ଶୀଘ୍ର ଶେଷ ହେବ ଶିଶୁଙ୍କ ଉପରେ ଟୀକା ପରୀକ୍ଷା, ହାଇକୋର୍ଟରେ ସୂଚନା ଦେଲେ କେନ୍ଦ୍ର ସରକାର
ଦେଶରେ 18 ବର୍ଷରୁ କମ୍ ପିଲାମାନଙ୍କ ପାଇଁ କରୋନା ଟିକା ପରୀକ୍ଷା ଚାଲିଛି । ଏହି ପରୀକ୍ଷା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ଅଛି ବୋଲି କେନ୍ଦ୍ର ସରକାର ଶୁକ୍ରବାର ଦିନ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛନ୍ତି ।
ନୂଆଦିଲ୍ଲୀ : ଦେଶରେ 18 ବର୍ଷରୁ କମ୍ ପିଲାମାନଙ୍କ ପାଇଁ କରୋନା ଟିକା ପରୀକ୍ଷା ଚାଲିଛି । ଏହି ପରୀକ୍ଷା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ଅଛି ବୋଲି କେନ୍ଦ୍ର ସରକାର ଶୁକ୍ରବାର ଦିନ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛନ୍ତି । ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ଏକ ଆଫିଡେଭିଟରେ କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି । ଏଥିସହ ଏହି ଆଫିଡେଭିଟ୍ରେ ସରକାର ଜାଏଡସ୍ କ୍ୟାଡିଲା ଏବଂ କୋଭାକ୍ସିନ ଟିକା ବିଷୟରେ ସୂଚନା ଦେଇଛନ୍ତି ।

ଏହି ଆଫିଡେଭିଟ୍ରେ କେନ୍ଦ୍ର ସରକାର କହିଛନ୍ତି ଯେ ପରୀକ୍ଷା ଶେଷ ହେବା ପରେ ଏକ ନୀତି ପ୍ରସ୍ତୁତ ହେବ ଯେଉଁଥିରେ କେବଳ ବିଶେଷଜ୍ଞଙ୍କ ଅନୁମୋଦନ ପରେ ପିଲାମାନଙ୍କୁ ଟୀକାକରଣ କରାଯିବ । ଅନ୍ୟପକ୍ଷରେ ହାଇକୋର୍ଟର ପ୍ରଧାନ ବିଚାରପତି ଡିଏନ୍ ପଟେଲ ଏବଂ ଜଷ୍ଟିସ୍ ଜ୍ୟୋତି ସିଂ କହିଛନ୍ତି ଯେ ଯଦି ପିଲାମାନଙ୍କୁ ପୁଙ୍ଖାନୁପୁଙ୍ଖ ପରୀକ୍ଷା ନକରି ଟୀକାକରଣ କରାଯାଏ, ତେବେ ଏହା ବିପଜ୍ଜନକ ହେବ । ବେଞ୍ଚ କହିଛନ୍ତି ଯେ ପରୀକ୍ଷା ଶେଷ ହେବା ମାତ୍ରେ ପିଲାମାନଙ୍କୁ ଏହି ଟିକା ଦିଆଯିବା ଉଚିତ, କାରଣ ସମଗ୍ର ଦେଶ ଏହାକୁ ଅପେକ୍ଷା କରିଛି । ଏହା କହି କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣିକୁ ସେପ୍ଟେମ୍ବର 6 ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ।
ନାବାଳିକାର ଆବେଦନ ଉପରେ ଶୁଣାଣି କରୁଛନ୍ତି କୋର୍ଟ
ଆମେ ଆପଣଙ୍କୁ କହି ରଖୁଛୁ ଯେ ଜଣେ ନାବାଳିକାଙ୍କ ଦ୍ୱାରା ଦାଖଲ ହୋଇଥିବା ଜନହିତ ପିଟିସନ୍ ମାମାଲର ଶୁଣାଣି କରୁଛନ୍ତି ହାଇକୋର୍ଟ । ଏହି ଆବେଦନରେ ନାବାଳିକା ଜଣକ ଦାବି କରିଥିଲେ ଯେ, ଶୀଘ୍ର 12-17 ବର୍ଷ ବୟସର ପିଲାମାନଙ୍କ ପାଇଁ ଟୀକାକରଣ ଆରମ୍ଭ କରାଯାଉ, କାରଣ କରୋନାର ତୃତୀୟ ଲହର ପିଲାମାନଙ୍କୁ ଅଧିକ ପ୍ରଭାବିତ କରିପାରେ ।












Click it and Unblock the Notifications