ବିନା ଛୁଟିରେ ବିଦେଶ ବୁଲୁଥିଲେ ଆପିଏସ୍ ଅଧିକାରୀ, ପୁରା ଛୁଟି କରିଦେଲେ ଯୋଗୀ
ଯୋଗୀ ସରକାର ବୁଧବାର ଦିନ ଆଇପିଏସ୍ ଅଧିକାରୀ ଅଳଙ୍କୃତା ସିଂହଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଡ୍ୟୁଟି ଅବହେଳା ପାଇଁ ସିଏମ ଯୋଗୀ ଅଳଙ୍କୃତା ସିଂହଙ୍କୁ ନିଲମ୍ବିତ କରିଛନ୍ତି ।
ଲକ୍ଷ୍ନୌ : ଉତ୍ତରପ୍ରଦେଶର ଯୋଗୀ ସରକାର ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏହି କ୍ରମରେ ଯୋଗୀ ସରକାର ବୁଧବାର ଦିନ ଆଇପିଏସ୍ ଅଧିକାରୀ ଅଳଙ୍କୃତା ସିଂହଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଡ୍ୟୁଟି ଅବହେଳା ପାଇଁ ସିଏମ ଯୋଗୀ ଅଳଙ୍କୃତା ସିଂହଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବନ ସମୟରେ ସେ ପୋଲିସ ମୁଖ୍ୟାଳୟର ମହାନିର୍ଦ୍ଦେଶକ ସହିତ ସଂଲଗ୍ନ ହେବେ ।

ଅଳଙ୍କୃତା ସିଂହ 2008 ବ୍ୟାଚ୍ ଆଇପିଏସ୍ ଅଧିକାରୀ । ଗତ ବର୍ଷ ଅକ୍ଟୋବର 20 ତାରିଖରୁ ସେ କୌଣସି ଅଫିସିଆଲ ନୋଟିସ ବିନା ତାଙ୍କ ଅଫିସରେ ଅନୁପସ୍ଥିତ ଅଛନ୍ତି । ଅଳଙ୍କୃତା ସିଂହ ମହିଳା ଏବଂ ଶିଶୁ ସୁରକ୍ଷା ସଂଗଠନ (1090)ର ଏସପି ଭାବରେ ନିଯୋଜିତ ହୋଇଥିଲେ । ଯୋଗୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଦ୍ୱିତୀୟ ଆଇପିଏସ୍ ଅଧିକାରୀଙ୍କ ନିଲମ୍ବନ ନେଇ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି । ଏହାପୂର୍ବରୁ ଅପରାଧ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଗାଜିଆବାଦ ଏସଏସପି ପୱନ କୁମାରଙ୍କୁ ମାର୍ଚ୍ଚ 31 ରେ ନିଲମ୍ବିତ କରାଯାଇଥିଲା ।

ୟୁପି ସରକାରଙ୍କ କହିବାନୁସାରେ, ଅଳଙ୍କୃତା ସରକାରୀ ଅନୁମତି ବିନା ଛୁଟିରେ ଥିଲେ । ରାଜ୍ୟ ସରକାର ଦେଇଥିବା ଚିଠି ଅନୁଯାୟୀ ଅଳଙ୍କୃତା ସିଂହ ଡ୍ୟୁଟିରେ ଅନୁପସ୍ଥିତ ଥିଲେ ଏବଂ ସରକାରଙ୍କ ବିନା ଅନୁମତିରେ ବିଦେଶ ଯାଇଥିଲେ । ତାଙ୍କର ଅବହେଳାକୁ ଦୃଷ୍ଟିରେ ରଖି ଅଲ ଇଣ୍ଡିଆ ସର୍ଭିସେସ୍ (ଅନୁଶାସନ ଏବଂ ଅପିଲ୍) ନିୟମାବଳୀ - 1969 ର ନିୟମ 3 ଅନୁଯାୟୀ ଦିଆଯାଇଥିବା କ୍ଷମତାର ପ୍ରୟୋଗରେ ପ୍ରଶାସନ ତାଙ୍କୁ ନିଲମ୍ବିତ କରିଛି ।
ଉତ୍ତରପ୍ରଦେଶ ସରକାରଙ୍କ କହିବାନୁସାରେ, ଗତ ବର୍ଷ ଅକ୍ଟୋବରରୁ ଆଇପିଏସ୍ ଅଧିକାରୀ ଅଳଙ୍କୃତା ଅନୁପସ୍ଥିତ ଥିଲେ । ଅକ୍ଟୋବର 19, 2021 ରେ ସେ ମହିଳା ଏବଂ ଶିଶୁ ସୁରକ୍ଷା ସଂଗଠନର ADG ଙ୍କୁ ହ୍ୱାଟସଆପ୍ ରେ କଲ୍ କରି ଲଣ୍ଡନରେ ଥିବା ସୂଚନା ଦେଇଥିଲେ । ତା'ପରେ, ସେ ଅକ୍ଟୋବର 20 ଠାରୁ କ୍ରମାଗତ ଭାବରେ ଅନୁପସ୍ଥିତ ଥିଲେ ।












Click it and Unblock the Notifications