ଉତ୍ତରାଖଣ୍ଡ ହିମସ୍ଖଳନ ଘଟଣା : ଆହୁରି 24 -48 ଘଣ୍ଟା ଲାଗି ପାରେ ଉଦ୍ଧାର କାର୍ଯ୍ୟ, NDRF
ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (ଏନଡିଆରଏଫ) ନିର୍ଦ୍ଦେଶକ ସୋମବାର ଉତ୍ତରାଖଣ୍ଡରେ ଉଦ୍ଧାର କାର୍ଯ୍ୟ ବିଷୟରେ ସୂଚନା ଦେଇଛନ୍ତି । ଚାମୋଲି ଜିଲ୍ଲାରେ ହିମସ୍ଖଳନ ଦୁର୍ଘଟଣାରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ଆହୁରି 24ରୁ 48 ଘଣ୍ଟା ଲାଗିପାରେ ।
ନୂଆଦିଲ୍ଲୀ : ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (ଏନଡିଆରଏଫ) ନିର୍ଦ୍ଦେଶକ ସୋମବାର ଉତ୍ତରାଖଣ୍ଡରେ ଉଦ୍ଧାର କାର୍ଯ୍ୟ ବିଷୟରେ ସୂଚନା ଦେଇଛନ୍ତି । ଚାମୋଲି ଜିଲ୍ଲାରେ ହିମସ୍ଖଳନ ଦୁର୍ଘଟଣାରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ଆହୁରି 24ରୁ 48 ଘଣ୍ଟା ଲାଗିପାରେ । ସେଠାରେ ଉଦ୍ଧାର କାର୍ଯ୍ୟରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଯାତାୟତ ସୁବିଧା ନଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି । ସଡ଼କ ପଥରେ ସେଠାକୁ ଯିବାକୁ ଅସୁବିଧା ହେଉଥିବାରୁ ମାତ୍ର ଦୁଇଟି ଦଳ ସେଠାରେ ସଡ଼କ ପଥରେ ପହଞ୍ଚି ପାରିଛନ୍ତି । ଅନ୍ୟ ଉଦ୍ଧାରକାରୀ ଦଳମାନଙ୍କୁ ଆକାଶ ପଥରେ ନେଇ ସେଠାରେ ପହଞ୍ଚାଯାଇଛି ବୋଲି କହିଛନ୍ତି ଏନଡିଆରଏଫ ନିର୍ଦ୍ଦେଶକ ।

2.5 କିଲୋମିଟର ଲମ୍ବା ଟନେଲରେ ଉଦ୍ଧାର କାର୍ଯ୍ୟ ଚାଲିଛି । ଏପର୍ଯ୍ୟନ୍ତ 27ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ଏହି ଦୁର୍ଘଠଣାରେ ମୃତ୍ୟୁ ସଂଖ୍ୟା 14କୁ ବୃଦ୍ଧି ପାଇଥିବା ବେଳେ 153ଜଣ ନିଖୋଜ ଅଛନ୍ତି । ଏହା ସହିତ 40ରୁ 50 ଜଣଟନେଲ ଭିତରେ ଫସିରହିଥିବା କୁହାଯାଉଛି ।
ଜିଲ୍ଲା ମାଜିଷ୍ଟ୍ରେଟ୍ ସ୍ୱାତି ଭଦୋରିଆ କହିଛନ୍ତି ଯେ, ଏନଡିଆରଏଫ୍ ଟିମ୍ ସହଯୋଗରେ ଉଦ୍ଧାର କାର୍ଯ୍ୟ ଚାଲିଛି । ସେତୁ ଭାଙ୍ଗିବା କାରଣରୁ ପ୍ରଭାବିତ ଗ୍ରାମରେ ମଧ୍ୟ ଉଦ୍ଧାରକାରୀ ଦଳ ପହଞ୍ଚିବେ । ଭଦୋରିଆ କହିଛନ୍ତି ଯେ ସେତୁ ଭାଙ୍ଗିବା କାରଣରୁ ପ୍ରଭାବିତ ହୋଇଥିବା 13 ଟି ଗାଁ ପାଇଁ ଆମେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛୁ ଏବଂ ସେମାନଙ୍କୁ ଖାଦ୍ୟ ଏବଂ ଚିକିତ୍ସା ସହାୟତା ଯୋଗାଇ ଦିଆୟାଉଛି ।
170 ରୁ ଅଧିକ ଶ୍ରମିକ ନିଖୋଜ ଥିବାବେଳେ ମୋଟ 14 ଟି ମୃତଦେହ ଉଦ୍ଧାର କରାଯାଇଛି । ଏନଟିପିସି ପ୍ଲାଣ୍ଟରେ 148 ଜଣ ଏବଂ ଋଷିଗଙ୍ଗା ଠାରେ କାର୍ଯ୍ୟ କରୁଥିବା 22 ଜଣ ନିଖୋଜ ଥିବା ନେଇ ପ୍ରକଳ୍ପ ମୁଖପାତ୍ର ସୂଚନା ଦେଇଛନ୍ତି ।
ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ମୃତକଙ୍କ ପରିବାରକୁ 4 ଲକ୍ଷ କ୍ଷତିପୂରଣ ଘୋଷଣା କରିଛନ୍ତି । ରାୱତ ଏହା ମଧ୍ୟ କହିଛନ୍ତି ଯେ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ସ୍ଥାନରେ ଶ୍ରମିକଙ୍କ ଜୀବନ ବଞ୍ଚାଇବା ପାଇଁ ପୋଲିସ, ସେନା ଏବଂ ଆଇଟିବିପି ଦଳ ତଥା ଜାତୀୟ ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀର ଦଳମାନେ ଯଥାସମ୍ଭବ ଉଦ୍ୟମ କରୁଛନ୍ତି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications