ଚିନ୍ତା ବଢାଉଛି ମଙ୍କିପକ୍ସ ଭାଇରସ, ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ
ଏପର୍ଯ୍ୟନ୍ତ ୟୁକେ, ୟୁଏସ୍, ୟୁରୋପ, କାନାଡା ଏବଂ ଅଷ୍ଟ୍ରେଲିଆରେ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାର ସଂକ୍ରମଣ ଆଶଙ୍କାକୁ ଆଖି ଆଗରେ ରଖି ଉତ୍ତର ପ୍ରଦେଶ ସରକାର ଆଲର୍ଟ ଜାରି କରିଛନ୍ତି ।
ଉତ୍ତରପ୍ରଦେଶ : କରୋନା ଭାଇରସର ଆତଙ୍କ କମି ନ ଥିବା ବେଳେ ବର୍ତ୍ତମାନ ସାରା ବିଶ୍ୱରେ ମଙ୍କିପକ୍ସ ଭାଇରସ ଚିନ୍ତା ବଢାଇଛି । କେତେକ ଦେଶରେ ମଙ୍କିପକ୍ସ ଭାଇରସର ପ୍ରକୋପ ଦେଖିବାକୁ ମିଳିଛି । ଏପର୍ଯ୍ୟନ୍ତ ୟୁକେ, ୟୁଏସ୍, ୟୁରୋପ, କାନାଡା ଏବଂ ଅଷ୍ଟ୍ରେଲିଆରେ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାର ସଂକ୍ରମଣ ଆଶଙ୍କାକୁ ଆଖି ଆଗରେ ରଖି ଉତ୍ତର ପ୍ରଦେଶ ସରକାର ଆଲର୍ଟ ଜାରି କରିଛନ୍ତି । ବିଦେଶରୁ ଫେରିଥିବା ଲୋକଙ୍କ ଉପରେ ନଜର ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ୟୁପି ସରକାର ସଂପୃକ୍ତ ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦେଇସାରିଛନ୍ତି ।

ସଂକ୍ରାମକ ରୋଗ ନିର୍ଦ୍ଦେଶକ କହିଛନ୍ତି ଯେ, ଯେଉଁମାନଙ୍କଠାରେ ଦାଗ ଦେଖାଦେଉଛି ସେମାନଙ୍କ ଉପରେ କଡା ନଜର ରଖିବାକୁ ପଡିବ । ବିଶେଷକରି ମଙ୍କିପକ୍ ଭାଇରସ ଚିହ୍ନଟ ହୋଇଥିବା ଦେଶରୁ ଫେରୁଥିବା ଲୋକଙ୍କ ଉପରେ ବିଶେଷ ଧ୍ୟାନ ଦେବା ନେଇ ନିର୍ଦ୍ଦେଶ ଦିଆଯାଇଛି ।
ଏହାକୁ ନେଇ ଗୁରୁବାର ସନ୍ଧ୍ୟାରେ ଏକ ନିର୍ଦ୍ଦେଶନାମା ଜାରି ହୋଇଛି । ଅନ୍ତର୍ଜାତୀୟ ଯାତ୍ରା କରି ଅନ୍ୟ ରାଜ୍ୟରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ମଧ୍ୟ ଧ୍ୟାନ ଦିଆଯିବ । ସରକାର ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ଏସଓପି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ମଙ୍କିପକ୍ସ ସନ୍ଦିଗ୍ଧ ରୋଗୀଙ୍କୁ ସେପର୍ଯ୍ୟନ୍ତ ଆଇସୋଲେସନରେ ରହିବା ଜରୁରୀ ଯେପର୍ଯ୍ୟନ୍ତ ଦାଗ ଥିବା ସ୍ଥାନରେ ନୂଆ ଚର୍ମ ଆସିନାହିଁ କିମ୍ବା ଡାକ୍ତର ଆଇସୋଲେସନ ଶେଷ କରିବାକୁ ପରାମର୍ଶ ଦେଇନାହାନ୍ତି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications