ଏବେ ଦୂର ହେବ ଟିକାକରଣ ସମସ୍ୟା, ଭାରତକୁ ଆସିବ 216 କୋଟି ଟିକା
ଆଜି ନୀତି ଆୟୋଗଙ୍କ ପକ୍ଷରୁ ସୁଚନା ଦିଆଯାଇଛି ଯେ, ଦେଶକୁ ଡିସେମ୍ବର ମାସ ସୁଦ୍ଧା 216 କୋଟି ଟିକା ଆସିଯିବ। ଅର୍ଥାତ୍ ଟିକାକରଣ ସମସ୍ୟା ଏବେ ଦୂର ହୋଇଯିବ।
ନୂଆଦିଲ୍ଳୀ : କୋଭିଡ୍ ସଂକ୍ରମଣ ବଢ଼ୁଥିବା ବେଳେ ଦେଶରେ ଟିକାକରଣକୁ ପ୍ରାଧାନ୍ୟ ଦିଆଯାଉଛି । ହେଲେ ଦେଶରେ ଟିକାର ଘୋର ଅଭାବ ଦେଖାଦେଇଛି । ତେବେ ଆଜି ନୀତି ଆୟୋଗଙ୍କ ପକ୍ଷରୁ ସୁଚନା ଦିଆଯାଇଛି ଯେ, ଦେଶକୁ ଡିସେମ୍ବର ମାସ ସୁଦ୍ଧା 216 କୋଟି ଟିକା ଆସିଯିବ । ଅର୍ଥାତ୍ ଟିକାକରଣ ସମସ୍ୟା ଏବେ ଦୂର ହୋଇଯିବ । ଟିକା ସମ୍ପର୍କରେ ନୀତି ଆୟୋଗ ସଦସ୍ୟ ଭି.କେ ପଲ୍ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆସନ୍ତା ଅଗଷ୍ଟରୁ ଡିସେମ୍ବର ମଧ୍ୟରେ 216 କୋଟି ଟିକା ଉପଲବ୍ଧ ହେବ। କୋଭାକ୍ସିନ୍, କୋଭିସିଲ୍ଡ ସହିତ ଅନେକ ବିଦେଶୀ କମ୍ପାନୀ ଟିକା ମିଳିବ ।

ସେହିପରି ଅଗଷ୍ଟରୁ ଡିସେମ୍ବର ମଧ୍ୟରେ 75 କୋଟି କୋଭିସିଲ୍ଡ ଉବଲବ୍ଧ ହେବ ବୋଲି ଆକଳନ ହୋଇଛି । କୋଭାକ୍ସିନ୍ 55 କୋଟି, ବାୟୋ ଇ-ଟିକା 30 କୋଟି, ଜାଇଡସ୍ କାଡିଲା ଟିକା 5 କୋଟି, ଏସଆଇଆଇ ନୋଭାଭାକ୍ସ 20 କୋଟି, ବିବି ନାଜାଲ୍ ଭ୍ୟାକସିନ୍ 10 କୋଟି, ଜେନୋଭା ଟିକା 6 କୋଟି, ରୁଷ୍ ଟିକା ସ୍ଫୁଟନିକ୍ ଭି ମଧ୍ୟ 15.6 କୋଟି ଉପଲବ୍ଧ ହେବ ବୋଲି କହିଛନ୍ତି ନୀତି ଆୟୋଗ ସଦସ୍ୟ ଭି.କେ ପଲ୍ । ତେବେ ଭାରତ ଟିକାକରଣରେ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି ।












Click it and Unblock the Notifications