ପଶ୍ଚିମବଙ୍ଗରେ ଥମୁନି ରାମ ନବମୀ ହିଂସା; ପଥର ମାଡ଼ ଯୋଗୁଁ ରେଳସେବା ପ୍ରଭାବିତ
କୋଲକାତା : ରାମନବମୀରେ ଆରମ୍ଭ ହୋଇଥିବା ହିଂସା ଥମିବାର ନାଁ ନେଉନି । ପଶ୍ଚିମବଙ୍ଗରେ ପୁଣି ପଥର ମାଡ଼ ସହ ହିଂସା ଦେଖିବାକୁ ମିଳିଛି । କିଛି ଉପଦ୍ରବୀ ରେଳ ଷ୍ଟେସନରେ ସାଧାରଣ ଜନତାଙ୍କୁ ଆକ୍ରମଣ କରିଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ଫଲରେ ରେଳସେବା ବାଧାପ୍ରାପ୍ତ ହୋଇଛି ।
ଗତକାଲି ବିଳମ୍ବିତ ରାତିରେ ପଶ୍ଚିମବଙ୍ଗର ରିସରା ରେ ପୁଣି ଥରେ ହିଂସା ଉପୁଜିଛି । ଏହି ଅଞ୍ଚଳରେ ପୁଣି ଥରେ ପଥର ମାଡ଼ ହୋଇଛି । ଉପୁଜିଥିବା ହିଂସାରେ ରେଳବାଇର ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳକୁ ଆସି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା । ଏହା ବିଳମ୍ବିତ ରାତିରେ ଘଟିଥିଲା । ପୋଲିସ ଏହି ମାମଲାରେ 36 ଜଣଙ୍କୁ ଗିରଫ କରିଛି ।

ପୂର୍ବ ରେଳ ମୁଖ୍ୟ ଜନସମ୍ପର୍କ ଅଧିକାରୀ କୌଶିକ ମିତ୍ର କହିଛନ୍ତି ଯେ ଏହି ହିଂସା ହେତୁ ହାଓଡ଼ା-ବଣ୍ଡେଲ୍ ସେସନ୍ର ସ୍ଥାନୀୟ, ମେଲ ଏବଂ ଏକ୍ସପ୍ରେସ ଟ୍ରେନ ସେବା ପ୍ରାୟ 3 ଘଣ୍ଟା ପାଇଁ ସ୍ଥଗିତ ରହିଥିଲା । ଟ୍ରେନର ଚଳାଚଳ ପୁଣି ମଧ୍ୟରାତ୍ରିରୁ ଆରମ୍ଭ ହୋଇଥିଲା । ହିଂସା ଯୋଗୁଁ ଅନେକ ଦୂର ଦୂରଗାମୀ ଟ୍ରେନ୍ ବିଳମ୍ବ ହୋଇଥିଲା ବୋଲି ରେଳବାଇ ପକ୍ଷରୁ ସୂଚନା ମିଳିଛି ।
ପରିସ୍ଥିତି ଅଣାୟତ୍ତ ହୋଇ ପଡ଼ିଥିବା ବେଳେ ହୁଗଳିଠାରେ ନିୟୋଜିତ କରାଯାଇଥିବା ଦଙ୍ଗା ନିୟନ୍ତ୍ରଳ ବଳକୁ ଏବେ ରିସରା ଅଞ୍ଚଳରେ ବି ନିୟୋଜିତ କରାଯାଇଛି । ଦଙ୍ଗା ନିୟନ୍ତ୍ରଣ ବଳ ଏବେ ରିସରା ଷ୍ଟେସନ୍କୁ ସୁରକ୍ଷା ପ୍ରଦାନ କରୁଛି ।
ସୂଚନା ଥାଉକି, ଗୁରୁବାର ଦିନ ରାମ ନବମୀ ଶୋଭାଯାତ୍ରା ସମୟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ପଥର ମାଡ଼ ଆରମ୍ଭ ହୋଇଥିଲା । ଅନେକ ଗାଡିରେ ନିଆଁ ଲଗାଇଦେଇଥଇଲେ ଦୁବୃର୍ତ୍ତ । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସକୁ ଲୁହବୁହା ଗ୍ୟାସ ବ୍ୟବହାର କରିବାକୁ ପଡିଥିଲା । ପୁଣି ରବିବାର ଦିନ ହୁଗୁଳିରେ ଏକ ନୂଆ ଧରଣର ହିଂସା ଆରମ୍ଭ ହୋଇଥିଲା । ଏହି ହିଂସାରେ ବିଜେପି ବିଧାୟକ ବିମାନ ଘୋଷ ଆହତ ହୋଇଥିଲେ । ବାଧ୍ୟ ହୋଇ ତ୍ରୁଣ ମୂଳ କଂଗ୍ରେସ ସରକାର ସଂପୃକ୍ତ ଅଞ୍ଚଳରେ ଇଣ୍ଟର୍ନେଟ୍ ସେବାକୁ ବନ୍ଦ କରି ଦେଇଥିଲେ ।
ରାମନବମୀ ଅବସରରେ ପ୍ରଥମେ ହାଓ୍ୱାଡାରେ ହିଂସା ଦେଖାଦେଇଥିଲା । ଏପରରେ ହୁଗୁଳିରେ ଦେଖାଦେଇଛି । ହିଂସା ପାଇଁ ଉଭୟ ଶାସକ ଓ ବିରୋଧୀ ଟିଏମସି ଏବଂ ବିଜେପି ପରସ୍ପରକୁ ଦୋଷ ଦେଉଛନ୍ତି ।












Click it and Unblock the Notifications