ଶିବସେନାରେ ସାମିଲ ହେଲେ ବଲିଉଡ୍ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର
ଶିବସେନାର ମୁଖ୍ୟ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ସେ ଦଳରେ ବଲିଉଡ୍ ଅଭିନେତ୍ରୀ ଊର୍ମିଳା ମାତୋଣ୍ଡକର ମଙ୍ଗଳବାର ଯୋଗଦେବା ସହ ସଦସ୍ୟତା ଗ୍ରହଣ କରିଛନ୍ତି |
ନୂଆଦିଲ୍ଲୀ : ବଲିଉଡ୍ ଅଭିନେତ୍ରୀ ଊର୍ମିଳା ମାତୋଣ୍ଡକର ମଙ୍ଗଳବାର ଶିବସେନା ଦଳରେ ସାମିଲ ହୋଇଛନ୍ତି | ଶିବସେନାର ମୁଖ୍ୟ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ସେ ଦଳରେ ଯୋଗଦେବା ସହ ସଦସ୍ୟତା ଗ୍ରହଣ କରିଛନ୍ତି | ଏନେଇ ଶିବସେନା ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
अभिनेत्री @UrmilaMatondkar जी यांनी आज मातोश्री निवासस्थानी शिवसेना पक्षप्रमुख, मुख्यमंत्री उद्धव बाळासाहेब ठाकरे यांच्या उपस्थितीत आणि सौ. रश्मीताई ठाकरे यांच्या हस्ते शिवबंधन बांधून शिवसेनेत जाहीर प्रवेश केला. pic.twitter.com/lAv21HjbaH
— ShivSena - शिवसेना (@ShivSena) December 1, 2020

ଗତବର୍ଷ ସେପ୍ଟେମ୍ବରରେ ସେ କଂଗ୍ରସ ଦଳ ଛାଡ଼ିଥିଲେ | 2019 ଲୋକସଭା ନିର୍ବାଚନରେ ସେ କଂଗ୍ରସ ଟିକଟରୁ ପ୍ରତିଦ୍ୱନ୍ଦିତା କରିଥିଲେ | ମଙ୍ଗଳବାର ସେ ଉଦ୍ଧବ ଠାକରେଙ୍କ ବାନ୍ଦ୍ରାସ୍ଥିତ ବାସଭବନ ମାତୋଶ୍ରୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶିବସେନାରେ ସାମିଲ ହୋଇଛନ୍ତି | ନିକଟ ଅତୀତରେ ଶିବସେନା ପକ୍ଷରୁ ଊର୍ମିଳାଙ୍କ ନାମ ରାଜ୍ୟପାଳଙ୍କ କୋଟାରୁ ବିଧାନ ପରିଷଦରେ ନାମାଙ୍କନ ପାଇଁ ପଠାଯାଇଥିଲା |












Click it and Unblock the Notifications