ବର୍ଣ୍ଣ, ଜାତି ପ୍ରଥା ଅତୀତର କଥା, ଏହାକୁ ଭୁଲିଯିବା ଉଚିତ୍ : ଆରଏସଏସ ମୁଖ୍ୟ ମୋହନ ଭାଗବତ
"ବର୍ତ୍ତମାନ ଆମେ ବର୍ଣ୍ଣ ଏବଂ ଜାତିର ଧାରଣା ଭୁଲିଯିବା ଉଚିତ୍ ...। ଆଜି ଯଦି କେହି ଏହା ବିଷୟରେ ପଚାରନ୍ତି, ତେବେ ସମାଜର ସ୍ୱାର୍ଥରେ ଭାବୁଥିବା ସମସ୍ତଙ୍କୁ କହିବା ଉଚିତ ଯେ ଏହି ବର୍ଣ୍ଣ, ଜାତି ପ୍ରଥା ଅତୀତର କଥା ଏବଂ ଏହିପରି ଅତୀତକୁ ଭୁଲିଯିବା ଉଚିତ୍ ।"
ନାଗପୁର : ବର୍ଣ୍ଣ, ଜାତିର ପ୍ରଥା ସବୁ ଅତୀତର କଥା । ଏହାକୁ ଭୁଲିଯିବା ଉଚିତ୍ । ସମାଜର ସ୍ୱାର୍ଥରେ ଚିନ୍ତା କରୁଥିବା ବ୍ୟକ୍ତିମାନେ ଏହା କହିବା ଉଚିତ୍ ବୋଲି କହିଛନ୍ତି ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ।
ଶୁକ୍ରବାର ନାଗପୁରରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକୁ ସମ୍ବୋଧିତ କରି ମୋହନ ଭାଗବତ କହିଛନ୍ତି, "ବର୍ତ୍ତମାନ ଆମେ ବର୍ଣ୍ଣ ଏବଂ ଜାତିର ଧାରଣା ଭୁଲିଯିବା ଉଚିତ୍ ...। ଆଜି ଯଦି କେହି ଏହା ବିଷୟରେ ପଚାରନ୍ତି, ତେବେ ସମାଜର ସ୍ୱାର୍ଥରେ ଭାବୁଥିବା ସମସ୍ତଙ୍କୁ କହିବା ଉଚିତ ଯେ ଏହି ବର୍ଣ୍ଣ, ଜାତି ପ୍ରଥା ଅତୀତର କଥା ଏବଂ ଏହିପରି ଅତୀତକୁ ଭୁଲିଯିବା ଉଚିତ୍ ।"

ଏହାପୂର୍ବରୁ ମୋହନ ଭାଗବତ କହିଥିଲେ ଯେ ସଂଖ୍ୟାଲଘୁଙ୍କୁ ବିପଦରେ ପକାଇବା ସଂଘର କିମ୍ବା ହିନ୍ଦୁଙ୍କର ପ୍ରକୃତି ନୁହେଁ । ମୋହନ ଭାଗବତଙ୍କ ଏହି ବିବୃତ୍ତି କଂଗ୍ରେସ ଏବଂ ବିରୋଧୀ ଦଳ ପାଇଁ ଥିଲା । କଂଗ୍ରେସ ଏବଂ ବିରୋଧୀ ଦଳ ଆରଏସଏସ ସମାଜକୁ ବିଭାଜନ କରି ଲୋକଙ୍କୁ ପରସ୍ପର ବିରୁଦ୍ଧରେ ଉତ୍ତେଜିତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଥଲେ ।
ବିଜୟଦଶଣୀ ଅବସରରେ ଭାଗବତ କହିଥିଲେ, ସଂଖ୍ୟାଲଘୁମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି ଯେ ଆମ (ସଂଘ) କିମ୍ବା ହିନ୍ଦୁମାନଙ୍କ ଠାରୁ ସେମାନଙ୍କ ପ୍ରତି ବିପଦ ରହିଛି, ଏହା ପୂର୍ବରୁ କେବେ ହୋଇ ନଥିଲା ଏବଂ ଭବିଷ୍ୟତରେ ମଧ୍ୟ ଘଟିବ ନାହିଁ । ଅଳ୍ପସଂଖ୍ୟକଙ୍କ ପ୍ରତି ବିଦ ସୃଷ୍ଟ କରିବା ସଂଘ କିମ୍ବା ହିନ୍ଦୁ କାହାର ମଧ୍ୟ ସ୍ୱଭାବ ନୁହଁ ।
ଭାଗବତ କହିଥିଲେ, "ଯେଉଁମାନେ ଘୃଣା, ଅନ୍ୟାୟ, ଅତ୍ୟାଚାର ବିସ୍ତାର କରନ୍ତି ଏବଂ ସମାଜ ବିରୁଦ୍ଧରେ ଗୁଣ୍ଡାଗର୍ଦ୍ଦି-ଅପରାଧିକ କାର୍ଯ୍ୟରେ ଲିପ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଆତ୍ମରକ୍ଷା ଏବଂ ଆମର ନିଜର ପ୍ରତିରକ୍ଷା ସମସ୍ତଙ୍କ ପାଇଁ କର୍ତ୍ତବ୍ୟ ହୋଇଯାଏ । କିନ୍ତୁ ଆମ ପକ୍ଷରୁ କେବେ କାହାକୁ ଧମକ ଦିଆଯାଏନାହିଁ । ହିନ୍ଦୁ ସମାଜ କାହାରି ବିରୁଦ୍ଧରେ ନୁହେଁ । ଭାଇଚାରା, ସୌହାର୍ଦ୍ଦ୍ୟ ଏବଂ ଶାନ୍ତି ପାଇଁ ଛିଡା ହେବା ପାଇଁ ସଂଗଠନ ଏକ ପ୍ରତିଶ୍ରୁତି ନେଇଛି ।












Click it and Unblock the Notifications