For Quick Alerts
Turn On Notification  
For Daily Alerts
Oneindia App Download

ଚିନ୍ତା ବଢାଉଛି ମଙ୍କିପକ୍ସ ଭାଇରସ, ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ

ଏପର୍ଯ୍ୟନ୍ତ ୟୁକେ, ୟୁଏସ୍, ୟୁରୋପ, କାନାଡା ଏବଂ ଅଷ୍ଟ୍ରେଲିଆରେ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାର ସଂକ୍ରମଣ ଆଶଙ୍କାକୁ ଆଖି ଆଗରେ ରଖି ଉତ୍ତର ପ୍ରଦେଶ ସରକାର ଆଲର୍ଟ ଜାରି କରିଛନ୍ତି ।

|

ଉତ୍ତରପ୍ରଦେଶ : କରୋନା ଭାଇରସର ଆତଙ୍କ କମି ନ ଥିବା ବେଳେ ବର୍ତ୍ତମାନ ସାରା ବିଶ୍ୱରେ ମଙ୍କିପକ୍ସ ଭାଇରସ ଚିନ୍ତା ବଢାଇଛି । କେତେକ ଦେଶରେ ମଙ୍କିପକ୍ସ ଭାଇରସର ପ୍ରକୋପ ଦେଖିବାକୁ ମିଳିଛି । ଏପର୍ଯ୍ୟନ୍ତ ୟୁକେ, ୟୁଏସ୍, ୟୁରୋପ, କାନାଡା ଏବଂ ଅଷ୍ଟ୍ରେଲିଆରେ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାର ସଂକ୍ରମଣ ଆଶଙ୍କାକୁ ଆଖି ଆଗରେ ରଖି ଉତ୍ତର ପ୍ରଦେଶ ସରକାର ଆଲର୍ଟ ଜାରି କରିଛନ୍ତି । ବିଦେଶରୁ ଫେରିଥିବା ଲୋକଙ୍କ ଉପରେ ନଜର ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ୟୁପି ସରକାର ସଂପୃକ୍ତ ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦେଇସାରିଛନ୍ତି ।

monkeypox

ସଂକ୍ରାମକ ରୋଗ ନିର୍ଦ୍ଦେଶକ କହିଛନ୍ତି ଯେ, ଯେଉଁମାନଙ୍କଠାରେ ଦାଗ ଦେଖାଦେଉଛି ସେମାନଙ୍କ ଉପରେ କଡା ନଜର ରଖିବାକୁ ପଡିବ । ବିଶେଷକରି ମଙ୍କିପକ୍ ଭାଇରସ ଚିହ୍ନଟ ହୋଇଥିବା ଦେଶରୁ ଫେରୁଥିବା ଲୋକଙ୍କ ଉପରେ ବିଶେଷ ଧ୍ୟାନ ଦେବା ନେଇ ନିର୍ଦ୍ଦେଶ ଦିଆଯାଇଛି ।

ଏହାକୁ ନେଇ ଗୁରୁବାର ସନ୍ଧ୍ୟାରେ ଏକ ନିର୍ଦ୍ଦେଶନାମା ଜାରି ହୋଇଛି । ଅନ୍ତର୍ଜାତୀୟ ଯାତ୍ରା କରି ଅନ୍ୟ ରାଜ୍ୟରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ମଧ୍ୟ ଧ୍ୟାନ ଦିଆଯିବ । ସରକାର ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ଏସଓପି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ମଙ୍କିପକ୍ସ ସନ୍ଦିଗ୍ଧ ରୋଗୀଙ୍କୁ ସେପର୍ଯ୍ୟନ୍ତ ଆଇସୋଲେସନରେ ରହିବା ଜରୁରୀ ଯେପର୍ଯ୍ୟନ୍ତ ଦାଗ ଥିବା ସ୍ଥାନରେ ନୂଆ ଚର୍ମ ଆସିନାହିଁ କିମ୍ବା ଡାକ୍ତର ଆଇସୋଲେସନ ଶେଷ କରିବାକୁ ପରାମର୍ଶ ଦେଇନାହାନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Uttar Pradesh State Government Issues Alert To keep Eye On Foreign Returnee Over Monkey pox Virus
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X