ଟିକାର ଦୁଇଟି ଡୋଜ୍ ମଧ୍ୟରେ ଥିବା ସମୟ ଅବଧି ବୃଦ୍ଧି ନେଇ ସୁପାରିଶ
ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ମିଳିତ ଭାବରେ ପ୍ରସ୍ତୁତ ହେଉଥିବା କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍ ମଧ୍ୟରେ ଥିବା ସମୟ ଅବଧି ବଢ଼ାଇବାକୁ ରାଜ୍ୟ ସରକାରଙ୍କ ଏକ ବିଶେଷଜ୍ଞ ଟିମ୍ ଚିନ୍ତା କରିଛନ୍ତି ।
ନୂଆଦିଲ୍ଲୀ : ଦେଶରେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଟିକାକରଣକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି । ତେଣୁ ପ୍ରଥମ ଡୋଜ୍ ଟିକା ନେବା ପରେ ଦ୍ୱିତୀୟ ଡୋଜ୍ ଟିକା ନେବା ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହାରୀ ଭିତରେ ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ମିଳିତ ଭାବରେ ପ୍ରସ୍ତୁତ ହେଉଥିବା କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍ ମଧ୍ୟରେ ଥିବା ସମୟ ଅବଧି ବଢ଼ାଇବାକୁ ରାଜ୍ୟ ସରକାରଙ୍କ ଏକ ବିଶେଷଜ୍ଞ ଟିମ୍ ଚିନ୍ତା କରିଛନ୍ତି । ଜାତୀୟ ଟିକାକରଣ ବୈଷୟିକ ପରାମର୍ଶଦାତା ବା ଏନଟିଏଜିଆଇ କୋଭିଡ୍ ବିରୋଧୀ କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍ ମଧ୍ୟରେ ସମୟ ଅବଧିକୁ ବଢ଼ାଇ 12 ରୁ 16 ସପ୍ତାହ କରିବା ପାଇଁ ସୁପାରିଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ପରାମର୍ଶଦାତା କହିଛନ୍ତି ଯେ, ଗର୍ଭବତୀ ମହିଳାମାନଙ୍କୁ କୋଭିଡ୍ ଟିକା ଦିଆଯିବାର ବିକଳ୍ପ ବାହାର କରାଯାଉ ।

ସେହିପରି ଯେଉଁମାନେ କରୋନା ଦ୍ୱାରା ସଂକ୍ରମିତ ହୋଇ ସାରିଛନ୍ତି ସେମାନେ ଭଲ ହେବାର 6 ମାସ ମଧ୍ୟରେ ଟିକା ନିଅନ୍ତୁ ନାହିଁ ବୋଲି ଏନଟିଏଜିଆଇ ପକ୍ଷରୁ ଏହା ମଧ୍ୟ ପରାମର୍ଶ ଦିଆଯାଇଛି। ଏଥିସହିତ 6 ମାସ ପରେ ହିଁ ଟିକା ନେବା ଭଲ ବୋଲି ପରାମର୍ଶ ଦେଇଛି ଏନଟିଏଜିଆଇ । ବର୍ତ୍ତମାନ କୋଭିସିଲ୍ଡ ଟିକାକୁ ଚାରିରୁ ଆଠ ମାସ ମଧ୍ୟରେ ଦିଆଯାଉଛି । ଏବେ ଏନଟିଏଜିଆଇ ପକ୍ଷରୁ ଦିଆଯାଇଥିବା ଏହି ସବୁ ପରାମର୍ଶକୁ କୋଭିଡ୍ ସମ୍ବନ୍ଧୀୟ ଜାତୀୟ ବିଶେଷଜ୍ଞ ଟିମଙ୍କ ପାଖକୁ ପଠାଯିବ ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications