West Bengal Assembly Election: ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣକୁ ନେଇ କଂଗ୍ରେସ କହିଲା 'ରାଜନୈତିକ କପଟ'

ମମତା ବାନାର୍ଜୀ ଉପରେ ହୋଇଥିବା ଆକ୍ରମଣକୁ ଟିଏମସି ରାଜନୈତିକ ଷଡଯନ୍ତ୍ର ବୋଲି ବର୍ଣ୍ଣନା କରୁଥିବାବେଳେ କଂଗ୍ରେସ ଏହି ଘଟଣାକୁ ମମତାଙ୍କ 'ରାଜନୈତିକ କପଟ' ବୋଲି କହିଛି ।

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟରେ ସମୟ ସମୟରେ ହିଂସାତ୍ମକ ରାଜନୀତିର ଘଟଣା ସାମ୍ନାକୁ ଆସୁଛି । ବୁଧବାର ସନ୍ଧ୍ୟାରେ କିଛି ଅଜଣା ବ୍ୟକ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ କରିବା ପରେ ବେଙ୍ଗଲ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା । ଏହି ଘଟଣା ସାମ୍ନାକୁ ଆସିଥିଲା ଯେତେବେଳେ, ମମତା ବାନାର୍ଜୀ ନାମାଙ୍କନ ଦାଖଲ କରିବାକୁ ନନ୍ଦିଗ୍ରାମ ଯାଇଥିବା ସମୟର ତାଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହଇଥିଲା । ଅନ୍ୟପକ୍ଷରେ ମମତା ବାନାର୍ଜୀ ଉପରେ ହୋଇଥିବା ଆକ୍ରମଣକୁ ଟିଏମସି ରାଜନୈତିକ ଷଡଯନ୍ତ୍ର ବୋଲି ବର୍ଣ୍ଣନା କରୁଥିବାବେଳେ କଂଗ୍ରେସ ଏହି ଘଟଣାକୁ ମମତାଙ୍କ 'ରାଜନୈତିକ କପଟ' ବୋଲି କହିଛି ।

ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ନ୍ୟୁଜ୍ ଏଜେନ୍ସି ANI କୁ କହିଛନ୍ତି, ସହାନୁଭୂତି ପାଇବା ପାଇଁ ଏହା ଏକ 'ରାଜନୈତିକ ଛଳନା' । ନିର୍ବାଚନ ପୂର୍ବରୁ ସେ (ମମତା ବାନାର୍ଜୀ) ନନ୍ଦିଗ୍ରାମରୁ ହାରିବାର ଭୟରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏହା ଏକ ନାଟକ । ସେ କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି ପୋଲିସ ମନ୍ତ୍ରୀ ମଧ୍ୟ । କେହି କେବେ ବିଶ୍ୱାସ କରିପାରିବ କି ପୋଲିସ ମନ୍ତ୍ରୀଙ୍କ ସହିତ କୌଣସି ପୋଲିସ ନଥିଲେ ? ' ଅଧୀର ରଞ୍ଜନଙ୍କ ଏହି ବୟାନ ଉପରେ ଟିଏମସି ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

 Attack on Mamata

ଅନ୍ୟପକ୍ଷରେ, ତାଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ସିଏମ୍ ମମତା ବାନାର୍ଜୀ କହିଛନ୍ତି, 'ଯେତେବେଳେ ସେ ନନ୍ଦିଗ୍ରାମରେ ତାଙ୍କ କାର ନିକଟରେ ଥିଲେ ସେତେବେଳେ ତାଙ୍କୁ କିଛି ଲୋକ ଠେଲି ଦେଇଥିଲେ, ଫଳରେ ତାଙ୍କ ଗୋଡରେ ଆଘାତ ଲାଗିଥିଲା । 4-5 ଲୋକ କାରକୁ ସଂପୂର୍ଣ୍ଣ ଅଟକାଇଲେ । ସେ ବହୁତ ଆଘାତ ପାଇଥିଲେ । ସ୍ଥାନୀୟ ପୋଲିସରୁ ସେଠାରେ କେହି ନଥିଲେ । ନିଶ୍ଚିତ ଭାବରେ ଏକ ଷଡଯନ୍ତ୍ର । ଏହା ଉଦ୍ଦେଶ୍ୟମୂଳକ ଭାବେ କରାଯାଇଛି। '

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମରେ ଆଘାତ ପାଇବା ପରେ କୋଲକାତାର ଏସଏସକେଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରାଜ୍ୟପାଳ ଜଗଦୀପ ଧନଖଡ଼ ତାଙ୍କୁ ଭେଟିବା ପାଇଁ ଡାକ୍ତରଖାନାକୁ ଯାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+