ଜ୍ଞାନବାପୀ ମସଜିଦ-ଶୃଙ୍ଗାର ଗୌରୀ ମାମଲାରେ ମୁସଲିମ ପକ୍ଷଙ୍କୁ ନୋଟିସ, 'ଶିବଲିଙ୍ଗ'ର କାର୍ବନ ଡେଟିଂ ପାଇଁ ଦାବି
ଜ୍ଞାନବାପୀ ମାମଲାରେ ବର୍ତ୍ତମାନ ମୁସଲିମ ପକ୍ଷଙ୍କୁ ନୋଟିସ୍ ଜରି ହୋଇଛି । 'ଶିବଲିଙ୍ଗ'ର କାର୍ବନ ଡେଟିଂ ପାଇଁ ହିନ୍ଦୁ ଦଳର ଆବେଦନ ଉପରେ ବାରାଣାସୀ କୋର୍ଟ ମୁସଲିମ ପକ୍ଷକୁ ନୋଟିସ ଜାରି କରିଛନ୍ତି ।
ବାରଣାସୀ : ଜ୍ଞାନବାପୀ ମାମଲାରେ ବର୍ତ୍ତମାନ ମୁସଲିମ ପକ୍ଷଙ୍କୁ ନୋଟିସ୍ ଜରି ହୋଇଛି । 'ଶିବଲିଙ୍ଗ'ର କାର୍ବନ ଡେଟିଂ ପାଇଁ ହିନ୍ଦୁ ଦଳର ଆବେଦନ ଉପରେ ବାରାଣାସୀ କୋର୍ଟ ମୁସଲିମ ପକ୍ଷକୁ ନୋଟିସ ଜାରି କରିଛନ୍ତି । ଏନେଇ ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର 29 ରେ ହେବ ।

ହିନ୍ଦୁ ପକ୍ଷ ଓକିଲ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି ଯେ ଆମେ କାର୍ବନ ଡେଟିଂ ଦାବି କରୁଛୁ । ମୁସଲିମ ପକ୍ଷଙ୍କ କହିବା ଅନୁସାରେ ଏହା ଏକ ଫୱାରା, କିନ୍ତୁ ଆମ ପକ୍ଷ ଅନୁସାରେ ଏହା ଏକ ଶିବଲିଙ୍ଗ । ଏକ ସ୍ୱତନ୍ତ୍ର ସଂସ୍ଥାକୁ ଅନୁସନ୍ଧାନ କରି ଏହାର ସତ୍ୟର ସନ୍ଧାନ କରିବାକୁ ହେବ । ଆମେ କାର୍ବନ ଡେଟିଂ ଦାବି କରି ଏକ ଆବେଦନ ଦାଖଲ କରୁଛୁ ।
ହିନ୍ଦୁ ପକ୍ଷ ଓକିଲ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି ଯେ କାର୍ବନ ଡେଟିଂ ପାଇଁ ଆମର ଆବେଦନ ଉପରେ କୋର୍ଟ ନୋଟିସ ଜାରି କରିଛନ୍ତି ଏବଂ ମୁସଲମାନ ପକ୍ଷରୁ ଆପତ୍ତି ଉଠାଇଛନ୍ତି । ଏହି ସମାଧାନ 29 ସେପ୍ଟେମ୍ବରରେ ହେବ । ପରବର୍ତ୍ତୀ ଶୁଣାଣି ପାଇଁ ମସଜିଦ କମିଟିର ଦାବି 8 ସପ୍ତାହ ସମୟକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି ।












Click it and Unblock the Notifications