Get Updates
Get notified of breaking news, exclusive insights, and must-see stories!

ଭାରତ ଉପରୁ ୨୫ପ୍ରତିଶତ ଟାରିଫ ହଟାଇବ ଆମେରିକା

ଗତ କିଛିଦିନ ପୂର୍ବରୁ ଚର୍ଚ୍ଚା ହେଉଥିଲା କି, ଭାରତ ଉପରେ ୨୦୦ ପ୍ରତିଶତ ଟାରିଫ ଲଗାଇବ ଆମେରିକା । କିନ୍ତୁ ଆଶ୍ବସ୍ତିର ଖବର ହେଉଛି ଭାରତ ଉପରୁ ୨୫ପ୍ରତିଶତ ଟାରିଫ୍ ହଟାଇବାକୁ ଯାଉଛି ଆମେରିକା । ଗତ କିଛିଦିନ ପୂର୍ବରୁ ଆମେରିକାର ଅର୍ଥ ସଚିବ ଭାରତ ଉପରେ ଆଉ କୌଣସି ଟାରିଫ୍ ନଲଗାଇବା ପାଇଁ ସଂକେତ ଦେଇଥିଲେ । ଆଉ ଏବେ ଯେଉଁ ଖବର ସାମ୍ନାକୁ ଆସିଛି ତାହା ଆମେରିକା ଭାରତର ବାଣିଜ୍ୟକୁ ମଜବୁତ କରିବ ବୋଲି ଆଶା କରାଯାଉଛି ।

US

ଆମେରିକାର ଅର୍ଥ ସଚିବ ସ୍କଟ୍ ବେସାଣ୍ଟ କହିଛନ୍ତି, ଆମେରିକା ଭାରତରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୨୫% ଶୁଳ୍କ ଉଠାଇବା ବିଷୟରେ ବିଚାର କରୁଛି । ୟୁକ୍ରେନ ଯୁଦ୍ଧ ପରେ ଭାରତକୁ ଋଷରୁ ତେଲ କିଣିବାରୁ ରୋକିବା ପାଇଁ ଟ୍ରମ୍ପ ପ୍ରଶାସନ ଦ୍ୱାରା ଏହି ଶୁଳ୍କ ଲାଗୁ କରାଯାଇଥିଲା । ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ ସମୟରେ, ସେ କହିଥିଲେ, ଭାରତ ଉପରେ ଶୁଳ୍କ ଲଗାଇବାର ଉଦ୍ଦେଶ୍ୟ ସଫଳ ହୋଇଛି ଏବଂ ଏବେ ଏହାକୁ ଉଠାଇ ଦିଆଯାଇପାରିବ । ଋଷରୁ ଭାରତର ତୈଳ କ୍ରୟ ଯଥେଷ୍ଟ ହ୍ରାସ ପାଇଛି । ଶୁଳ୍କ ବର୍ତ୍ତମାନ ଲାଗୁ ହୋଇଛି, କିନ୍ତୁ ମୁଁ ଆଶା କରୁଛି ଖୁବଶୀଘ୍ର ସେଗୁଡ଼ିକୁ ହଟାଇବା ପାଇଁ ରାସ୍ତା ଖୋଲିବ । ଏବଂ ପୂର୍ବଭଳି ଭାରତ ସହ ନିଃସ୍ବାର୍ଥପର ବାଣିଜ୍ୟ କରାଯାଇପାରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+