କଣ ଏହି ଔରଙ୍ଗଜେବ ବିବାଦ ? ଯାହା ପାଇଁ କୋହ୍ଲାପୁରରେ ଉତ୍ତେଜନା...

ମହାରାଷ୍ଟ୍ରର କୋହ୍ଲାପୁରରେ କିଛି ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା, ଯାହା ପରେ ପୋଲିସକୁ ମଧ୍ୟ ଲାଠିଚାର୍ଜ କରିବାକୁ ପଡିଛି । ଏହି ସଂଘର୍ଷ ପଛର କାରଣ ଔରଙ୍ଗଜେବ ବିବାଦ । ବାସ୍ତବରେ, ଔରଙ୍ଗଜେବ ବିଷୟରେ ସୋଶାଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରିବା ବିରୁଦ୍ଧରେ କେତେକ ହିନ୍ଦୁ ସଂଗଠନ ଦ୍ୱାରା ବନ୍ଦ ଡାକରା ଦିଆଯାଇଥିଲା । ଏହାକୁ ନେଇ ବିରୋଧ ପ୍ରଦର୍ଶନ ମଧ୍ୟ ଚାଲିଥିଲା । ଏହି ସମୟରେ ଉତ୍ତେଜନା ଦେଖାଦେଇଛି । ତେବେ ଜାଣନ୍ତୁ କଣ ରହିଛି ଏହି ଔରଙ୍ଗଜେବ ବିବାଦ...
ସୂଚନାନୁସାରେ, ମଙ୍ଗଳବାର ଦିନ ତିନି ଜଣ ବ୍ୟକ୍ତି ଔରଙ୍ଗଜେବ ଉପରେ ଏକ ଆପତ୍ତିଜନକ ହ୍ୱାଟସ୍ ଆପ୍ ଷ୍ଟାଟସ୍ ପୋଷ୍ଟ କରିଥିଲେ । ଏହି କାରଣରୁ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଉପୁଜିଥିଲା । ଏହି ହ୍ୱାଟସ୍ ଆପ୍ ଷ୍ଟାଟସ୍ ଭାଇରାଲ ହେବା ପରେ ଉତ୍ତେଜନା ଆହୁରି ବଢିଥିଲା । ଅଭିଯୁକ୍ତଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି । କୁହାଯାଉଛି ଯେ ଏହି ଷ୍ଟାଟସ୍ ପୋଷ୍ଟ କରିଥିବା ଅଭିଯୁକ୍ତ ନାବାଳକ ।
ଉକ୍ତ ଘଟଣାକୁ ବିରୋଧ କରି ବୁଧବାର କୋହ୍ଲାପୁର ବନ୍ଦ ଡାକରା ଦିଆଯାଇଥିଲା ଏବଂ ପ୍ରଦର୍ଶନ ମଧ୍ୟ କରାଯାଇଥିଲା । ରାସ୍ତାରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ । ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ଏହି ସମୟରେ ହିନ୍ଦୁ ସଂଗଠନ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା । ତେବେ ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ କୋହ୍ଲାପୁରରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ଆରମ୍ଭ ହୋଇଥିଲା । ଏହା ପରେ ପୋଲିସ ଉଭୟ ଗୋଷ୍ଠୀକୁ ଘଉଡ଼ାଇବା ପାଇଁ ଲାଠିଚାର୍ଜ କରିଥିଲା ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେହି ନାବାଳିକାମାନଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ଯିଏ ଔରଙ୍ଗଜେବ ଉପରେ ଆପତ୍ତିଜନକ ପୋଷ୍ଟ ଏବଂ ଷ୍ଟାଟସ୍ ରଖିଥିଲେ । ଏହା ବ୍ୟତୀତ ପଥର ଫିଙ୍ଗିବାରେ ସମ୍ପୃକ୍ତ ଥିବା ଲୋକଙ୍କୁ ମଧ୍ୟ ଅଟକ ରଖାଯାଇଛି ।












Click it and Unblock the Notifications