Get Updates
Get notified of breaking news, exclusive insights, and must-see stories!

ପୁଣି ଏକ ମନ୍ଦିର-ମସଜିଦ୍ ମାମଲା : କାଶୀ ବିଶ୍ୱନାଥ, ଜ୍ଞାନବାପି ମସଜିଦରେ ଖନନ ପାଇଁ ଏଏସ୍ଆଇକୁ ଅନୁମୋଦନ ଦେଲେ ବାରଣାସୀ କୋର୍ଟ

ମନ୍ଦିର ଏବଂ ମସଜିଦ ଖନନ ପାଇଁ କୋର୍ଟ ଏଏସଆଇକୁ ଅନୁମତି ଦେଇଛନ୍ତି । ଆଶା କରାଯାଉଛି ଖୁବ୍ ଶୀଘ୍ର ଏକ ପାଞ୍ଚ ଜଣିଆ ASI ଦଳ ଏହି ଧାର୍ମିକ ସ୍ଥଳ ପରିଦର୍ଶନ କରିବେ ।

ଲକ୍ଷ୍ନୌ : କାଶୀ ବିଶ୍ୱନାଥ ମନ୍ଦିର ଏବଂ ଏହାର ନିକଟବର୍ତ୍ତୀ ଜ୍ଞାନବାପି ମସଜିଦରେ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଫ୍ ଇଣ୍ଡିଆ (ଏଏସଆଇ) ଦ୍ୱାରା ହୋଇଥିବା ଅନୁସନ୍ଧାନ ମାମଲାରେ ଗୁରୁବାର ଦିନ ବାରାଣାସୀ କୋର୍ଟ ଏକ ପ୍ରମୁଖ ରାୟ ଦେଇଛନ୍ତି । ମନ୍ଦିର ଏବଂ ମସଜିଦ ଖନନ ପାଇଁ କୋର୍ଟ ଏଏସଆଇକୁ ଅନୁମତି ଦେଇଛନ୍ତି । ଆଶା କରାଯାଉଛି ଖୁବ୍ ଶୀଘ୍ର ଏକ ପାଞ୍ଚ ଜଣିଆ ASI ଦଳ ଏହି ଧାର୍ମିକ ସ୍ଥଳ ପରିଦର୍ଶନ କରିବେ । ବାରାଣାସୀର ଫାଷ୍ଟ ଟ୍ରାକ୍ କୋର୍ଟର ଜଜ୍ ଆଶୁତୋଷ ତିୱାରୀ ଏହି ନିଷ୍ପତ୍ତି ଦେଇଛନ୍ତି ।

kashiViswanath

ସୂଚନାଯୋଗ୍ୟ ଯେ ଦୁଇ ବର୍ଷ ପୂର୍ବେ 10 ଡିସେମ୍ବର 2019 ରେ ମନ୍ଦିର ପକ୍ଷରୁ ବିଜୟ ଶଙ୍କର ରାସ୍ତୋଗୀ ଏହି ମାମଲାରେ ସିଭିଲ ଜଜଙ୍କ କୋର୍ଟରେ ଆବେଦନ କରିଥିଲେ । ସେବେଠାରୁ କୋର୍ଟରେ ଏହି ପ୍ରସଙ୍ଗରେ ବିତର୍କ ହୋଇଥିଲା, କିନ୍ତୁ ଆଜି ଅର୍ଥାତ୍ 8 ଅପ୍ରେଲରେ କୋର୍ଟ ଏନେଇ ରାୟ ଦେଇଛନ୍ତି । ବିଜୟ ଶଙ୍କରଙ୍କ ଆବେଦନକୁ ଗ୍ରହଣ କରି ଫାଷ୍ଟ ଟ୍ରାକ୍ କୋର୍ଟର ବିଚାରପତି ଆଶୁତୋଷ ତିୱାରୀ ବିବାଦୀୟ ସ୍ଥାନର ASI ର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣକୁ ଅନୁମୋଦନ କରିଛନ୍ତି ।

ବିଜୟ ଶଙ୍କର ରାସ୍ତୋଗୀ ତାଙ୍କ ଆବେଦନରେ ଜ୍ଞାନବାପି ମସଜିଦ୍‌ର ସମସ୍ତ ପରିସରକୁ ASI ଦ୍ୱାରା ସର୍ଭେ କରିବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ । ଜାନୁଆରୀ 2020 ରେ ଅଞ୍ଜୁମାନ ଇନ୍ତଜାମିଆ ମସଜିଦ କମିଟି ଦ୍ୱାରା ଏହି ଆବେଦନର ବିରୋଝ କରାଯାଇଥିଲା ।

ଗୁରୁବାର ଦିନ କାଶୀ ବିଶ୍ୱନାଥ ମନ୍ଦିର ପକ୍ଷର ଓକିଲ ବିଜୟ ଶଙ୍କର କୋର୍ଟଙ୍କ ଆଦେଶକୁ ସ୍ୱାଗତ କରି କହିଛନ୍ତି ଯେ, ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ପରେ ଏହା ସ୍ପଷ୍ଟ ହେବ ଯେ ବିବାଦୀୟ ସ୍ଥାନ ମସଜିଦ ନୁହେଁ ବରଂ ଆଦୀ ବିଶ୍ୱେଶ୍ୱର ମହାଦେବଙ୍କ ମନ୍ଦିର । ସୂଚନାଯୋଗ୍ୟ, ଜ୍ଞାନବାପି ମସଜିଦ ଆଉରଙ୍ଗଜେବଙ୍କ ଦ୍ୱାରା ନିର୍ମିତ ହୋଇଛି, ମନ୍ଦିର ଭାଙ୍ଗି ମନ୍ଦିର ନିର୍ମାଣ କରାଯାଇଛି ବୋଲି ଦାବି କରାଯାଇଛି । ଏହାକୁ ନେଇ ବିବାଦ ଜାରି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+