ଧର୍ମ ରୂପାନ୍ତର ମାମଲା : ଦୋଷୀଙ୍କ ଉପରେ NSA ଲାଗୁ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ, ଜବତ ହେବ ସମ୍ପତ୍ତି
ରାଜ୍ୟ ମୁଖ୍ୟ ଯୋଗୀ ଆଦିତ୍ୟନାଥ ଏହି ଅନୁସନ୍ଧାନକାରୀ ସଂସ୍ଥାକୁ ଧର୍ମ ରୂପାନ୍ତର ମାମଲାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କ ବିରୋଧରେ ଜାତୀୟ ସୁରକ୍ଷା ଅଧିନିୟମ (ଏନଏସଏ) ଅଧୀନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି
ଲକ୍ଷ୍ନୌ : ଉତ୍ତରପ୍ରଦେଶର ନୋଏଡା ଜିଲ୍ଲାରେ ଧର୍ମ ପରିବର୍ତ୍ତନ ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟର ଯୋଗୀ ଆଦିତ୍ୟନାଥ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ରାଜ୍ୟ ମୁଖ୍ୟ ଯୋଗୀ ଆଦିତ୍ୟନାଥ ଏହି ଅନୁସନ୍ଧାନକାରୀ ସଂସ୍ଥାକୁ ଧର୍ମ ରୂପାନ୍ତର ମାମଲାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ଏତିକି ନୁହେଁ, ଯେଉଁମାନେ ଏହି ମାମଲାରେ ଜଡିତ ଅଛନ୍ତି ସେମାନଙ୍କ ବିରୋଧରେ ଜାତୀୟ ସୁରକ୍ଷା ଅଧିନିୟମ (ଏନଏସଏ) ଅଧୀନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କ ସମ୍ପତ୍ତି ମଧ୍ୟ ଜବତ କରାଯିବା ଉଚିତ୍ ବୋଲି ସେ କହିଛନ୍ତି ।

ଦିଲ୍ଲୀ ନିକଟସ୍ଥ ଉତ୍ତର ପ୍ରଦେଶର ନୋଏଡା ଠାରେ ଧର୍ମ ପରିବର୍ତ୍ତନ କରାଉଥିବା ଅଭିଯୋଗରେ ଏଟିଏସ୍ ଦୁଇ ଜଣ ମୌଲାନାଙ୍କୁ ଗିରଫ କରିଛି । ଏମାନେ ହେଉଛନ୍ତି ମହମ୍ମଦ ଉମର ଗୌତମ ଏବଂ ମୁଫତି କାଜୀ ଜାହାଙ୍ଗୀର କାସମି । ବିଶେଷ କଥା ହେଉଛି ଉମର ଗୌତମ ନିଜେ ପ୍ରାୟ 35 ବର୍ଷ ପୂର୍ବେ ହିନ୍ଦୁ ଧର୍ମ ଛାଡି 20 ବର୍ଷ ବୟସରେ ଇସଲାମ ଧର୍ମ ଗ୍ରହଣ କରିଥିଲେ । ସେବେଠାରୁ ସେ ଦିଲ୍ଲୀର ଜାମିଆ ନଗର ଅଞ୍ଚଳରେ ଇସଲାମିକ ଡାୱା ସେଣ୍ଟର ଚଳାଉଥିଲେ । ଉତ୍ତରପ୍ରଦେଶ ଏଡିଜି ପ୍ରଶାନ୍ତ କୁମାର ନିଶ୍ଚିତ କରିଛନ୍ତି ଯେ ଗୌତମ ଇସଲାମ ଧର୍ମ ଗ୍ରହଣ କରିଛନ୍ତି । ଗିରଫ ପରେ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ଧର୍ମ ରୂପାନ୍ତରର ଏହି କାର୍ଯ୍ୟ ଜାତୀୟ ବିରୋଧୀ, ଅସାମାଜିକ ବିରୋଧୀ ଉପାଦାନ, ଧାର୍ମିକ ସଂଗଠନ କିମ୍ବା ସିଣ୍ଡିକେଟ୍, ଆଇଏସ୍ଆଇ ଏବଂ ବିଦେଶୀ ସଂଗଠନର ନିର୍ଦ୍ଦେଶ ଏବଂ ଅର୍ଥ ମାଧ୍ୟମରେ ଆୟୋଜିତ ହେଉଛି ।
ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶାନ୍ତ କୁମାର କହିଛନ୍ତି ଯେ, ଉଭୟ ଉମର ଗୌତମ ଏବଂ ମୁଫତି କାଜୀ ଜାହାଙ୍ଗୀର କାସମି ଦିଲ୍ଲୀର ଜାମିଆ ନଗରର ବାସିନ୍ଦା । ଉଭୟଙ୍କ ଉପରେ ଉତ୍ତର ପ୍ରଦେଶ ଏବଂ ଅନ୍ୟ ରାଜ୍ୟରେ ମଧ୍ୟ ଧର୍ମ ପରିବର୍ତ୍ତନ କରାଇଥିବା ନେଇ ଅଭିଯୋଗ ରହିଛି । ଏମାନେ ଗରିବ ହିନ୍ଦୁମାନଙ୍କୁ ଟାର୍ଗେଟ କରୁଥିଲେ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ହଜାରରୁ ଅଧିକ ହିନ୍ଦୁଙ୍କୁ ଧର୍ମ ପରିବର୍ତ୍ତନ କରାଇଛନ୍ତି । ଏହି ଉଭୟ ମୌଲାନା ବିଶେଷତଃ ବଧିର ଏବଂ ମୁକ ମହିଳାଙ୍କ ଧର୍ମପରିବର୍ତ୍ତନ କରାଉଥିଲେ । ଏନେଇ ଦୁହେଁ ଅଫିସ୍ ଖୋଲିଛନ୍ତି ବୋଲି ପ୍ରଶାନ୍ତ କୁମାର କହିଛନ୍ତି । ତାଙ୍କ କାର୍ଯ୍ୟାଳୟର ନାମ ହେଉଛି Islamic Dawah Center ଏବଂ ଠିକଣା ହେଉଛି C 2, ଜୋଗାବାଇ ଏକ୍ସଟେନ୍ସନ୍, ଜାମିଆ ନଗର, ନୂଆଦିଲ୍ଲୀ । ଏହି ଲୋକମାନେ ବେଆଇନ ଭାବରେ ଧର୍ମ ରୂପାନ୍ତର ଏବଂ ବିବାହ ପ୍ରମାଣପତ୍ର ପ୍ରସ୍ତୁତ କରୁଥିଲେ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି ।
ଅନୁସନ୍ଧାନରେ ପୋଲିସ ଜାଣିବାକୁ ପାଇଛି ଯେ ଏମାନେ ନୋଏଡା ବଧିର ସୋସାଇଟି, ନୋଏଡା ସେଣ୍ଟର, ସେକ୍ଟର 117 ରେ ବଧିର ଏବଂ ମୁକଙ୍କ ପାଇଁ ଥିବା ଆବାସିକ ବିଦ୍ୟାଳୟ ଏବଂ ଅନ୍ୟାନ୍ୟ ବିଦ୍ୟାଳୟ ଗରିବ ଛାତ୍ରମାନଙ୍କୁ ଚାକିରୀ, ବିବାହ ଏବଂ ଟଙ୍କା ଭଳି ଜିନିଷ ଦେଇ ପ୍ରଲୋଭନ ଦେଖାଇ ଧର୍ମାନ୍ତରଣ କରାଇଥାନ୍ତି । ଏନେଇ ସେମାନଙ୍କ ବାପା-ମାଙ୍କୁ କୌଣସି ସୂଚନା ଦିଆଯାଏନାହିଁ ।
-
ଭାରତରେ ବଢ଼ିଲା ପେଟ୍ରୋଲ ଦାମ୍, ଆଜିଠାରୁ ପ୍ରତି ଲିଟର ପିଛା... -
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଏମ୍ଏସ୍ ଧୋନିଙ୍କ ନାଁରେ ଥିବା କ୍ରିକେଟ ଷ୍ଟାଡିୟମ ସିଲ୍












Click it and Unblock the Notifications