ଗ୍ରୀନଲ୍ୟାଣ୍ଡକୁ ନିୟନ୍ତ୍ରଣ କରିବାକୁ ବଳ ପ୍ରୟୋଗ କରିବ ନାହିଁ ଆମେରିକା, ଟାରିଫ ଘୋଷଣାକୁ ବାତିଲ କଲେ ଟ୍ରମ୍ପ
ଗ୍ରୀନଲ୍ୟାଣ୍ଡ ପ୍ରସଙ୍ଗରେ ନରମିଲା ଆମେରିକା। ପଛକୁ ଘୁଞ୍ଚିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଗ୍ରୀନଲ୍ୟାଣ୍ଡର ନିୟନ୍ତ୍ରଣ କରିବାକୁ ବଳ ପ୍ରୟୋଗ କରିବେ ନାହିଁ ବୋଲି କହିଛନ୍ତି ଟ୍ରମ୍ପ। କିନ୍ତୁ ୱାଶିଂଟନକୁ ଆର୍କଟିକ ଦ୍ୱୀପର ମାଲିକାନା ଦେବା ପାଇଁ ତାଙ୍କର ଦାବିକୁ ପୁନରାବୃତ୍ତି କରିଛନ୍ତି।ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମକୁ ସମ୍ବୋଧିତ କରି ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ସେ ଗ୍ରୀନଲ୍ୟାଣ୍ଡର ଅଧିଗ୍ରହଣ ବିଷୟରେ ତୁରନ୍ତ ଆଲୋଚନା କରିବାକୁ ଚାହୁଁଛନ୍ତି। ଗ୍ରୀନଲ୍ୟାଣ୍ଡ ହେଉଛି ଆମେରିକାର ସହଯୋଗୀ ଦେଶ ଡେନମାର୍କର ଏକ ଅର୍ଦ୍ଧ-ସ୍ୱାୟତ୍ତ ଅଞ୍ଚଳ।
ଆମେରିକା ଏବଂ ଡେନମାର୍କ ୩୨ଟି ଉତ୍ତର ଆମେରିକୀୟ ଏବଂ ୟୁରୋପୀୟ ଦେଶମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ଯେଉଁମାନେ ସାମରିକ ମେଣ୍ଟ, NATO ଗଠନ କରନ୍ତି। ଟ୍ରମ୍ପ ଡେନମାର୍କରୁ ଗ୍ରୀନଲ୍ୟାଣ୍ଡ ଅଧିଗ୍ରହଣ କରିବାର କଥା ବାରମ୍ବାର ଉଠାଇଛନ୍ତି। ରାଷ୍ଟ୍ରପତି ଭାବରେ ତାଙ୍କର ପ୍ରଥମ କାର୍ଯ୍ୟକାଳ ସମୟରେ ସେ ପ୍ରଥମେ ୨୦୧୯ରେ ଏହି ପ୍ରସଙ୍ଗରେ ମତ ଦେଇଥିଲେ।

ଗ୍ରୀନଲ୍ୟାଣ୍ଡ ରୋକଠୋକ କହିଛି ଯେ ସେ ଆମେରିକାର ଅଂଶ ହେବାକୁ ଚାହୁଁନାହିଁ, ଯାହା ପୂର୍ବରୁ ଏହି ଦ୍ୱୀପରେ ଏକ ସାମରିକ ଘାଟି ପରିଚାଳନା କରୁଛି। ଟ୍ରମ୍ପ ଆହୁରି କହିଛନ୍ତି ଯେ ତାଙ୍କ ଦେଶ ଗ୍ରୀନଲ୍ୟାଣ୍ଡକୁ ଅଧିଗ୍ରହଣ କରିବା ପାଇଁ ଆଲୋଚନା କରିବାକୁ ଚେଷ୍ଟା କରିଛି, କାରଣ ଆମେରିକା ବ୍ୟତୀତ ଅନ୍ୟ କୌଣସି ରାଷ୍ଟ୍ର ଏହାକୁ ସୁରକ୍ଷିତ ରଖିବା ସ୍ଥିତିରେ ନାହିଁ।
ସେପଟେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ସେ ଏହି ପ୍ରସଙ୍ଗ ବିଷୟରେ ଚିନ୍ତିତ ନୁହଁନ୍ତି। "ଗ୍ରୀନଲ୍ୟାଣ୍ଡରେ କ'ଣ ଘଟୁଛି ତାହା ଆମର କାମ ନୁହେଁ। ଜାତୀୟ ସୁରକ୍ଷା ପରିଷଦ ବୈଠକରେ ତାଙ୍କ ଟେଲିଭିଜନରେ ବକ୍ତବ୍ୟରେ ପୁଟିନ ଏହା କହିଥିଲେ। ରୁଷ ରାଷ୍ଟ୍ରପତି କହିଛନ୍ତି, ସେ ଭାବୁଛନ୍ତି ଯେ ସେମାନେ ଏହାକୁ ନିଜ ନିଜ ମଧ୍ୟରେ ସମାଧାନ କରିବେ।
-
ଜେଏଏଲ୍ ଅଧିଗ୍ରହଣ ପ୍ରକ୍ରିୟାକୁ ନେଇ ବେଦାନ୍ତର ଆପତ୍ତି, ଅଦାନି ପ୍ରସ୍ତାବକୁ ଆଇନସମ୍ମତ ବୋଲି ମାନ୍ୟତା ଦେଲେ କୋର୍ଟ ଓ CoC -
IPL 2026 : ଗୌହାଟୀରେ ଚେନ୍ନାଇ ବନାମ ରାଜସ୍ଥାନ, ଫୋକସରେ ବୈଭବ-ସଞ୍ଜୁ-ଜାଡେଜା, ଖେଳିବେନି ଧୋନୀ -
ଭାରତୀୟ ସେନାକୁ ସ୍ୱଦେଶୀ ପ୍ରହାର ଲାଇଟ୍ ମେସିନ୍ ଗନର ପ୍ରଥମ ବ୍ୟାଚ୍ ପ୍ରଦାନ କଲା ଆଦାନୀ ଡିଫେନ୍ସ -
IPL 2026: ଟସ୍ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ବ୍ୟାଟିଂ କରିବ KKR, ସୂର୍ଯ୍ୟ ପ୍ଲେଇଙ୍ଗ XIରୁ ଆଉଟ୍ -
ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ, ସବୁ ଜିଲ୍ଲାପାଳଙ୍କ ସହ କରିବେ ଆଲୋଚନା -
APSEZ ର ବଡ଼ ପଦକ୍ଷେପ: ଭାରତର ପ୍ରଥମ Port of Refuge ଆରମ୍ଭ






Click it and Unblock the Notifications