Get Updates
Get notified of breaking news, exclusive insights, and must-see stories!

ଟନେଲରୁ କେମିତି ହେବ ଶ୍ରମିକଙ୍କ ଉଦ୍ଧାର, ମେସିନ୍ ଭାଙ୍ଗିବା ପରେ ଏହି ପ୍ରକ୍ରିୟାରେ ହେଉଛି ରେସ୍କ୍ୟୁ ଅପରେସନ୍

ଉତ୍ତରକାଶୀ: ଉତ୍ତରକାଶୀର ସିଲ୍କିରା ଟନେଲରେ ଫସି ରହିଛନ୍ତି 41 ଜଣ ଶ୍ରମିକ । 15 ଦିନ ଧରି ଟନେଲରେ ଫସି ରହିଥିବା ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଚାଲିଛି ପ୍ରାଣମୂର୍ଚ୍ଛା ଉଦ୍ୟମ । କିନ୍ତୁ ଗୋଟିଏ ପରେ ଗୋଟିଏ ପ୍ଲାନ୍ ଫେଲ୍ ମାରୁଛି । ଅଗର ମେସିନ୍ର ବ୍ଲେଡ୍ ଭାଙ୍ଗିବା ପରେ ଟନେଲରୁ ଶ୍ରମିକଙ୍କୁ ବାହାର କରିବା କାମ କଷ୍ଟକର ହୋଇପଡ଼ିଛି ।

tunnel collapse

ଏହା ପରେ ବର୍ତ୍ତମାନ୍ ପ୍ଲାନ୍-ବି କୁ ଆପଣେଇଛି ରେସ୍କ୍ୟୁ ଟିମ୍ । ଗୋଟିଏ ପଟେ ଟନେଲରେ ମାନୁଆଲ କାମ ଚାଲିଛି । ଅନ୍ୟପକ୍ଷରେ ଟନେଲ ଉପରୁ ଭର୍ଟିକାଲ ଭାବେ ପାହାଡ଼ ଖୋଳି ଭିତରକୁ ପଶିବାକୁ ଉଦ୍ୟମ କରାଯାଉଛି । ବିଶେଷଜ୍ଞମାନେ କହିଛନ୍ତି ଯେ ଭର୍ଟିକାଲ ଡ୍ରିଲିଂ ପାଇଁ 84 ମିଟରରୁ ଅଧିକ ରାସ୍ତା ପ୍ରସ୍ତୁତ କରିବାକୁ ପଡିବ । ଯାହା ଅତିକମରେ ତିନି ଦିନ ନେଇପାରେ । ଏ ନେଇ ମେସିନ୍ ଯୋଗାଇ ଦିଆଯାଇଛି । ଆଜି ମେସିନ୍ ଲାଗିବା ପରେ ଖନନ କାର୍ଯ୍ୟ ଆରମ୍ଭ ହେବ । ତଥାପି, ବର୍ତ୍ତମାନ ସୁଦ୍ଧା, ପ୍ରଥମ ବିକଳ୍ପକୁ ଅଧିକ ଗୁରୁତ୍ୱ ଦିଆଯାଉଛି ଯାହା ଏବେବି ବ୍ୟବହୃତ ହେଉଛି । ହାଇଦ୍ରାବାଦରୁ ଆସୁଥିବା ପ୍ଲାଜ୍ମା କଟରକୁ ଅପେକ୍ଷା କରାଯାଇଛି ।

tunnel

800 ମିଲିମିଟର ପାଇପ୍ ଭିତରେ ଅଟକି ରହିଥିବା ମେସିନର ପ୍ରାୟ 30 ମିଟରର ଅବଶିଷ୍ଟ ଅଂଶକୁ ଏକ ପ୍ଲାଜମା କଟର ଦ୍ୱାରା କଟାଯିବ । ଏହା ମଧ୍ୟ ବହୁତ ସମୟ ନେଇପାରେ । ଏହା ପରେ ଅବଶିଷ୍ଟ 8 ରୁ 10 ମିଟର ଅଂଶକୁ ଶ୍ରମିକଙ୍କ ଦ୍ୱାରା ହାତରେ ଖୋଳାଯାଇ ରାସ୍ତା ପ୍ରସ୍ତୁତ ହେବ ।

ଶ୍ରମିକମାନେ ଫସିଥିବା ଟନେଲ୍ ଉପରେ ସିଧାସଳଖ 85 ରୁ 90 ମିଟର ଗାତ ଖୋଳିବାକୁ 5-6 ଦିନ ସମୟ ଲାଗିବ ବୋଲି ଅନୁମାନ କରାଯାଉଛି । ତେବେ ଏହା ଖୁବ୍ ସମୟ ସାପେକ୍ଷ ହୋଇଥିବାରୁ, ଉତ୍ତରକାଶୀ ଅପରେସନ ଯେ କେବେ ସରିବ, ତା'ର ଉତ୍ତର ଏବେ କାହା ପାଖରେ ନାହିଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+