ଭିଜିଲାନ୍ସ ଜାଲରେ ପୂର୍ବତନ ଯୋଗାଣ ଅଧିକାରୀ, 5 ସ୍ଥାନରେ ଏକକାଳୀନ ଚଢାଉ
ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପୂର୍ବତନ ସରକାରୀ ଅଧିକାରୀ । ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକଙ୍କ ଘରେ ହୋଇଛି ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଛି ଏହି ରେଡ୍ । ଏକକାଳୀନ 5 ସ୍ଥାନରେ ରେଡ୍ ଚାଲିଛି । ଭୁବନେଶ୍ୱରର ତିନୋଟି ଓ ପୁରୀ ଜିଲ୍ଲା ନିମାପଡ଼ାର 2ଟି ସ୍ଥାନରେ ଚାଲିଛି ଚଢ଼ାଉ ।

ଭୁବନେଶ୍ବର ଭୀମଟାଙ୍ଗିରେ ଥିବା ପ୍ଲଟ୍, ରାଜାରାଣୀ କଲୋନୀରେ ଥିବା 2 ଟି ଘରେ ଚାଲିଛି ରେଡ୍ । ସେହିପରି ପୁରୀ ଜିଲ୍ଲା ନିମାପଡ଼ାର ସୁନୁଗରଦିରେ ଥିବା ପୈତୃକ ଘର ଓ ଫାର୍ମ ହାଉସରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । ଏହି ଚଢାଉରେ 2 ଜଣ ଡିଏସପି, 6 ଇନସ୍ପେକ୍ଟରଙ୍କ ସହ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି । ପୂର୍ବରୁ ରାଜ୍ୟ ସରକାର ତାଙ୍କୁ ନିଲମ୍ବିତ କରିଛନ୍ତି ।












Click it and Unblock the Notifications