ଯୋଧପୁର : ସମ୍ପ୍ରଦାୟରେ ହିଂସା ଯୋଗୁଁ ଇଣ୍ଟରନେଟ୍ ସେବା ବନ୍ଦ, ଶାନ୍ତି ବଜାୟ ରଖିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ଇଦ୍-ଉଲ୍-ଫିତର ପୂର୍ବ ରାତିରେ ରାଜସ୍ଥାନର ଯୋଧପୁରରେ ହିଂସା ହୋଇଛି । ଜାଲୋରୀ ଗେଟ୍ ଛକଠାରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ହେତୁ ଉତ୍ତେଜନା ଦେଖାଦେଇଥିଲା ।
ଯୋଧପୁର : ଇଦ୍-ଉଲ୍-ଫିତର ପୂର୍ବ ରାତିରେ ରାଜସ୍ଥାନର ଯୋଧପୁରରେ ହିଂସା ହୋଇଛି । ଜାଲୋରୀ ଗେଟ୍ ଛକଠାରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ହେତୁ ଉତ୍ତେଜନା ଦେଖାଦେଇଥିଲା । ପୋଲିସ ସୂଚନା ପାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା । ଏହି ବିଶୃଙ୍ଖଳାକୁ ଦୂର କରିବା ପାଇଁ ପୋଲିସକୁ ଲାଟି-ଚାର୍ଜ କରିବାକୁ ପଡିଛି । ଏପରିକି ଲୁହବୁହା ଗ୍ୟାସ ମଧ୍ୟ ବ୍ୟବହାର କରାଯାଇଛି । ପୋଲିସ୍ ଉପରକୁ ପଥର ମାଡ଼ ହୋଇଥିବା ଖବର ରହିଛି ।

ହିଂସା ହେତୁ ଜାଲୋରୀ ଗେଟ୍ ଛକରେ ଭାରୀ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପ୍ରାଥମିକ ସୂଚନା ଅନୁଯାୟୀ, ବାଲମୁକୁନ୍ଦ ବିର୍ସା ଛକରେ ସାମ୍ପ୍ରଦାୟିକ ପତାକା ଲଗାଇବାକୁ ନେଇ ହିଂସା ହୋଇଥିବା କୁହାଯଉଛି ।
ରାତିରେ ଆରମ୍ଭ ହୋଇଥିବା ବିଶୃଙ୍ଖଳା ପରେ, ଜାଲୋରୀ ଗେଟ୍ ଅଞ୍ଚଳରେ ଆଦଜି ଦିନରେ ମଧ୍ୟ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏହାକୁ ନିୟନ୍ତ୍ରଣ କରିବାକୁ ପୋଲିସ ଲାଠି ଚାର୍ଜ କରିବାସହ ଲୁହବୁହା ଗ୍ୟାସ ବ୍ୟବହାର କରିଛି ।
ଏହା ପରେ ଯୋଧପୁର ପୋଲିସ କମିଶନର ନବଜ୍ୟୋତି ଗୋଗୋଇ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି ଏବଂ ପୋଲିସ୍ ଫ୍ଲାଗ୍ ମାର୍ଚ୍ଚ କରୁଛି । ସେ କହିଛନ୍ତି ଯେ ଆମେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ଏହି ଘଟଣାରେ କୌଣସି ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇନାହାଁନ୍ତି । ଏଥିସହିତ ଏଠାରେ ଧାରା 144 ମଧ୍ୟ ବଳବତ୍ତର ଅଛି । ହିଂସା ପରେ ଜିଲ୍ଲା ପ୍ରଶାସନ ସହରରେ ଇଣ୍ଟରନେଟ୍ ସେବାକୁ ସ୍ଥଗିତ ରଖିଛି ।
जोधपुर, मारवाड़ की प्रेम एवं भाईचारे की परंपरा का सम्मान करते हुए मैं सभी पक्षों से मार्मिक अपील करता हूं कि शांति बनाए रखें एवं कानून-व्यवस्था बनाने में सहयोग करें।
— Ashok Gehlot (@ashokgehlot51) May 3, 2022
ଏଥିସହିତ ଶାନ୍ତି ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ନିବେଦନ କରିଛନ୍ତି । ଯୋଧପୁର-ମାରୱାଡ଼ର ପ୍ରେମ ଏବଂ ଭାଇଚାରା ପରମ୍ପରାକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ ଶାନ୍ତି ବଜାୟ ରଖିବା ଏବଂ ଆଇନ ଶୃଙ୍ଖଳା ରକ୍ଷା ପାଇଁ ମୁଁ ସମସ୍ତ ଦଳକୁ ମାର୍ମିକ ଅପିଲ୍ କରୁଛି । ଶାନ୍ତି ବଜାୟ ରଖିବା ସହ ଆଇନ ବ୍ୟବସ୍ଥାରେ ସହଯୋଗ କରନ୍ତୁ ।












Click it and Unblock the Notifications