MKCG ଏବଂ VIMSAR ର ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ୟୁଫୋରିଆ ବେଳେ ଅଘଟଣ
ବ୍ରହ୍ମପୁର: ଦୁଇ ମେଡିକାଲ ଛାତ୍ର ଗୋଷ୍ଠୀ ମୁହାଁମୁହିଁ । ମଙ୍ଗଳବାର ଦିନ ସମ୍ବଲପୁର ବୁର୍ଲାସ୍ଥିତ VIMSAR ଠାରେ ଚାଲିଥିବା ଆନ୍ତ କଲେଜ ମେଡିକାଲ ଫେଷ୍ଟିଭାଲ 'ୟୁଫୋରିଆ' ରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ହୋଇଛି । ଏଥିରେ ନଅ ଜଣ ମେଡିକାଲ ଛାତ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି ।

ଅଭିଯୋଗ ହୋଇଛି ଯେ ବ୍ରହ୍ମପୁର VIMSAR ଛାତ୍ର ମାନେ MKCG ମେଡିକାଲ କଲେଜ ଏବଂ ହସ୍ପିଟାଲର ଛାତ୍ରମାନଙ୍କ ବସ୍କୁ ପଥର ଫିଙ୍ଗିଥିଲେ । ବସ୍ ବାହାରୁ ତାଲା ପକାଇ ଅଗ୍ନି ନିର୍ବାପକ ଯନ୍ତ୍ର ମଧ୍ୟ ବ୍ୟବହାର କରିଥିଲେ । ଏହି ଘଟଣାରେ କିଛି ଦୃଶ୍ୟ ଟ୍ୱିଟରରେ ଭାଇରାଲ ହେବାରେ ଲାଗିଛି ।
VIMSAR ଛାତ୍ରମାନେ କହିଛନ୍ତି ଯେ ସେମାନଙ୍କ ମଧ୍ୟରେ କୌଣସି ସମସ୍ୟା ନାହିଁ ଏବଂ ଏହା ବ୍ରହ୍ମପୁରରୁ ଦଳକୁ ସ୍ୱାଗତ କରିବାର ଉପାୟ ।
ପୋଲିସ ସୂତ୍ରରୁ ଜଣା ପଡ଼ିଛି ଯେ ଏ ଘଟଣା ସମ୍ପର୍କରେ ସେମାନଙ୍କ ନିକଟରେ କୌଣସି ସୂଚନା ନାହିଁ । 3 ଜଣ ଛାତ୍ର ଆହତ ହୋଇଥିବା ବିଷୟରେ ତାଙ୍କ ପାଖରେ ସୂଚନା ଥିବା ଦର୍ଶାଇ ମେଡିକାଲ କଲେଜର ଡିନ୍ କହିଛନ୍ତି ଯେ ସେ ଏହି ଘଟଣାର ଅନୁସନ୍ଧାନ କରୁଛନ୍ତି ।












Click it and Unblock the Notifications