ଚାରି ବର୍ଷ କାର୍ଯ୍ୟକାଳ ପୂର୍ତ୍ତି ନେଇ ଯୋଗୀଙ୍କ ବୟାନ, 'ଏକ ଟ୍ରିଲିୟନ୍ ଅର୍ଥନୀତି ଆଡକୁ ଦ୍ରୁତ ଗତିରେ ଯାଉଛି ରାଜ୍ୟ'
ଚାରି ବର୍ଷରେ ରାଜ୍ୟର ଅଗ୍ରଗତି ସମ୍ପର୍କରେ ସେ କହିଛନ୍ତି, 2015-16 ମସିହାରେ ମୁଣ୍ଡପିଛା ଆୟ 47ହଜାର 116 ଟଙ୍କା ଥିଲା, ଯାହା ବର୍ତ୍ତମାନ ବାର୍ଷିକ 94 ହଜାର 495 ଟଙ୍କାକୁ ବୃଦ୍ଧି ପାଇଛି । ଏହା ବ୍ୟତୀତ 40 ଲକ୍ଷରୁ ଅଧିକ ପରିବାର ଗୃହ ପାଇଛନ୍ତି ।
ଲକ୍ଷ୍ନୌ : ଯୋଗୀ ଆଦିତ୍ୟନାଥ 19 ମାର୍ଚ୍ଚ 2017 ରେ ଦେଶର ବୃହତ୍ତମ ରାଜ୍ୟ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ଏଭଳି ପରିସ୍ଥିତିରେ ତାଙ୍କର କାର୍ଯ୍ୟକାଳକୁ ଆଜି ଚାରି ବର୍ଷ ପୁରିଛି । ଏଥିମଧ୍ୟରେ ଆଉ କିଛି ଦିନ ପରେ ଲକଡାଉନକୁ ମଧ୍ୟ ଏକ ବର୍ଷ ପୁରିବାକୁ ଯାଉଛି । ଏହି ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କର ଚାରି ବର୍ଷର ଅଭିଯାନ ସମ୍ପର୍କରେ ଅଭିଜ୍ଞତା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଜନତା କର୍ଫ୍ୟୁ ଦିନ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହୋଇଥିବା ସମୟ ଭଲ ଭାବେ ମନେ ଅଛି । ବହୁଳ ଜନସଂଖ୍ୟା ଏବଂ ଖରାପ ସ୍ୱାସ୍ଥ୍ୟ ସୁବିଧା ସହିତ ଉତ୍ତରପ୍ରଦେଶ ଭଳି ଏକ ବିଶାଳ ରାଜ୍ୟ ଏହି ମହାମାରୀକୁ କିପରି ମୁକାବିଲା କରିବେ ସେଥିପାଇଁ ସେମାନେ ଚିନ୍ତିତ ଥିଲେ । ଏହା ଉପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଉତ୍ତରପ୍ରଦେଶ କରୋନା ଭାଇରସକୁ ରୋକିବା ଏବଂ ମୁକାବିଲା ପାଇଁ ଯଥାସମ୍ଭବ ଚେଷ୍ଟା କରିବ ।

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଅନୁଯାୟୀ ସେମାନେ ଦୁଇଟି ଦଳ ଗଠନ କରିଥିଲେ । ଗୋଟିଏରେ ମନ୍ତ୍ରୀ ପରିଷଦର ସଦସ୍ୟ ଥିବାବେଳେ ଅନ୍ୟଟି ଅଧିକାରୀଙ୍କ ଏକ ଟିମ୍ ରହିଥିଲା । ଫଳରେ ଆବଶ୍ୟକ ହେଲେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ଏଥିସହିତ ଅନ୍ୟ ରାଜ୍ୟରେ ଫସି ରହିଥିବା ଉତ୍ତରପ୍ରଦେଶର ଲୋକଙ୍କ ଉପରେ ମଧ୍ୟ ପ୍ରଶାସନ ତୀକ୍ଷ୍ଣ ନଜର ରଖିଥିଲା । ଏହି କାରଣରୁ, ଆଜି ଏହି ବିଶ୍ୱ ମହାମାରୀ ସମୟରେ ଉତ୍ତରପ୍ରଦେଶ ଏକଜୁଟ ହୋଇ ରହିଥିବାର ଦର୍ଶାଇ ସେ ବହୁତ ସନ୍ତୁଷ୍ଟ ଥିବା କହିଛନ୍ତି ।
ଏହା ବ୍ୟତୀତ ଚାରି ବର୍ଷରେ ରାଜ୍ୟର ଅଗ୍ରଗତି ସମ୍ପର୍କରେ ସେ କହିଛନ୍ତି, 2015-16 ମସିହାରେ ମୁଣ୍ଡପିଛା ଆୟ 47ହଜାର 116 ଟଙ୍କା ଥିଲା, ଯାହା ବର୍ତ୍ତମାନ ବାର୍ଷିକ 94 ହଜାର 495 ଟଙ୍କାକୁ ବୃଦ୍ଧି ପାଇଛି । ଏହା ବ୍ୟତୀତ 40 ଲକ୍ଷରୁ ଅଧିକ ପରିବାର ଗୃହ ପାଇଛନ୍ତି ଏବଂ ଏହି ଚାରି ବର୍ଷରେ 1କୋଟି 4ଲକ୍ଷ ଲୋକ ବିଦ୍ୟୁତ୍ ସଂଯୋଗ ପାଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ ପାଞ୍ଚଟି ଏକ୍ସପ୍ରେସୱେ ଦ୍ରୁତ ଗତିରେ ପ୍ରସ୍ତୁତ ହେଉଥିବାବେଳେ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଡିଫେଣ୍ଡ କରିଡର କାର୍ଯ୍ୟ କରୁଛି । ଏହି ପରିବର୍ତ୍ତନଶୀଳ ପରିବେଶ ହେତୁ, ଉତ୍ତରପ୍ରଦେଶ ଆଜି ନିବେଶକଙ୍କ ପ୍ରଥମ ପସନ୍ଦ ହୋଇପାରିଛି । କେବଳ ଚାରି ବର୍ଷ ମଧ୍ୟରେ ଇଜ୍ ଅଫ୍ ଡୁଇଙ୍ଗ୍ ବିଜିନେସ୍ ର ଜାତୀୟ ମାନ୍ୟତାରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିବା କୌଣସି ସହଜ କଥା ନୁହେଁ, କିନ୍ତୁ ବିଜେପି ସରକାର ଏହା କରିଛନ୍ତି । ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମନିର୍ଭରଶୀଳ ଭାରତ ଏବଂ ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥନୀତି ବିଷୟରେ ସ୍ୱପ୍ନ ଦେଖିଛନ୍ତି । ଏହି ସ୍ୱପ୍ନକୁ ସାକାର କରିବାରେ ଉତ୍ତରପ୍ରଦେଶ ସମର୍ଥନ କରିବ । ଆମେ ବର୍ତ୍ତମାନ ଏକ ଟ୍ରିଲିୟନ ଡଲାର ଅର୍ଥନୀତି ହେବାଦିଗରେ ଅଗ୍ରସର କରୁଛୁ । ଆଗାମୀ ଦିନରେ, ଆମେ ମୋଟ ରାଜ୍ୟ ଘରୋଇ ଉତ୍ପାଦ (GSDP) ଦୃଷ୍ଟିରୁ ଏକ ନମ୍ବର ହେବାକୁ ଲକ୍ଷ୍ୟ ରଖିଛୁ ବୋଲି କହିଛନ୍ତି ଯୋଗୀ ଆଦିତ୍ୟନାଥ ।
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନତି, ରୋଜଗାର ସୃଷ୍ଟି ପାଇଁ ODOP ଏବଂ MSME ଆମର ଅଭିବୃଦ୍ଧି ଇଞ୍ଜିନ ହେବ । କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ଆମର ମୂଳ ଲକ୍ଷ୍ୟ । ଆମେ ସେମାନଙ୍କୁ ସମସ୍ତ ବୈଷୟିକ ସହାୟତା ବିସ୍ତାର କରିବୁ ଏବଂ ସେମାନଙ୍କ ମଧ୍ୟରେ ବିବିଧତା ଆଣିବାରେ ସାହାଯ୍ୟ କରିବୁ । ସେ ଶେଷରେ କହିଥିଲେ ଯେ ମୋ ପାଇଁ ଚାରି ବର୍ଷର କାର୍ଯ୍ୟକାଳ ସନ୍ତୋଷରେ ପରିପୂର୍ଣ୍ଣ । ଆମେ ସଚ୍ଚୋଟତା ଏବଂ ଅଖଣ୍ଡତା ସହିତ କାର୍ଯ୍ୟ ଜାରି ରଖିବା ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications