ଉତ୍ତରାଖଣ୍ଡରେ ବର୍ଷା ବିପାତ : ପ୍ରାଣ ହରାଇଲେଣି 40 ରୁ ଅଧିକ ଲୋକ, ଅନେକେ ନିଖୋଜ
ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ପରିବାରଙ୍କ ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପ୍ରତ୍ୟେକଙ୍କୁ 4 ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଥିବାବେଳେ ଭୂମିହୀନ ଲୋକଙ୍କୁ 1 ଲକ୍ଷ 9 ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି
ଦେହରାଡୁନ୍ : ଉତ୍ତରାଖଣ୍ଡରେ ବର୍ଷା ହଇଚଇ ସୃଷ୍ଟି କରିଛି । ପ୍ରବଳ ବର୍ଷା ମଧ୍ୟରେ ନଦୀଗୁଡ଼ିକ ଫୁଲି ଉଠିବା ସହ ଅନେକ ସେତୁ ଭୁଶୁଡି ପଡିଛି । ବାଦଲ ଫଟା ବର୍ଷା ଯୋଗୁଁ ରାସ୍ତା ଉପରେ ପାଣି ପ୍ରବାହିତ ହେବା ସହ ଅତଡ଼ା ଖସୁଛି ।

ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ 40 ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ନିଖୋଜ ଅଛନ୍ତି । ଏହି ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ପରିବାରଙ୍କ ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପ୍ରତ୍ୟେକଙ୍କୁ 4 ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଥିବାବେଳେ ଭୂମିହୀନ ଲୋକଙ୍କୁ 1 ଲକ୍ଷ 9 ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି ।
ଅତ୍ୟଧିକ ବର୍ଷା ଯୋଗୁଁ ହୋଇଥିବା ବିପର୍ଯ୍ୟୟର ମୁକାବିଲା ପାଇଁ ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ କହିଥିଲେ ଯେ ମୁଁ ସମସ୍ତ ଲୋକଙ୍କୁ ଅନୁରୋଧ କରୁଛି, ଭୟ କର ନାହିଁ । ଆମ ସରକାର ସମସ୍ତ ପ୍ରକାର ପ୍ରୟାସ କରୁଛନ୍ତି ଯାହା ଦ୍ୱରା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସାହାଯ୍ୟ କରାଯାଇପାରିବ । ତେଣୁ ଭୟ କର ନାହିଁ । ମିଳିତ ଭାବେ ଆମେ ରାଜ୍ୟକୁ ଏହି କଠିନ ପରିସ୍ଥିତିରୁ ବାହାର କରିବା ।
ଉଲ୍ଲେଖନୀୟ କଥା ହେଉଛି, ଅବସ୍ଥା ଖରାପ ହେବା କାରଣରୁ ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରା ବନ୍ଦ କରିବାକୁ ପଡିଛି । ପ୍ରାୟ 5 ହଜାର ଯାତ୍ରୀ ଫସି ରହିଥିବା କୁହାଯାଉଛି । BRO (ବର୍ଡର ରୋଡ୍ ଅର୍ଗାନାଇଜେସନ୍), SDRF ଏବଂ ପୋଲିସର ଟିମ୍ ଅନେକ ସ୍ଥାନରେ ଲୋକଙ୍କୁ ଉଦ୍ଧାର କରିବାରେ ନିୟୋଜିତ ଅଛନ୍ତି ।












Click it and Unblock the Notifications