ଅସହ୍ୟ ହେବ ତାତି, ଅପ୍ରେଲ ରୁ ଜୁନ୍ ପର୍ଯ୍ୟନ୍ତ ବଢିବ ପାରଦ

ଚଳିତ ବର୍ଷ ହେବ ଅସହ୍ୟ ଗରମ । ବଢିବ ପାରଦ ସ୍ତର । ଅପ୍ରେଲ ରୁ ଜୁନ୍ ମାସ ପର୍ଯ୍ୟନ୍ତ ବଢିବ ତାତି । ଏ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ମାର୍ଚ୍ଚର ଶେଷ ସପ୍ତାହ ପର୍ଯ୍ୟନ୍ତ ଥଣ୍ଡା ପାଗ ରହୁଥିଲା । କିନ୍ତୁ ବର୍ତ୍ତମାନ ଏଥିରେ ବ୍ରେକ୍ ଲାଗି ଆରମ୍ଭ ହେବ ଗରମ । ଉତ୍ତର-ପଶ୍ଚିମ ଏବଂ ଉପଦ୍ୱୀପ ଅଞ୍ଚଳର କେତେକ ଅଞ୍ଚଳ ବ୍ୟତୀତ ଅପ୍ରେଲ ରୁ ଜୁନ୍ ପର୍ଯ୍ୟନ୍ତ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ ।
ଆଇଏମଡି ଅନୁଯାୟୀ, ଅପେରଲରୁ ଜୁନ୍ ମଧ୍ୟରେ କେନ୍ଦ୍ରୀୟ, ପୂର୍ବ ଏବଂ ଉତ୍ତର-ପଶ୍ଚିମ ଭାରତର ଅଧିକାଂଶ ଅଞ୍ଚଳରେ ଗରମ ପ୍ରବାହ ହେବ । ବିହାର, ଝାଡଖଣ୍ଡ, ଉତ୍ତରପ୍ରଦେଶ, ଓଡିଶା, ପଶ୍ଚିମବଙ୍ଗ, ଛତିଶଗଡ, ମହାରାଷ୍ଟ୍ର, ଗୁଜୁରାଟ, ପଞ୍ଜାବ ଏବଂ ହରିୟାଣାର କିଛି ଅଞ୍ଚଳରେ ଉତ୍ତାପ ତରଙ୍ଗ ବୃଦ୍ଧି ହେବାର ପୂର୍ବାନୁମାନ କରାଯାଇଛି ।
ଏହି ସମୟରେ ଆଇଏମଡି ମହାନିର୍ଦ୍ଦେଶକ ଶ୍ରୀ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ କିଛି ସ୍ଥାନ ବ୍ୟତୀତ ଦକ୍ଷିଣ ଉପଦ୍ୱୀପ ଭାରତ ଏବଂ ଉତ୍ତର-ପଶ୍ଚିମ ଭାରତର ତାପମାତ୍ରା ସ୍ୱାଭାବିକ କିମ୍ବା ସ୍ୱାଭାବିକଠାରୁ ଅଧିକ ରହିବ, ଅର୍ଥାତ ଏଥର ଅପ୍ରେଲ ଠାରୁ ଜୁନ୍ ପର୍ଯ୍ୟନ୍ତ ପ୍ରବଳ ଉତ୍ତାପ ହେବ । ଏହା ବ୍ୟତୀତ ଅପ୍ରେଲରେ ଭାରତରେ ମଧ୍ୟ ସାଧାରଣ ବର୍ଷା ହେବାର ସମ୍ଭାବନା ରହିଛି ।












Click it and Unblock the Notifications