Get Updates
Get notified of breaking news, exclusive insights, and must-see stories!

‘The Kerala Story' କୁ ଟ୍ୟାକ୍ସ ଫ୍ରୀ କଲେ ଯୋଗୀ ସରକାର

the kerala story

ଲକ୍ଷ୍ନୌ : ବିବାଦ ମଧ୍ୟରେ ରିଲିଜ୍ ହୋଇଥିବା ଫିଲ୍ମ 'The Kerala Story' କୁ ନେଇ ଆରମ୍ଭ ହୋଇଛି ରାଜନୀତି । ମଧ୍ୟପ୍ରଦେଶ ପରେ ବର୍ତ୍ତମାନ ଉତ୍ତର ପ୍ରଦେଶ ସରକରା ଏହାକୁ ଟ୍ୟାକ୍ସ ଫ୍ରୀ ଘୋଷଣା କରିଛନ୍ତି । ଏହା ସହିତ ଯୋଗୀ ସରକାରଙ୍କ ପୁରା କ୍ୟାବିନେଟ୍ ସହ ଏହି ଫିଲ୍ମ ଦେଖିବେ ବୋଲି କୁହାଯାଇଛି ।

କୁହାଯାଉଛି ଯେ ୟୁପି ମ୍ୟୁନିସିପାଲିଟି ନିର୍ବାଚନ ସମାପ୍ତ ହେବା ପରେ ସିଏମ ଯୋଗୀ ଆଦିତ୍ୟନାଥ ସମଗ୍ର କ୍ୟାବିନେଟ ସହିତ 'କେରଳ କାହାଣୀ' ଦେଖିବେ । ଅପରପକ୍ଷରେ ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ଫିଲ୍ମ 'ଦ କେରଳ ଷ୍ଟୋରୀ' ର ଟ୍ରେଲର ଲଞ୍ଚ ହେବା ଦିନଠାରୁ ବିବାଦରେ ଛନ୍ଦି ହୋଇ ରହିଥିଲା । ରିଲିଜ ହେବା ଦିନଠାରୁ ଏହା କ୍ରମାଗତ ହେଡଲାଇନରେ ରହିଆସିଛି । ଏହି ଚଳଚ୍ଚିତ୍ର ବିଷୟରେ ଖରାପ ପ୍ରଚାର ମଧ୍ୟ କେତେକ ରାଜ୍ୟରେ ଚାଲିଛି । ଏସବୁ ସତ୍ତ୍ୱେ ଫିଲ୍ମ ବକ୍ସ ଅଫିସରେ ଭଲ ରୋଜଗାର କରୁଛି ।

ଟ୍ରେଲର ରିଲିଜ ପରେ କେରଳ ଫିଲ୍ମର କାହାଣୀକୁ ନେଇ ବିବାଦ ହୋଇଥିଲା । କେରଳରେ 32 ହଜାର ମହିଳା ଲଭ୍‌ ଜିହାଦର ଶିକାର ହୋଇ ଇସଲାମ ଧର୍ମ ଗ୍ରହଣ କରିଛନ୍ତି ଏବଂ ଅନେକଙ୍କୁ ଆଇଏସ୍ ଶାସିତ ସିରିଆକୁ ନିଆଯାଇଛି ବୋଲି ଫିଲ୍ମର ଟ୍ରେଲରରେ ଦେଖିବାକୁ ମିଳିବାପରେ ଏହାକୁ ନେଇ ବିବାଦ ବଢ଼ିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+