For Quick Alerts
Turn On Notification  
For Daily Alerts
Oneindia App Download

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା : 23 ଜଣଙ୍କର ମୃତ୍ୟୁ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ପ୍ରବଳ ବର୍ଷା ମଧ୍ୟରେ ନଦୀଗୁଡ଼ିକ ଫୁଲି ଉଠିବା ସହ ଅନେକ ସେତୁ ଭୁଶୁଡି ପଡିଛି । ବାଦଲ ଫଟା ବର୍ଷା ଯୋଗୁଁ ପ୍ରବଳ ବେଗରେ ପାଣି ବୋହିବାରୁ କେତେକ ଘର ମଧ୍ୟ ଭୁଷୁଡ଼ି ପଡ଼ିଛି । ସରକାର ସ୍ୱୀକାର କରିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ 23 ଜଣଙ୍କର ମୃତ୍ୟୁ ହୋଇଛି ।

|

ଦେହରାଡୁନ୍ : ଉତ୍ତରାଖଣ୍ଡରେ ମୌସୁମୀ ଶେଷ ବର୍ଷା ହଇଚଇ ସୃଷ୍ଟି କରିଛି । ପ୍ରବଳ ବର୍ଷା ମଧ୍ୟରେ ନଦୀଗୁଡ଼ିକ ଫୁଲି ଉଠିବା ସହ ଅନେକ ସେତୁ ଭୁଶୁଡି ପଡିଛି । ବାଦଲ ଫଟା ବର୍ଷା ଯୋଗୁଁ ପ୍ରବଳ ବେଗରେ ପାଣି ବୋହିବାରୁ କେତେକ ଘର ମଧ୍ୟ ଭୁଷୁଡ଼ି ପଡ଼ିଛି । ସରକାର ସ୍ୱୀକାର କରିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ 23 ଜଣଙ୍କର ମୃତ୍ୟୁ ହୋଇଛି ।

uttarakhand

ଅତ୍ୟଧିକ ବର୍ଷା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ବିବୃତ୍ତି ଆସିଛି । ପୁଷ୍କର ସିଂ ଧାମି କହିଛନ୍ତି ଯେ, ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ହେତୁ ସଙ୍କଟ ସମ୍ପର୍କରେ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀଙ୍କ ସହ କଥା ହେଲି । ରାଜ୍ୟରେ ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଇଛି ।

ଅତ୍ୟଧିକ ବର୍ଷା ଯୋଗୁଁ ହୋଇଥିବା ବିପର୍ଯ୍ୟୟର ମୁକାବିଲା ପାଇଁ ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ କହିଥିଲେ ଯେ ମୁଁ ସମସ୍ତ ଲୋକଙ୍କୁ ଅନୁରୋଧ କରୁଛି, ଭୟ କର ନାହିଁ । ଆମ ସରକାର ସମସ୍ତ ପ୍ରକାର ପ୍ରୟାସ କରୁଛନ୍ତି ଯାହା ଦ୍ୱାରା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସାହାଯ୍ୟ କରାଯାଇପାରିବ । ତେଣୁ ଭୟ କର ନାହିଁ । ମିଳିତ ଭାବେ ଆମେ ରାଜ୍ୟକୁ ଏହି କଠିନ ପରିସ୍ଥିତିରୁ ବାହାର କରିବା । ସେ କହିଥିଲେ ଯେ, ମୁଁ ସମସ୍ତଙ୍କୁ ଧୈର୍ଯ୍ୟବାନ ହେବାକୁ ଅନୁରୋଧ କରୁଛି । କୌଣସି ଉପାୟରେ ଭୟଭୀତ ହେବାର ଆବଶ୍ୟକତା ନାହିଁ ।

ଉଲ୍ଲେଖନୀୟ କଥା ହେଉଛି, ଅବସ୍ଥା ଖରାପ ହେବା କାରଣରୁ ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରା ବନ୍ଦ କରିବାକୁ ପଡିଛି । ପ୍ରାୟ 5 ହଜାର ଯାତ୍ରୀ ଫସି ରହିଥିବା କୁହାଯାଉଛି । ଆଜି BRO (ବର୍ଡର ରୋଡ୍ ଅର୍ଗାନାଇଜେସନ୍), SDRF ଏବଂ ପୋଲିସର ଟିମ୍ ଅନେକ ସ୍ଥାନରେ ଲୋକଙ୍କୁ ଉଦ୍ଧାର କରିବାରେ ନିୟୋଜିତ ଅଛନ୍ତି ।
ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଘର, ବ୍ରିଜ୍ ଇତ୍ୟାଦି କ୍ଷତିଗ୍ରସ୍ତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ ଏଠାରେ 16 ଜଣ ପ୍ରାଣ ହରାଇଛନ୍ତି । ଅନେକ ଜୀବନ ଏବେ ବି ବିପଦରେ ରହିଛି । ଉଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟରେ ତିନୋଟି ହେଲିକପ୍ଟର ନିୟୋଜିତ କରାଯିବ ବୋଲି ସେ କହିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Uttarakhand Rain : 23 People Dead, Rescue Operation Continues
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X