେଇ 16 ମାର୍ଚ୍ଚରେ ବିଜ୍ଞପ୍ତି ପ୍ରକାଶ ପାଇବ । ପ୍ରାର୍ଥୀମାନେ 23 ମାର୍ଚ୍ଚ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ କରିପାରିବେ । 24 ମାର୍ଚ୍ଚରେ ନାମଙ୍କନ ପତ୍ର ଯାଞ୍ଚ ହେବ । ଏହାପରେ 10 ଅପ୍ରେଲରେ ହେବ ଭୋଟ ଗ୍ରହଣ ।
ସେହିପରି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଅପ୍ରଲ 17 ତାରିଖକୁ ନିର୍ଦ୍ଧାରିତ କରିଛନ୍ତି ନିର୍ବାଚନ କମିଶନ । ଏହି ପର୍ଯ୍ୟାୟରେ 45ଟି ଆସନ ପାଇଁ ମତଦାନ ହେବ । ଏନେଇ 23 ମାର୍ଚ୍ଚରେ ବିଜ୍ଞପ୍ତି ପ୍ରକାଶ ପାଇବ । 30 ମାର୍ଚ୍ଚରେ ନାମାଙଅକନ ପତ୍ର ଦାଖଲର ଶେଷ ତାରିଖ ରହିଛି । ଏହାପରେ 31 ମାର୍ଚ୍ଚରେ ଏସବୁର ଯାଞଅଚ ହେବ । ପ୍ରାର୍ଥୀମାନେ ଅପ୍ରେଲ 3 ତାରିଖ ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ ବୋଲି କହିଛନ୍ତି ନିର୍ବାଚନ କମିଶନ ।
ଷଷ୍ଠ ପର୍ଯ୍ୟାୟ ମତଦାନରେ 43ଟି ଆସନ ପାଇଁ ଭୋଟ ଗ୍ରହଣ ହେବ । ଏହି ପର୍ଯ୍ୟାୟ ପାଇଁ 3 ଅପ୍ରଲ ସୁଦ୍ଧା ପ୍ରାର୍ଥୀମାନେ ନିଜର ନାମାଙ୍କନ ପତ୍ର ଦାଖଲ କରିପାରିବେ । ଏହାପରେ ଅପ୍ରେଲ 5 ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବା ସହ 7 ଅପ୍ରେଲ ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର ନେଇ ସମୟ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଶେଷରେ 22 ଅପ୍ରେଲରେ 43ଟି ଆସନ ପାଇଁ ମତଦାନ ହେବ ।
ସପ୍ତମ ପର୍ଯ୍ୟାୟ ନିର୍ବାଚନରେ 36ଟି ଆସନ ପାଇଁ ମତଦାନ ହେବ । ଏନେଇ 31 ମାର୍ଚ୍ଚରେ ବିଜ୍ଞପ୍ତି ପ୍ରକାଶ ପାଇବ । 7 ଅପ୍ରେଲ ରହିଛି ନାମାହ୍କନ ପତ୍ର ଦାଖଲର ଶେଷ ତାରିଖ । ଏହା ପରେ 8 ଅପ୍ରେଲରେ ଯାଞ୍ଚ ପ୍ରକ୍ରିୟା ହେବା ସହ 12 ଅପ୍ରେଲ ସୁଦ୍ଧା ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ । 26 ଅପ୍ରେଲରେ ହେବ ସପ୍ତମ ପର୍ଯ୍ୟାୟ ମତଦାନ ।
ଅପ୍ରେଲ 29 ତାରିଖରେ 35ଟି ଆସନ ପାଇଁ ଅଷ୍ଚମ ପର୍ଯ୍ୟାୟ ମତଦାନ ହେବ । ଏନେଇ 31 ମାର୍ଚ୍ଚରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏହାପରେ ଅପ୍ରେଲ 7 ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିପାରିବେ । ଅପ୍ରେଲ 8 ତାରିଖରେ ଯାଞ୍ଚ ପ୍ରକ୍ରିୟା ହେବା ସହ 12 ଅପ୍ରେଲ ସୁଦ୍ଧା ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିପାରିବେ ବୋଲି ନିର୍ବାଚନ ଆୟୋଗର ମୁଖ୍ୟ ସୁନିଲ ଆରୋରା ଘୋଷଣା କରିଛନ୍ତି ।












Click it and Unblock the Notifications