ଚମ୍ପାୱତରେ ଘାଟିରୁ ଗାଡ଼ି ଖସି 14 ଜଣଙ୍କର ମୃତ୍ୟୁ
ଉତ୍ତରାଖଣ୍ଡର ଚମ୍ପାୱତ ଜିଲ୍ଲାର ସୁଖିଢାଙ୍ଗ ରିଠା ସାହିବ ରୋଡ ନିକଟରେ ଏକ ଗାଡି ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡିଛି । ଏହି ଦୁର୍ଘଟଣାରେ 14 ଜଣଙ୍କର ମୃତ୍ୟୁ ହୋଇଛି ।
ଚମ୍ପାୱତ : ଉତ୍ତରାଖଣ୍ଡର ଚମ୍ପାୱତ ଜିଲ୍ଲାର ସୁଖିଢାଙ୍ଗ ରିଠା ସାହିବ ରୋଡ ନିକଟରେ ଏକ ଗାଡି ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡିଛି । ଏହି ଦୁର୍ଘଟଣାରେ 14 ଜଣଙ୍କର ମୃତ୍ୟୁ ହୋଇଛି । କୁହାଯାଉଛି ଯେ ସମସ୍ତ ଲୋକ ବିବାହ ଉତ୍ସବରୁ ଫେରୁଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, ଚମ୍ପାୱତ ଠାରୁ ପ୍ରାୟ 65 କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି । କୁମାଉଁ ଡିଆଜି ନିଲେଶ ଆନନ୍ଦ ଭରଣେ କହିଛନ୍ତି ଯେ ଏହା ସୁଖିଢାଙ୍ଗ-ରିଠା ସାହିବ ରାସ୍ତାରେ ଘଟିଛି । କାରରେ 16 ଜଣ ଲୋକ ଥିଲେ ବୋଲି କୁହାଯାଉଛି ।
Uttarakhand | 14 people died after the vehicle they were travelling fell into a gorge near Sukhidhang Reetha Sahib road. The accident occurred early morning today when they were returning from a wedding ceremony: Kumaon DIG Nilesh Anand Bharne pic.twitter.com/aGidTX7AGX
— ANI UP/Uttarakhand (@ANINewsUP) February 22, 2022
ଏହି ଦୁର୍ଘଟଣାରେ ଗାଡିରେ ଥିବା 14 ଜଣଙ୍କର ମୃତ୍ୟୁ ହୋଇଛି । ମଙ୍ଗଳବାର ସକାଳେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଏଥି ସହିତ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ 14 ଶବକୁ ଘାଟିରୁ ବାହାର କରାଯାଇଛି । ଏଥିସହ ଏହି ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଆହତ ହୋଇଥିବା କୁହାଯାଉଛି । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।












Click it and Unblock the Notifications