15-18 ବର୍ଷ ବୟସ ପିଲାଙ୍କ ଟୀକାକରଣ ପାଇଁ ଆଜିଠୁ ଆରମ୍ଭ ହେବ CoWin ରେ ପଞ୍ଜୀକରଣ
ଭାରତରେ କରୋନା ଭାଇରସର ବିରୋଧରେ 15 ରୁ 18 ବର୍ଷ ବୟସର ପିଲାମାନଙ୍କ ଟୀକାକରଣ ପାଇଁ କୋୱିନ୍ ପୋର୍ଟାଲରେ ଶନିବାର ଅର୍ଥାତ୍ ଜାନୁଆରୀ 1 ରେ ପଞ୍ଜୀକରଣ ଆରମ୍ଭ ହେବ ।
ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସର ବିରୋଧରେ 15 ରୁ 18 ବର୍ଷ ବୟସର ପିଲାମାନଙ୍କ ଟୀକାକରଣ ପାଇଁ କୋୱିନ୍ ପୋର୍ଟାଲରେ ଶନିବାର ଅର୍ଥାତ୍ ଜାନୁଆରୀ 1 ରେ ପଞ୍ଜୀକରଣ ଆରମ୍ଭ ହେବ । ପିଲାମାନଙ୍କ ଟୀକାକରଣର ପଞ୍ଜୀକରଣ ପାଇଁ ଉଭୟ ୱାକ-ଇନ୍ ଏବଂ ଅନଲାଇନ୍ ରେଜିଷ୍ଟ୍ରେସନ ସୁବିଧା ଉପଲବ୍ଧ ହେବ ବୋଲି ସରକାର କହିଛନ୍ତି । 15-18 ବର୍ଷ ବୟସର ପିଲାମାନଙ୍କୁ ଦେଶରେ 3 ଜାନୁୟାରୀ 2022 ରୁ କରୋନା ଟୀକାକରଣ ଆରମ୍ଭ ହେବ । ଏନେଇ କୋୱିନ (cowin) ରେଜିଷ୍ଟ୍ରେସନ୍ ଶନିବାର ଠାରୁ ଆରମ୍ଭ ହୋଇଥିବାବେଳେ ଟୀକାକରଣ ଜାନୁଆରୀ 3 ରେ ଟୀକାକରଣ ଆରମ୍ଭ ହେବ ।

ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ, ଜାନୁଆରୀ 1 ରୁ ପିଲାମାନେ ସେମାନଙ୍କର ଆଇଡି କାର୍ଡ ବ୍ୟବହାର କରି କୋୱିନ୍ ଆପରେ ସ୍ଲଟ୍ ବୁକ୍ କରିପାରିବେ । କୋଭିନ୍ ପ୍ଲାଟଫର୍ମର ମୁଖ୍ୟ ଡ଼ ଆର.ଏସ୍ ଶର୍ମା ଏହା ପୂର୍ବରୁ କହିଥିଲେ ଯେ ଆଧାର କାର୍ଡ ଏବଂ ଅନ୍ୟାନ୍ୟ ଜାତୀୟ ପରିଚୟ ପତ୍ର ବ୍ୟତୀତ ପିଲାମାନେ ପଞ୍ଜୀକରଣ ପାଇଁ ସେମାନଙ୍କ ଶ୍ରେଣୀ 10 ଆଇଡି କାର୍ଡ ମଧ୍ୟ ବ୍ୟବହାର କରିପାରିବେ ।
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ (UTs) ସହିତ ଭିଡିଓ କନଫରେନ୍ସ ମାଧ୍ୟମରେ ଏକ ବୈଠକ କରି 15-18 ବୟସ ବର୍ଗଙ୍କ ପାଇଁ ଟୀକାକରଣର ରୋଲଆଉଟ୍ ଏବଂ ଦୁର୍ବଳ ବର୍ଗଙ୍କ ପାଇଁ ସତର୍କତାମୂଳକ ପଦକ୍ଷେପ ଭାବରେ ତୃତୀୟ ଡୋଜ ଉପରେ ଆଲୋଚନା କରିଛନ୍ତି । ଦେଶରେ ସ୍ୱାସ୍ଥ୍ୟ କର୍ମୀ, ଫ୍ରଣ୍ଟଲାଇନ କର୍ମଚାରୀ ଏବଂ 60 ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ କରୋନା ଟୀକାକରଣର ବୁଷ୍ଟର ଡୋଜ ଦିଆଯିବ ।
25 ଡିସେମ୍ବର 2021 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ 15 ରୁ 18 ବର୍ଷ ବୟସର ପିଲାମାନଙ୍କୁ ଜାନୁଆରୀ 3, 2022 ରୁ କରୋନା ଟିକା ଦିଆଯିବ । ଏଥି ସହିତ, ଜାନୁୟାରୀ 10, 2022 ରୁ ସ୍ୱାସ୍ଥ୍ୟ କର୍ମୀ, ଫ୍ରଣ୍ଟଲାଇନ କର୍ମଚାରୀ ଏବଂ 60 ବର୍ଷରୁ ଅଧିକ ଲୋକଙ୍କୁ ଟୀକାକରଣର ତୃତୀୟ ଡୋଜ୍ ଅର୍ଥାତ୍ ବୁଷ୍ଟର୍ ଡୋଜ ଦିଆଯିବ ।
12 ରୁ 18 ବର୍ଷ ବୟସର ଜରୁରୀକାଳୀନ ପରିସ୍ଥିତିରେ ସୀମିତ ବ୍ୟବହାର ପାଇଁ ଭାରତ ବାୟୋଟେକ୍ ର କୋଭାକ୍ସିନ୍ ଅନୁମୋଦିତ ହୋଇଛି, ଏହା ହେଉଛି ପିଲାମାନଙ୍କ ପାଇଁ ଏକମାତ୍ର ଟିକା । 15-18 ବର୍ଷ ବୟସର ପିଲାମାନଙ୍କ ପାଇଁ ପୃଥକ ଉତ୍ସର୍ଗୀକୃତ COVID-19 ଟୀକାକରଣ କେନ୍ଦ୍ର ସ୍ଥାପନ କରିବାକୁ କେନ୍ଦ୍ର ରାଜ୍ୟମାନଙ୍କୁ ପରାମର୍ଶ ଦେଇଛି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications