ଦେଢ ଘଣ୍ଟା ଧରି 100 ଗାଡ଼ିରେ ଗୋଡ଼ାଇ ଅମୃତପାଲ ସିଂହ କୁ ଗିରଫ କଲା ପୋଲିସ୍
ପଞ୍ଜାବ ପୋଲିସ ଖଲିସ୍ତାନ ସମର୍ଥକ ତଥା 'ୱାରିସ ପଞ୍ଜାବ ଦେ' ମୁଖ୍ୟ ଅମୃତପାଲ ସିଂହ କୁ ଗିରଫ କରିଛି । ଶନିବାର ଦିନ ବିରାଟ ପୋଲିସ ଫୋର୍ସ ଅମୃତପାଲ ସିଂହ କୁ ଗୋଡ଼ାଇ ଗୋଡ଼ାଇ କାବୁ କରିଛି ।

ଚଣ୍ଡିଗଡ଼ : ସଫଳ ହୋଇଛି ଅପରେସନ୍ ଅମୃତପାଲ । ପଞ୍ଜାବ ପୋଲିସ ଖଲିସ୍ତାନ ସମର୍ଥକ ତଥା 'ୱାରିସ ପଞ୍ଜାବ ଦେ' ମୁଖ୍ୟ ଅମୃତପାଲ ସିଂହ କୁ ଗିରଫ କରିଛି । ଶନିବାର ଦିନ ବିରାଟ ପୋଲିସ ଫୋର୍ସ ଅମୃତପାଲ ସିଂହ କୁ ଗୋଡ଼ାଇ ଗୋଡ଼ାଇ କାବୁ କରିଛି । ମିଳିତ ଅପରେସନ୍ କରି ଅମୃତପାଲ ସିଂହ ସମେତ ପଞ୍ଜାବ ପୋଲିସ 6 ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ସମସ୍ତ ବ୍ୟକ୍ତି ଅମୃତସର ଅଜନାଲା ପୋଲିସ ଷ୍ଟେସନ ଆକ୍ରମଣ ସହିତ ଜଡିତ ଅଛନ୍ତି ।
ଶନିବାର ଦିନ ପଞ୍ଜାବ ପୋଲିସ ଜଲନ୍ଦରରୁ ମୋଗା ରାସ୍ତାରେ ମେହତପୁର ଅଞ୍ଚଳରୁ ଅମୃତପାଲ ସମେତ 6 ସହଯୋଗୀଙ୍କୁ ଗିରଫ କରିଥିଲା । ଏହି ସମୟରେ ଅମୃତପାଲ ସେଠାରୁ ଖସି ପଳାଇବାରେ ସଫଳ ହୋଇଥିଲା । ଏହା ପରେ ପ୍ରାୟ 100 ପୋଲିସ ଗାଡି ତାଙ୍କୁ ପ୍ରାୟ ଦେଢ ଘଣ୍ଟା ଧରି ଗୋଡ଼ାଇ ଗୋଡ଼ାଇ ଜଲନ୍ଧରର ନକୋଦାରରୁ ଧରିଥିଲେ ।
ଅମୃତପାଲର ଗିରଫଦାରୀ ମଧ୍ୟରେ ପଞ୍ଜାବରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବିଭିନ୍ନ ଜିଲ୍ଲାରେ 24 ଘଣ୍ଟା ପାଇଁ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ପଞ୍ଜାବ ଗୃହ ବିଭାଗ ଏବଂ ନ୍ୟାୟ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ମାର୍ଚ୍ଚ 18 ରୁ ମାର୍ଚ୍ଚ 19 ପର୍ଯ୍ୟନ୍ତ ପଞ୍ଜାବର ଆଞ୍ଚଳିକ ପ୍ରାଧିକରଣରେ ଭଏସ୍ କଲ୍ (ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ମୋବାଇଲ୍ ରିଚାର୍ଜ ବ୍ୟତୀତ) ସମସ୍ତ ମୋବାଇଲ୍ ଇଣ୍ଟରନେଟ୍ ସେବାକୁ ସ୍ଥଗିତ ରଖାଯାଇଛି ।
ଶନିବାର ଦିନ ଜଲନ୍ଦର-ମୋଗା ଜାତୀୟ ରାଜପଥରେ ଦୁଇଟି ସ୍ଥାନରେ ଅମୃତପାଲ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଏଥିରେ ସମର୍ଥକମାନେ ଏକାଠି ହୋଇଥିଲେ । ତେବେ ଏହି କାର୍ଯ୍ୟକ୍ରମ ପୂର୍ବରୁ ଜଲନ୍ଦର ଏବଂ ମୋଗା ପୋଲିସ ମିଳିତ ଅପରେସନ୍ କରି ଅମୃତପାଲଙ୍କୁ ଗିରଫ କରିବା ପାଇଁ ଗୁପ୍ତ ଯୋଜନା ପ୍ରସ୍ତୁତ କରିଥିଲେ । ପୂର୍ବ ଯୋଜନା ମୁତାବକ ପୋଲିସ ଫୋର୍ସକୁ ରାତାରାତି ଡକାଇ ଜଲନ୍ଦର-ମୋଗା ରାଜପଥ ଅବରୋଧ କରାଯାଇଥିଲା । ଶନିବାର ଅପରାହ୍ନ ପ୍ରାୟ 1 ଟା ସମୟରେ ଅମୃତପାଲର କନଭେନ ପହଞ୍ଚିବା ମାତ୍ରେ ପୋଲିସ ଏହାକୁ ଘେରି ରହିଥିଲା ଯେଉଁଠାରେ 6 ଜଣ ଲୋକ ଧରାପଡିଥିଲେ ଏବଂ ଅମୃତପାଲ ଖସିଯିବାରେ ସଫଳ ହୋଇଥିଲା ।












Click it and Unblock the Notifications